Advertisment

ସାମରିକ ସମ୍ମାନ ସହ ସହିଦ୍‌ ସୁନୀତଙ୍କ ଅନ୍ତିମ ସଂସ୍କାର ସମ୍ପନ୍ନ

ନୂଆଦିଲ୍ଲୀ: ସହିଦ୍‌ ଫ୍ଲାଇଟ୍ ଲେଫ୍ଟନାଣ୍ଟ ସୁନୀତ ମହାନ୍ତିଙ୍କ ଅନ୍ତିମ ସଂସ୍କାର ସାମରିକ ସମ୍ମାନ ସହିତ ସଂପନ୍ନ ହୋଇ ଯାଇଛି। ଶୁକ୍ରବାର ନୂଆଦିଲ୍ଲୀର ବ୍ରାର୍ ସ୍କୋୟାର୍‌ରେ ଥିବା ଶ୍ମଶାନରେ ତାଙ୍କର ଶେଷକୃତ୍ୟ କରାଯାଇଥିଲା। ଏହି ଅବସରରେ ବାୟୁସେନାର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ। ବୀର ଓଡ଼ିଆ ପାଇଲଟଙ୍କ ପରିବାରର ଏହି ଦୁଃଖଦ ସମୟରେ ବାୟୁସେନା ତାଙ୍କ ସହିତ ରହିଛି  ବୋଲି ଇଣ୍ଡିଆନ ଏୟାରଫୋର୍ସ ପକ୍ଷରୁ କୁହାଯାଇଛି। ସୂଚନାଥାଉ କି, ଗତ ଜୁନ ୩ ତାରିଖରେ ବାୟୁସେନାର ବିମାନ AN 32 ଆସାମରୁ […]

ସାମରିକ ସମ୍ମାନ ସହ ସହିଦ୍‌ ସୁନୀତଙ୍କ ଅନ୍ତିମ ସଂସ୍କାର ସମ୍ପନ୍ନ

sahid

Advertisment

ନୂଆଦିଲ୍ଲୀ: ସହିଦ୍‌ ଫ୍ଲାଇଟ୍ ଲେଫ୍ଟନାଣ୍ଟ ସୁନୀତ ମହାନ୍ତିଙ୍କ ଅନ୍ତିମ ସଂସ୍କାର ସାମରିକ ସମ୍ମାନ ସହିତ ସଂପନ୍ନ ହୋଇ ଯାଇଛି। ଶୁକ୍ରବାର ନୂଆଦିଲ୍ଲୀର ବ୍ରାର୍ ସ୍କୋୟାର୍‌ରେ ଥିବା ଶ୍ମଶାନରେ ତାଙ୍କର ଶେଷକୃତ୍ୟ କରାଯାଇଥିଲା।

Advertisment

ଏହି ଅବସରରେ ବାୟୁସେନାର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ। ବୀର ଓଡ଼ିଆ ପାଇଲଟଙ୍କ ପରିବାରର ଏହି ଦୁଃଖଦ ସମୟରେ ବାୟୁସେନା ତାଙ୍କ ସହିତ ରହିଛି  ବୋଲି ଇଣ୍ଡିଆନ ଏୟାରଫୋର୍ସ ପକ୍ଷରୁ କୁହାଯାଇଛି।

ସୂଚନାଥାଉ କି, ଗତ ଜୁନ ୩ ତାରିଖରେ ବାୟୁସେନାର ବିମାନ AN 32 ଆସାମରୁ ଅରୁଣାଚଳ ପ୍ରଦେଶର ମେଚୁକା ମିଲିଟାରୀ ଏୟାରଷ୍ଟ୍ରିପ୍‌ ଅଭିମୁଖେ ଉଡ଼ାଣ ଭରିଥିଲା। ଏଥିରେ ୮ ଜଣ କ୍ରୁ ସଦସ୍ୟ ଏବଂ ୫ ଜଣ ଯାତ୍ରୀ ଥିଲେ। ସେମାନଙ୍କ ମଧ୍ୟରେ ଓଡ଼ିଆ ଫ୍ଲାଇଟ୍ ଲେଫ୍ଟନାଣ୍ଟ ସୁନୀତ ମହାନ୍ତି ମଧ୍ୟ ଥିଲେ। ତାଙ୍କ ଘର ଗଞ୍ଜାମ ଜିଲ୍ଲାରେ। ଦୁର୍ଘଟଣାରେ ସମସ୍ତଙ୍କର ମୃତ୍ୟୁ ଘଟିଥିଲା।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ