Advertisment

ବିବାହ ଭୋଜି ପ୍ରସ୍ତୁତ ବେଳେ, ହଠାତ୍‌ ଫାଟିଲା ଗ୍ୟାସ୍‌ ସିଲିଣ୍ଡର

ମୁମ୍ୱାଇ: ବିବାହ କାର୍ଯ୍ୟକ୍ରମ ପାଇଁ ଖାଦ୍ୟ ପ୍ରସ୍ତୁତ ଚାଲିଥିବା ବେଳେ ହଠାତ୍‌ ଗ୍ୟାସ୍‌ ସିଲିଣ୍ଡର ବିସ୍ଫୋରଣ ହେବା ଯୋଗୁ ୨୦ ଜଣ ଲୋକ ଆହତ ହୋଇଛନ୍ତି। ମୁମ୍ୱାଇର ଲାଲ୍‌ବାଗ୍‌ ଅଞ୍ଚଳରେ ଆଜି ଏହି ଅଭାବନୀୟ ଘଟଣା ଘଟିଛି। ଆହତଙ୍କ ମଧ୍ୟରୁ କିଛି ଲୋକଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା ସୂଚନା ମିଳିଛି। ପୋଲିସ୍‌ର ସୂଚନା ଅନୁଯାୟୀ, ଗଣେଶ ଗଳି ସ୍ଥିତ ସାରଙ୍ଗ ବିଲ୍ଡିଂରେ ଏହି ବିସ୍ଫୋରଣ ହୋଇଥିଲା। ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ,‌ ଏଠାରେ ଗୋଟିଏ ବିବାହ କାର୍ଯ୍ୟକ୍ରମ […]

ବିବାହ ଭୋଜି ପ୍ରସ୍ତୁତ ବେଳେ, ହଠାତ୍‌ ଫାଟିଲା ଗ୍ୟାସ୍‌ ସିଲିଣ୍ଡର

4

Advertisment

ମୁମ୍ୱାଇ: ବିବାହ କାର୍ଯ୍ୟକ୍ରମ ପାଇଁ ଖାଦ୍ୟ ପ୍ରସ୍ତୁତ ଚାଲିଥିବା ବେଳେ ହଠାତ୍‌ ଗ୍ୟାସ୍‌ ସିଲିଣ୍ଡର ବିସ୍ଫୋରଣ ହେବା ଯୋଗୁ ୨୦ ଜଣ ଲୋକ ଆହତ ହୋଇଛନ୍ତି। ମୁମ୍ୱାଇର ଲାଲ୍‌ବାଗ୍‌ ଅଞ୍ଚଳରେ ଆଜି ଏହି ଅଭାବନୀୟ ଘଟଣା ଘଟିଛି। ଆହତଙ୍କ ମଧ୍ୟରୁ କିଛି ଲୋକଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା ସୂଚନା ମିଳିଛି।

Advertisment

ପୋଲିସ୍‌ର ସୂଚନା ଅନୁଯାୟୀ, ଗଣେଶ ଗଳି ସ୍ଥିତ ସାରଙ୍ଗ ବିଲ୍ଡିଂରେ ଏହି ବିସ୍ଫୋରଣ ହୋଇଥିଲା। ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ,‌ ଏଠାରେ ଗୋଟିଏ ବିବାହ କାର୍ଯ୍ୟକ୍ରମ ହେଉଥିଲା। ତେଣୁ ଅତିଥିଙ୍କ ପାଇଁ ଖାଦ୍ୟ ରନ୍ଧା ଯାଉଥିଲା। ଏହି ସମୟରେ ଗ୍ୟାସ୍‌ ସିଲିଣ୍ଡରରୁ ଗ୍ୟାସ୍‌ ଲିକ୍‌ ହୋଇଥିଲା। ସେଠାରେ ଉପସ୍ଥିତ ଲୋକ ଏସମ୍ପର୍କରେ କ୍ୟାଟରର୍ସଙ୍କୁ ଜଣାଇ ଥିଲେ। ହେଲେ ସେମାନେ ଏଥିପ୍ରତି ଧ୍ୟାନ ଦେଇନଥିଲେ।

https://twitter.com/ANI/status/1335449063538376705?s=20

ପରେ ଗ୍ୟାସ୍‌ ସିଲିଣ୍ଡର ବିସ୍ଫୋରଣ ହୋଇ ବିଲ୍ଡିଂରେ ନିଆଁ ଲାଗି ଯାଇଥିଲା। ଘଟଣାସ୍ଥଳରେ ଦୁଇଟି ଦମକଳ ଗାଡ଼ି ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ