net-loss
ନୂଆଦିଲ୍ଲୀ: ୨୦୨୧ ଆରମ୍ଭ ନ ହେଉଣୁ ଭାରତରେ ଅନେକ ଥର ଇଣ୍ଟରନେଟ୍ କନେକ୍ସନ କାଟ୍ର ଘଟଣା ଦେଖିବାକୁ ମିଳିଲାଣି। ଗତମାସରେ କେବଳ କୃଷକ ଆନ୍ଦୋଳନ ପାଇଁ ୫ ଟି ଇଣ୍ଟରନେଟ୍ କାଟ ଘଟଣା ଦେଖିବାକୁ ମିଳିଛି। ଇଣ୍ଟର୍ନେଟ୍ ଶଟ୍ଡାଉନ୍ ହେବା ଯୋଗୁ ସଂଯୋଗ ବିଚ୍ଛିନ୍ନ ହୋଇଛି। ଯାହା ଅନ୍ତର୍ଜାତୀୟ କ୍ଷେତ୍ରରେ ଦୃଷ୍ଟି ଆକର୍ଷଣ କରିଛି।
ତେବେ ଇଣ୍ଟରନେଟ୍ ଶଟ୍ଡାଉନ୍ ଘଟଣା ଭାରତ ପାଇଁ ନୂଆ ନୁହେଁ। ପୂର୍ବରୁ ଅନେକ ଥର ଦେଶରେ ଇଣ୍ଟର୍ନେଟ୍ ଶଟ୍ଡାଉନ୍ ହୋଇଛି। ଏଥିପାଇଁ କୋଟି କୋଟି ଟଙ୍କା କ୍ଷତି ମଧ୍ୟ ହୋଇଛି।
[caption id="" align="aligncenter" width="770"]
pic credit-indiatoday[/caption]
କିନ୍ତୁ ଆପଣ ଜାଣିଛନ୍ତି କି ଗତ ୪ ବର୍ଷରେ ଆମ ଦେଶରେ ୪୦୦ ଥରରୁ ଅଧିକ ଥର ଇଣ୍ଟରନେଟ୍ ଶଟ୍ଡାଉନ୍ ହୋଇଛି। ଏମିତିକି ବିଶ୍ୱରେ ଦୀର୍ଘ ସମୟ ଧରି ଇଣ୍ଟର୍ନେଟ୍ ଶଟ୍ଡାଉନ୍ ଘଟଣା ଭାରତରେ ହିଁ ଦେଖିବାକୁ ମିଳିଛି। ଜାମ୍ମୁ ଓ କାଶ୍ମୀରରେ ଧାରା ୩୭୦ ଉଚ୍ଛେଦ ପରେ ସବୁଠାରୁ ଅଧିକ ସମୟ ପର୍ଯ୍ୟନ୍ତ ଇଣ୍ଟର୍ନେଟ୍ ବ୍ୟାନ ହୋଇଥିଲା। ୨୦୧୯ ଅଗଷ୍ଟ ୪ ତାରିଖରୁ ୨୦୨୦ ମାର୍ଚ୍ଚ ୪ ତାରିଖ ପର୍ଯ୍ୟନ୍ତ ୨୨୩ ଦିନ ଇଣ୍ଟର୍ନେଟ୍ ବ୍ୟାନ ହୋଇଥିଲା। ଏନେଇ ଜାତୀୟ ଗଣମାଧ୍ୟମ ଇଣ୍ଡିଆ ଟୁଡେର ଖବର ପ୍ରକାଶ ପାଇଛି।
ପ୍ରକାଶିତ ଖବର ଅନୁସାରେ, ବିଶ୍ୱର ଅନ୍ୟ ଗଣତନ୍ତ୍ର ରାଷ୍ଟ୍ରଗୁଡ଼ିକ ଅପେକ୍ଷା ଭାରତରେ ବାରମ୍ବାର ଇଣ୍ଟର୍ନେଟ୍ କାଟ୍ ହୋଇଛି। ଏନେଇ ଫୋର୍ବସ ପତ୍ରିକାରେ ଏକ ରିପୋର୍ଟ ପ୍ରକାଶ ପାଇଥିବା ଇଣ୍ଡିଆ ଟୁଡେ କହିଛି। ରିପୋର୍ଟ ଅନୁସାରେ ଭାରତ ଭିତରେ ଜାମ୍ମୁ ଓ କାଶ୍ମୀରରେ ସର୍ବାଧିକ ଇଣ୍ଟର୍ନେଟ୍ କାଟ୍ ହୋଇଛି। ଏହାପରେ କେତେକ ଘଟଣାରେ ରାଜସ୍ଥାନ, ଉତ୍ତରପ୍ରଦେଶ, ୱେଷ୍ଟ ବେଙ୍ଗଲ, ହରିୟାଣା ଓ ମହାରାଷ୍ଟ୍ରରେ ମଧ୍ୟ ଇଣ୍ଟର୍ନେଟ୍ ଶଟ୍ଡାଉନ୍ ହୋଇଛି।
[caption id="" align="aligncenter" width="799"]
pic credit-indiatoday[/caption]
କେତେକ ସ୍ଥାନରେ ଦିନକ ପାଇଁ ଇଣ୍ଟର୍ନେଟ୍ ଶଟ୍ଡାଉନ୍ କରାଯାଉଥିବା ବେଳେ ଅନେକ ସମୟରେ ଦିନ ଦିନ ଧରି ଶଟ୍ଡାଉନ୍ ହୋଇଛି। ୨୦୧୭ରେ ୨୧ ଥର, ୨୦୧୮ରେ ୫ ଥର ଓ ୨୦୧୯ରେ ୬ଥର ୩ ଦିନରୁ ଅଧିକ ସମୟ ଧରି ଇଣ୍ଟରନେଟ ସେବାକୁ ବନ୍ଦ କରାଯାଇଥିଲା।
କ'ଣ କହୁଛି ଆଇନ୍
ଇଣ୍ଟରନେଟ୍ ଶଟ୍ ଡାଉନ୍ ନେଇ ଭାରତୀୟ ଆଇନ୍ ବ୍ୟବସ୍ଥାରେ ଏକ ସ୍ୱତନ୍ତ୍ର ଆଇନ ରହିଛି। ୨୦୧୭ରେ ହୋଇଥିବା ନିୟମ ଅନୁସାରେ ଟେଲି କମ୍ୟୁନିକେସନ ବିଭାଗ (ଡିଓଟି) ଜରୁରୀକାଳୀନ ପରିସ୍ଥିତି କିମ୍ବା ଲୋକଙ୍କ ସୁରକ୍ଷା ପାଇଁ ଅଳ୍ପ ସମୟ ପାଇଁ ଇଣ୍ଟର୍ନେଟ୍ ସସ୍ପେଣ୍ଡ କରିପାରିବାର ବ୍ୟବସ୍ଥା ରହିଛି। ତା ସହିତ ଟେଲି କମ୍ୟୁନିକେଶନ ଯୋଗାଯୋଗ ମଧ୍ୟ ରଦ୍ଦ କରିବାର ନିୟମ ରହିଛି। ନିୟମ ଅନୁସାରେ କେବଳ କେନ୍ଦ୍ର ଗୃହ ସଚିବ କିମ୍ବା ରାଜ୍ୟ ଗୃହ ସଚିବ ହିଁ ଉପରୋକ୍ତ ବିଶେଷ ପରିସ୍ଥିତିରେ ଇଣ୍ଟର୍ନେଟ୍ ଶଟ୍ଡାଉନ୍ ନିର୍ଦ୍ଦେଶ ଦେଇପାରିବେ।
କେବଳ ଅପ୍ରିତିକର ପରିସ୍ଥିତି ଉପୁଜିବା ପରେ ଯେ ଭାରତରେ ଇଣ୍ଟର୍ନେଟ୍ ବ୍ୟାନ୍ କରାଯାଉଛି, ତାହା ନୁହେଁ, ପ୍ରତିଷେଧକମୂଳକ ପଦକ୍ଷେପ ଓ ପ୍ରତିକ୍ରିୟା ମୂଳକ ପଦକ୍ଷେପ ପାଇଁ ମଧ୍ୟ ଇଣ୍ଟର୍ନେଟ୍ ବ୍ୟାନ କରାଯାଉଛି। ୨୦୧୭ରେ ହୋଇଥିବା ୭୯ ଥର ଇଣ୍ଟରନେଟ୍ ଶଟ୍ଡାଉନ ମଧ୍ୟରୁ ୬୧ ଟି ପ୍ରତିଷେଧକ ମୂଳକ ପଦକ୍ଷେପ ପାଇଁ ଓ ୧୮ ଟି ପ୍ରତିକ୍ରିୟାଶୀଳ ଭାବେ ଇଣ୍ଟରନେଟ୍ ବ୍ୟାନ କରାଯାଇଛି। internetshutdowns.in ସାଇଟ୍ର ଏହି ରିପୋର୍ଟ ପ୍ରକାଶ ପାଇଛି। ପୁଣି ୨୦୧୮ରେ ହୋଇଥିବା ୬୭ଟି ଇଣ୍ଟରନେଟ୍ ଶଟ୍ଡାଉନ ପ୍ରତିଷେଧକ ମୂଳକ ପଦକ୍ଷେପ ଭାବେ ନିଆଯାଇଥିବା ବେଳେ ପ୍ରତିକ୍ରିୟାଶୀଳ ହୋଇ ମଧ୍ୟ ସମାନ ଥର ଇଣ୍ଟର୍ନେଟ୍ ଶଟ୍ଡାଉନ୍ ହୋଇଥିଲା।
[caption id="" align="aligncenter" width="799"]
pic credit-indiatoday[/caption]
ଅର୍ଥନୀତି ବିଗାଡ଼ୁଛି ଇଣ୍ଟର୍ନେଟ୍ ଶଟ୍ଡାଉନ୍
ବାରମ୍ବାର ଇଣ୍ଟର୍ନେଟ୍ ସେବା ବ୍ୟହତ ଯୋଗୁ ଭାରତର ଅର୍ଥନୀତି ଉପରେ ଏହାର କୁପ୍ରଭାବ ପଡ଼ୁଛି। top10vpn.com ରିପୋର୍ଟ ଅନୁସାରେ ୨୦୨୦ରେ ହୋଇଥିବା ଇଣ୍ଟର୍ନେଟ୍ ବ୍ୟାନ୍ ପାଇଁ ଭାରତକୁ ୨.୭ ବିଲିୟନ ଆମେରିକା ଡଲାର କ୍ଷତି ସହିବାକୁ ପଡ଼ିଛି। ଏହି ବର୍ଷର ଦେଶର ବିଭିନ୍ନ ସ୍ଥାନରେ ମୋଟ ୮,୯୨୭ ଘଣ୍ଟା ପାଇଁ ଇଣ୍ଟର୍ନେଟ୍ ବ୍ୟାନ ହୋଇଛି। ଯଦି ୧ ଡଲାରକୁ ଭାରତୀୟ ମୁଦ୍ରାରେ ୭୩.୩ ଟଙ୍କା ହିସାବ କରାଯାଏ, ତେବେ ଇଣ୍ଟର୍ନେଟ୍ ବ୍ୟାନ ପାଇଁ ଭାରତକୁ ପ୍ରତି ଘଣ୍ଟାରେ ଦୁଇ କୋଟିରୁ ଅଧିକ ଟଙ୍କାର କ୍ଷତି ସହିବାକୁ ପଡ଼ିଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/net-loss_1627366928.jpg)