cc
ବିହାର: ମୁଙ୍ଗେର ଗୁଳିକାଣ୍ଡରେ ମୃତ ଯୁବକ ଅନୁରାଗ ପୋଦ୍ଦାରଙ୍କ ପିତା ଦେଇଥିବା ବୟାନକୁ ନେଇ ପୋଲିସ୍ ବିରୋଧରେ କେସ୍ ରୁଜୁ କରାଯାଇଛି। ତାଙ୍କ ପିତା ପୋଲିସ୍ ଉପରେ ହତ୍ୟାର ଆରୋପ ଲଗାଇଛନ୍ତି। ସେ କହିଛନ୍ତି ଯେ ପୋଲିସ୍ ଚଳାଇଥିବା ଗୁଳି କାରଣରୁ ତାଙ୍କ ପୁଅର ମୃତ୍ୟୁ ହୋଇଛି।
ଏ ନେଇ କୋତୱାଲି ଥାନାରେ ବିସର୍ଜନବେଳେ ଲାଠି ଚାଳନା କରିଥିବା ୨୦ରୁ ୨୫ ପୋଲିସ୍ କର୍ମଚାରୀଙ୍କ ବିରୋଧରେ ମାମଲା ରୁଜୁ ହେଇଛି।
ଘଟଣା ମୁତାବକ ୨୬ ଅକ୍ଟୋବର ରାତିରେ ମୁର୍ତ୍ତି ବିସର୍ଜନକୁ ନେଇ ପୋଲିସ୍ ଗୁଳି ଚାଳନା କରିଥିଲା। ଯେଉଁଥିରେ ଅନୁରାଗ ପୋଦ୍ଦାରଙ୍କ ମୃତ୍ୟୁ ହୋଇଥିବାବେଳେ ୬ ଜଣ ଲୋକ ଆହାତ ହୋଇଥିଲେ। କିନ୍ତୁ ଏହି ଘଟଣାରେ ଉତ୍କ୍ଷିପ୍ତ ହୋଇ ୨୯ ଅକ୍ଟୋବରରେ ଉତ୍ୟକ୍ତ ଲୋକେ ରାସ୍ତାକୁ ଓହ୍ଲାଇ ଥିଲେ। ଏଥିସହ ଏସ୍ପି ଏବଂ ଡିଏମ୍ଙ୍କୁ ହଟାଇବା ଜିଦ୍ରେ ଲୋକେ ପୂର୍ବ ସରାୟ ଥାନାରେ ନିଆଁ ଲଗାଇଦେଇଥିଲେ।
ତେବେ ଡିଆଇଜି ନିଆଁ ଲଗାଇବା ଏବଂ ଭଙ୍ଗାରୁଜା ଅଭିଯୋଗରେ ୫ ଜଣଙ୍କ ନାଁରେ ଏଫ୍ଆଇଆର ଦାୟାର କରିଥିବାବେଳେ, ଏହି ଘଟଣାକୁ ନେଇ ନିର୍ବାଚନ ଅଧିକାରୀ ସ୍ଥାନୀୟ ଜିଲ୍ଲାପାଳ ଏବଂ ପୋଲିସ୍ ଅଧିକ୍ଷକଙ୍କୁ ହଟାଇବା ପଇଁ ଆଦେଶ ଦେଇଛନ୍ତି।