Advertisment

ଆଜିଠୁ ସର୍ବସାଧାରଣଙ୍କ ପାଇଁ ଖୋଲିଲା ମୋଗଲ ଗାର୍ଡେନ୍

ନୂଆଦିଲ୍ଲୀ : ଆଜିଠୁ ସର୍ବସାଧାରଣଙ୍କ ପାଇଁ ଖୋଲିବ ପ୍ରସିଦ୍ଧ ମୋଗଲ ଗାର୍ଡେନ୍ । ରାଷ୍ଟ୍ରପତି ଭବନ ପରିସରରେ ଥିବା ମୋଗଲ ଗାର୍ଡେନ୍ ମାର୍ଚ୍ଚ ୮ ତାରିଖ ଯାଏ ଖୋଲା ରହିବ । ଏନେଇ ଗତକାଲି ବିଧିବଦ୍ଧ ଭାବେ ଟ୍ୱିଟ୍ ଯୋଗେ ସୂଚନା ଦେଇଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ । ଏହାସହ ଗାର୍ଡେନ୍‌ରେ ପ୍ରତିବର୍ଷ ଭଳି ଉଦ୍ୟାନ୍ ଉତ୍ସବକୁ ଉଦ୍‌ଘାଟନ କରିଛନ୍ତି ରାଷ୍ଟ୍ରପତି । ଏହି ସମୟରେ ରାଷ୍ଟ୍ରପତି କୋବିନ୍ଦ ଓ ତାଙ୍କ ପତ୍ନୀ ସବିତା କୋବିନ୍ଦ ନିଜ […]

ଆଜିଠୁ ସର୍ବସାଧାରଣଙ୍କ ପାଇଁ ଖୋଲିଲା ମୋଗଲ ଗାର୍ଡେନ୍

mugal garden

Advertisment

ନୂଆଦିଲ୍ଲୀ : ଆଜିଠୁ ସର୍ବସାଧାରଣଙ୍କ ପାଇଁ ଖୋଲିବ ପ୍ରସିଦ୍ଧ ମୋଗଲ ଗାର୍ଡେନ୍ । ରାଷ୍ଟ୍ରପତି ଭବନ ପରିସରରେ ଥିବା ମୋଗଲ ଗାର୍ଡେନ୍ ମାର୍ଚ୍ଚ ୮ ତାରିଖ ଯାଏ ଖୋଲା ରହିବ । ଏନେଇ ଗତକାଲି ବିଧିବଦ୍ଧ ଭାବେ ଟ୍ୱିଟ୍ ଯୋଗେ ସୂଚନା ଦେଇଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ ।

Advertisment

publive-imageଏହାସହ ଗାର୍ଡେନ୍‌ରେ ପ୍ରତିବର୍ଷ ଭଳି ଉଦ୍ୟାନ୍ ଉତ୍ସବକୁ ଉଦ୍‌ଘାଟନ କରିଛନ୍ତି ରାଷ୍ଟ୍ରପତି । ଏହି ସମୟରେ ରାଷ୍ଟ୍ରପତି କୋବିନ୍ଦ ଓ ତାଙ୍କ ପତ୍ନୀ ସବିତା କୋବିନ୍ଦ ନିଜ ଫଟୋକୁ ଟ୍ୱିଟ୍ କରିଛନ୍ତି । ପ୍ରତିଦିନ ସକାଳ ୧୦ଟାରୁ ଅପରାହ୍ନ ୪ଟା ଯାଏ ଲୋକେ ଅନୁମତି ନେଇ ରାଷ୍ଟ୍ରପତି ଭବନରେ ଥିବା ଏହି ଗାର୍ଡେନ୍‌କୁ ଯାଇ ପାରିବେ । ଭଳି ଭଳିକା ଫୁଲର ସମ୍ଭାର ଏହି ଗାର୍ଡେନ୍‌ରେ ରହିଛି। ମୁଖ୍ୟତଃ ତୁଲିପ୍, ବୁଲବୋସ୍ ଭଳି କିଛି ବିରଳ ଫୁଲ ଏହାର ମୁଖ୍ୟ ଆକର୍ଷଣ ।

ଗତବର୍ଷ ମୋଗଲ ଗାର୍ଡେନ୍‌କୁ ୫ ଲକ୍ଷରୁ ଅଧିକ ପର୍ଯ୍ୟଟକ ଆସିଥିଲେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ