Advertisment

ହସ୍ପିଟାଲରେ ନାହିଁ ବେଡ୍‌, ଖାଲିଥିବା ସ୍ଥାନରେ କରାଗଲା କୋଭିଡ-୧୯ ସେଣ୍ଟର

ମୁମ୍ୱାଇ: ମୁମ୍ବାଇରେ କରୋନା ଭାଇରସ୍‌ର ସ୍ଥିତି ଦିନିକୁ ଦିନ ବଢ଼ିବାରେ ଲାଗିଛି। କରୋନା ରୋଗୀଙ୍କ ସଂଖ୍ୟା ବୃଦ୍ଧି ଯୋଗୁ ଡାକ୍ତରଖାନାଗୁଡ଼ିକରେ ବେଡ୍‌ର ଅଭାବ ଦେଖାଦେଇଛି । ଏହାର ମୁକାବିଲା ପାଇଁ ବିଏମ୍‌ସି ପ୍ରଶାସନ ଖୋଲାଯାଗାରେ ହସ୍ପିଟାଲ ଓ କ୍ୱାରେଣ୍ଟିନ୍‌ କେନ୍ଦ୍ର ଗୁଡିକ ତିଆରି କରୁଥିବା ଜଣାପଡିଛି। କରୋନା ରୋଗୀଙ୍କ ଚିକିତ୍ସା ପାଇଁ ବିକେସି(BKC)ର ଏମ୍‌ଏମ୍‌ଆରଡିଏ(MMRDA)ଗ୍ରାଉଣ୍ଡରେ ଭାରତର ପ୍ରଥମ ଗ୍ରାଉଣ୍ଡ ହସ୍ପିଟାଲ ତିଆରି କରୁଥିବା ଜଣାପଡିଛି। ଏହି ଡାକ୍ତରଖାନାଟି MMRDA ଦ୍ୱାରା ନିର୍ମାଣ କରାଯାଉଛି ଏବଂ ଏହି ସ୍ୱତନ୍ତ୍ର […]

ହସ୍ପିଟାଲରେ ନାହିଁ ବେଡ୍‌, ଖାଲିଥିବା ସ୍ଥାନରେ କରାଗଲା କୋଭିଡ-୧୯ ସେଣ୍ଟର

mumbai

Advertisment

ମୁମ୍ୱାଇ: ମୁମ୍ବାଇରେ କରୋନା ଭାଇରସ୍‌ର ସ୍ଥିତି ଦିନିକୁ ଦିନ ବଢ଼ିବାରେ ଲାଗିଛି। କରୋନା ରୋଗୀଙ୍କ ସଂଖ୍ୟା ବୃଦ୍ଧି ଯୋଗୁ ଡାକ୍ତରଖାନାଗୁଡ଼ିକରେ ବେଡ୍‌ର ଅଭାବ ଦେଖାଦେଇଛି । ଏହାର ମୁକାବିଲା ପାଇଁ ବିଏମ୍‌ସି ପ୍ରଶାସନ ଖୋଲାଯାଗାରେ ହସ୍ପିଟାଲ ଓ କ୍ୱାରେଣ୍ଟିନ୍‌ କେନ୍ଦ୍ର ଗୁଡିକ ତିଆରି କରୁଥିବା ଜଣାପଡିଛି। କରୋନା ରୋଗୀଙ୍କ ଚିକିତ୍ସା ପାଇଁ ବିକେସି(BKC)ର ଏମ୍‌ଏମ୍‌ଆରଡିଏ(MMRDA)ଗ୍ରାଉଣ୍ଡରେ ଭାରତର ପ୍ରଥମ ଗ୍ରାଉଣ୍ଡ ହସ୍ପିଟାଲ ତିଆରି କରୁଥିବା ଜଣାପଡିଛି।

Advertisment

NBT

ଏହି ଡାକ୍ତରଖାନାଟି MMRDA ଦ୍ୱାରା ନିର୍ମାଣ କରାଯାଉଛି ଏବଂ ଏହି ସ୍ୱତନ୍ତ୍ର କରୋନା ହସ୍ପିଟାଲ ମେ ୧୫ ସୁଦ୍ଧା ପ୍ରସ୍ତୁତ କରାଯିବ ବୋଲି ଜଣାପଡିଛି। ମୁମ୍ବାଇରେ କରୋନା ପଜିଟିଭ ରୋଗୀଙ୍କ ସଂଖ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଉଥିବା ଯୋଗୁ ଡାକ୍ତରଖାନାଗୁଡ଼ିକରେ ବେଡ୍‌ର ଅଭାବ ଦେଖାଦେଇଛି। ଏହାକୁ ଦୃଷ୍ଟିରେ ରଖି ସରକାର ବି.କେ.ସି ପଡିଆରେ ୧୦୫୮ ଶଯ୍ୟା ବିଶିଷ୍ଟ ଡାକ୍ତରଖାନା ପ୍ରସ୍ତୁତ କରାଯାଉଛି। MMRDA କମିଶନର ଆର ଏ ରାଜୀବଙ୍କ କହିବା ଅନୁଯାୟୀ, ସେଠାରେ କେବଳ କରୋନା ରୋଗୀଙ୍କର ପ୍ରାଥମିକ ଚିକିତ୍ସା କରାଯିବ। ଆବଶ୍ୟକତା ଅନୁଯାୟୀ ଭବିଷ୍ୟତରେ ଡାକ୍ତରଖାନାକୁ ୫୦୦୦ ଶଯ୍ୟା ପର୍ଯ୍ୟନ୍ତ ବିସ୍ତାର କରାଯାଇପାରିବ।

୧.୨୫ ଲକ୍ଷ ବର୍ଗ ଫଟ୍‌ ପରିସରରେ ନିର୍ମିତ ହସ୍ପିଟାଲରେ ୫୦୦ ବେଡ୍‌ରେ ଅକ୍ସିଜେନ୍‌ର ବ୍ୟବସ୍ଥା କରାଯିବ। ସେହି ମେଡିକାଲ ଭିତିରେ ହିଁ ରୋଗୀଙ୍କ ପାଇଁ ୱାଶରୁମ୍‌ ଓ ଟଏଲେଟ୍‌ର ବ୍ୟବସ୍ଥା କରାଯିବ। ରୋଗୀଙ୍କ ଚିକିତ୍ସା ପାଇଁ ଏକ ଲ୍ୟାବ ମଧ୍ୟ କରାଯାଉଛି। ରୋଗୀଙ୍କମାନଙ୍କ ସୁବିଧା ପାଇଁ ଏକ୍ସ-ରେ ଓ ଇସିଜି ମଧ୍ୟ କରାଯିବ।

Advertisment

ବିଏମସି ଗୋରେଗାଓଁର ଜାତୀୟ ପ୍ରଦର୍ଶନୀ କେନ୍ଦ୍ର (ନେସ୍କୋ) ରେ ୧୨୪୦ ବେଡ୍‌ ବିଶିଷ୍ଟ ଅକ୍ସିଜନ୍‌ ଥିବା କ୍ୱାରେଣ୍ଟିନ୍‌ ସେଣ୍ଟର ତିଆରି କରୁଥିବା ଜଣାପଡୁଛି।ଏହାର ଦାୟିତ୍ୱରେ ଅଛନ୍ତି ପୂର୍ବତନ ବିଏମସି ଅଧିକାରୀ ଦେବେନ୍ଦ୍ର ଜୌନ୍‌। ଏହି କେନ୍ଦ୍ରରେ ୨୦୦୦ ବିଶିଷ୍ଟ ବେଡ୍‌ ତିଆରି କରାଯିବ। ବର୍ତ୍ତମାନ ସୁଦ୍ଧା ୩୫୦ଟି ବେଡ୍‌ ସମ୍ପୂର୍ଣ୍ଣ ତିଆରି କରାଯାଇଛି।

ଦେବେନ୍ଦ୍ର ଜୌନ୍‌ କହିଛନ୍ତି ଯେ ଆମେ ଆଶା କରୁଛି ଯଥାଶୀଘ୍ର ଏହି କାମକୁ ଶେଷ କରିବା ପାଇଁ। ବିଏମ୍‌ସି  ମୁମ୍ରୱା ଲେଜ, ବେସରକାରୀ ହଲ୍‌, କମ୍ୟୁନିଟି ହଲ୍‌ ଓ ଖାଲି ପଡିଆରେ କ୍ୱାରେଣ୍ଟିନ୍‌ ସେଣ୍ଟର ନିର୍ମାଣ କରୁଥିବା ଜଣାପଡିଛି।

Advertisment

ଭାସି ଷ୍ଟେସନ ସମ୍ମୁଖରେ ଥିବା ସିଡ୍‌କୋ(CIDCO) ପ୍ରଦର୍ଶନୀ କେନ୍ଦ୍ରରେ କୋଭିଡ -୧୯ହସ୍ପିଟାଲ ତିଆରି କରାଯାଉଛି। ଏହି କେନ୍ଦ୍ରରେ ୧୧୦୦ ଶଯ୍ୟା ବିଶିଷ୍ଟ କରୋନା ହସ୍ପିଟାଲ ନିର୍ମାଣ କରାଯାଉଛି।­­

ଥାନେ ସହରର ଅନ୍ୟ ଏକ ଘରୋଇ ଡାକ୍ତରଖାନାକୁ କୋଭିଡ ହସ୍ପିଟାଲ ବୋଲି ଘୋଷଣା କରାଯାଇଛି। ବର୍ତ୍ତମାନ ସହରର ବିଭିନ୍ନ କୋଭିଡ ଡାକ୍ତରଖାନାରେ ମୋଟ ୬୫୦ଟି ବେଡ୍‌ ଥିବା ଜଣାପଡିଛି। ମନପା କମିଶନର ସିଙ୍ଗଲଙ୍କ କହିବା ଅନୁଯାୟୀ, କ୍ୟୁରି ହସ୍ପିଟାଲକୁ କୋଭିଡ ହସ୍ପିଟାଲର ମାନ୍ୟତା ଦିଆଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ