Advertisment

କରୋନାରୁ ରକ୍ଷା ପାଇଁ ମନ୍ଦିରରେ ଲଗାଗଲା ସେନସର ଘଣ୍ଟି

ନୂଆଦିଲ୍ଲୀ: କରୋନା ଭାଇରସକୁ ଦୃଷ୍ଟିରେ ରଖି ଦେଶରେ ଲକ୍‌ଡାଉନ୍‌ର ନିୟମକୁ କିଛି ମାତ୍ରାରେ କୋହଳ କରାଯାଇଛି। ଏନେଇ ଅନେକ ସ୍ଥାନରେ ମନ୍ଦିରଗୁଡିକ ଖୋଲା ଯାଇଛି। କିନ୍ତୁ କରୋନା ଯୋଗୁ ସାମାଜିକ ଦୂରତାର ନିୟମକୁ ପାଳନ କରିବା ଆବଶ୍ୟକ। ଏଭଳି ପରିସ୍ଥିତିରେ ମଧ୍ୟପ୍ରଦେଶର ଏକ ମନ୍ଦିରରେ ପରସ୍ପର ସଂସ୍ପର୍ଶରେ ନଆସିବା ପାଇଁ ମନ୍ଦିରରେ ଏକ ସେନସର ଘଣ୍ଟି ଲଗାଯାଇଛି। ଖବର ଅନୁଯାୟୀ, ମଧ୍ୟପ୍ରଦେଶର ପଶୁପତିନାଥ ମନ୍ଦିରରେ ଅଟୋମେଟିକ୍‌(ସ୍ୱୟଂଚାଳିତ) ସେନସର ଘଣ୍ଟି ଲଗାଯାଇଛି। ଏହି ଘଣ୍ଟିକୁ ବିନା ସ୍ପର୍ଶରେ ଲୋକମାନେ […]

କରୋନାରୁ ରକ୍ଷା ପାଇଁ ମନ୍ଦିରରେ ଲଗାଗଲା ସେନସର ଘଣ୍ଟି

temple

Advertisment

ନୂଆଦିଲ୍ଲୀ: କରୋନା ଭାଇରସକୁ ଦୃଷ୍ଟିରେ ରଖି ଦେଶରେ ଲକ୍‌ଡାଉନ୍‌ର ନିୟମକୁ କିଛି ମାତ୍ରାରେ କୋହଳ କରାଯାଇଛି। ଏନେଇ ଅନେକ ସ୍ଥାନରେ ମନ୍ଦିରଗୁଡିକ ଖୋଲା ଯାଇଛି। କିନ୍ତୁ କରୋନା ଯୋଗୁ ସାମାଜିକ ଦୂରତାର ନିୟମକୁ ପାଳନ କରିବା ଆବଶ୍ୟକ। ଏଭଳି ପରିସ୍ଥିତିରେ ମଧ୍ୟପ୍ରଦେଶର ଏକ ମନ୍ଦିରରେ ପରସ୍ପର ସଂସ୍ପର୍ଶରେ ନଆସିବା ପାଇଁ ମନ୍ଦିରରେ ଏକ ସେନସର ଘଣ୍ଟି ଲଗାଯାଇଛି।

Advertisment

ଖବର ଅନୁଯାୟୀ, ମଧ୍ୟପ୍ରଦେଶର ପଶୁପତିନାଥ ମନ୍ଦିରରେ ଅଟୋମେଟିକ୍‌(ସ୍ୱୟଂଚାଳିତ) ସେନସର ଘଣ୍ଟି ଲଗାଯାଇଛି। ଏହି ଘଣ୍ଟିକୁ ବିନା ସ୍ପର୍ଶରେ ଲୋକମାନେ ବଜେଇପାରିବେ। ଏନେଇ ମନ୍ଦିର ପ୍ରଶାସନ କହିଛି ଯେ ମନ୍ଦିର ଖୋଲାଯିବା ପରେ ଲୋକମାନଙ୍କ ଭିଡ ଜମିବ। ଯାହାଦ୍ୱାରା କରୋନା ସଂକ୍ରମଣ ବ୍ୟାପିବାର ଭୟ ମଧ୍ୟ ରହିବ। ସଂକ୍ରମଣକୁ ରୋକିବା ପାଇଁ ମନ୍ଦିରରେ ସେନସର ଘଣ୍ଟି ଲଗାଯାଇଛି। ଫଳରେ ଲୋକମାନେ ଘଣ୍ଟିକୁ ଛୁଇଁବାକୁ ପଡିବ ନାହିଁ। ସଂକ୍ରମଣ ବ୍ୟାପିବାର ଭୟ ମଧ୍ୟ ରହିବ ନାହିଁ ବୋଲି ମନ୍ଦିର ପ୍ରଶାସନ କହିଛନ୍ତି।

ମନ୍ଦିରର ଏହି ଘଣ୍ଟିକୁ ନେହୁର ଖାନ୍‌ ନାମକ ଜଣେ ବ୍ୟକ୍ତି ଲଗାଇଥିଲେ। ସେ କହିଛନ୍ତି,‘ମୁଁ ଭାବିଲି ଯେ ଏଭଳି ପରିସ୍ଥିତିରେ ମନ୍ଦିରରେ ଏପରି କିଛି ଜିନିଷ କରିବି ଯାହାଦ୍ୱାରା ଘଣ୍ଟିକୁ ସ୍ପର୍ଶ ନକରି ବଜାଇ ପାରିବେ। ସେଥିପାଇଁ ମୁଁ ସେନସର ଘଣ୍ଟି ମନ୍ଦିରରେ ଲାଗଇଥିଲି।’

Advertisment

ଏନେଇ ଜଣେ ଭକ୍ତ କହିଛନ୍ତି ଯେ ‘ମହାମାରୀ ସମୟରେ ଏହା ଅତ୍ୟନ୍ତ ସ୍ୱାଗତଯୋଗ୍ୟ ପଦକ୍ଷେପ। କାରଣ ପୂଜା ସମୟରେ ମନ୍ଦିର  ଘଣ୍ଟି ବଜାଇବା ସମସ୍ତଙ୍କର ଅଭ୍ୟାସ।’

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ