Advertisment

ମନ୍ କି ବାତ୍‌: ଯୋଗର ମହତ୍ତ୍ୱ ବିଷୟରେ ବୁଝାଇଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ‘ମନ୍‌ କି ବାତ୍‌’ କାର୍ଯ୍ୟକ୍ରମରେ ଦେଶବାସୀଙ୍କୁ ସମ୍ବୋଧନ କରିଛନ୍ତି। ଏହି ଅବସରରେ ‘ମୋ ଲାଇଫ୍‌ ମୋ ଯୋଗ’ (MY Life, MY Yoga)’କୁ ନେଇ ଏକ ପ୍ରତିଯୋଗିତା କାର୍ଯ୍ୟକ୍ରମ ମଧ୍ୟ ଘୋଷଣା କରିଛନ୍ତି। ଏହା ସହିତ ସେ ଯୋଗ ଉପରେ  ଉପରେ ଆଲୋଚନା କରିବା ସହ କରୋନା ବିଷୟରେ ମଧ୍ୟ ଆଲୋଚନା କରିଥିଲେ। ମୋଦି କହିଛନ୍ତି‘ କରୋନା ସଙ୍କଟର ଏହି ସମୟରେ, ମୁଁ ବିଶ୍ୱର ଅନେକ ନେତାଙ୍କ ସହ କଥା […]

ମନ୍ କି ବାତ୍‌: ଯୋଗର ମହତ୍ତ୍ୱ ବିଷୟରେ ବୁଝାଇଲେ ପ୍ରଧାନମନ୍ତ୍ରୀ

pm

Advertisment

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ‘ମନ୍‌ କି ବାତ୍‌’ କାର୍ଯ୍ୟକ୍ରମରେ ଦେଶବାସୀଙ୍କୁ ସମ୍ବୋଧନ କରିଛନ୍ତି। ଏହି ଅବସରରେ ‘ମୋ ଲାଇଫ୍‌ ମୋ ଯୋଗ’ (MY Life, MY Yoga)’କୁ ନେଇ ଏକ ପ୍ରତିଯୋଗିତା କାର୍ଯ୍ୟକ୍ରମ ମଧ୍ୟ ଘୋଷଣା କରିଛନ୍ତି। ଏହା ସହିତ ସେ ଯୋଗ ଉପରେ  ଉପରେ ଆଲୋଚନା କରିବା ସହ କରୋନା ବିଷୟରେ ମଧ୍ୟ ଆଲୋଚନା କରିଥିଲେ। ମୋଦି କହିଛନ୍ତି‘ କରୋନା ସଙ୍କଟର ଏହି ସମୟରେ, ମୁଁ ବିଶ୍ୱର ଅନେକ ନେତାଙ୍କ ସହ କଥା ହୋଇଛି, ଆଜିକାଲି ସେମାନେ ଯୋଗ ଓ ଆୟୁର୍ବେଦ ପ୍ରତି ବହୁତ ଆଗ୍ରହୀ ଅଟନ୍ତି।

Advertisment

ମୋଦି ଆହୁରି ମଧ୍ୟ କହିଛନ୍ତି, ‘ ସବୁଠି ଲୋକମାନେ ଏବେ ଯୋଗ କରିବା ସହିତ ଆୟୁର୍ବେଦ ବିଷୟରେ ଅଧିକ ଜାଣିବାକୁ ଇଚ୍ଛା ପ୍ରକାଶ କରୁଛନ୍ତି। ଏଭଳି କେତେ ଲୋକ ଅଛନ୍ତି, ଯେଉଁମାନେ ଯୋଗ କେବେ କରିନାହାନ୍ତି। ସେମାନ ଅନ୍‌ଲାଇନ୍‌ରେ ହେଉଥିବା ଯୋଗ କ୍ଲାସ କିମ୍ବା‌ ଅନ୍‌ଲାଇନ୍‌ ଭିଡିଓ ମାଧ୍ୟମରେ ମଧ୍ୟ ଯୋଗ ଶିଖୁଛନ୍ତି।

ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, ‘କରୋନା ସଙ୍କଟ ସମୟରେ ଯୋଗ ଆମ ଶରୀର ପାଇଁ ଅଧିକ ଗୁରୁତ୍ୱପୂର୍ଣ୍ଣ। କାରଣ ଏହି ଭାଇରସ ଆମ ଶରୀରର ଶ୍ୱାସକ୍ରିୟାକୁ ଅଧିକ ପ୍ରଭାବିତ କରିଥାଏ। ଯୋଗ କରିବା ଦ୍ୱାରା ଆମ ଶରୀରର ଶ୍ୱାସକ୍ରିୟା ଅଧିକ ମଜବୁତ୍‌ ହୋଇଥାଏ।

Advertisment

ସେ କହିଛନ୍ତି, 'ଆପଣଙ୍କ ଜୀବନରେ ଯୋଗକୁ ବୃଦ୍ଧି କରିବା ପାଇଁ ଆୟୁଷ ମନ୍ତ୍ରଣାଳୟ ମଧ୍ୟ ଏକ ନିଆରା ପଦକ୍ଷେପ ନେଇଛି। ମନ୍ତ୍ରଣାଳୟ ପକ୍ଷରୁ ‘ମୋ ଜୀବନ ମୋ ଯୋଗ ’(MY Life, MY Yoga)’କୁ ନେଇ ଏକ ଆନ୍ତର୍ଜାତୀକ ଭିଡିଓ ବ୍ଲଗ ପ୍ରତିଯୋଗିତା ଆରମ୍ଭ କରିଛି। କେବଳ ଭାରତ ନୁହେଁ ସମଗ୍ର ବିଶ୍ୱର ଲୋକମାନେ ଏହି ପ୍ରତିଯୋଗିତାରେ ଅଂଶଗ୍ରହଣ କରିପାରିବେ।

ସେହିପରି ଆୟୁଷ୍ମାନ ଭାରତ ଯୋଜନାରେ କିପରି ହିତାଧିକାରୀମାନେ ଉପକୃତ ହେଉଛନ୍ତି, ସେ ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି। ଆୟୁଷ୍ମାନ ଭାରତର ହିତାଧିକାରୀଙ୍କ ସଂଖ୍ୟା ଏକ କୋଟି ଅତିକ୍ରମ କରିଛି ବୋଲି ସେ କହିଥିଲେ। ଆୟୁଷ୍ମାନ ଭାରତ ଯୋଜନାର ୧କୋଟି ହିତାଧିକାରୀଙ୍କ ମଧ୍ୟରୁ ୮୦ପ୍ରତିଶତ ଗ୍ରାମାଞ୍ଚଳର। ଆୟୁଷ୍ମାନ ଭାରତର ସମସ୍ତ ହିତାଧିକାରୀ ତଥା ରୋଗୀଙ୍କ ଚିକିତ୍ସା କରୁଥିବା ସମସ୍ତ ଡାକ୍ତର,ନର୍ସ ଏବଂ ମେଡ଼ିକାଲ କର୍ମଚାରୀଙ୍କୁ ମୋଦି ଅଭିନନ୍ଦନ ଜଣାଇଥିଲେ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ