Advertisment

ସେପ୍ଟେମ୍ବର ୧୪ରୁ ସଂସଦର ମୌସୁମୀ ଅଧିବେଶନ!

ନୂଆଦିଲ୍ଲୀ: କରୋନାଭାଇରସ୍ ମହାସଙ୍କଟ ମଧ୍ୟରେ ମୌସୁମୀ ଅଧିବେଶନ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ସେପ୍ଟେମ୍ବର ୧୪ରୁ ଅକ୍ଟୋବର ୧ ତାରିଖ ପର୍ଯ୍ୟନ୍ତ ସଂସଦର ମୌସୁମୀ ଅଧିବେଶନ କରିବାକୁ ପ୍ରସ୍ତାବ ଦିଆଯାଇଛି। ତେବେ ଚଳିତ ଅଧିବେଶନରେ ସଂସଦର ଉଭୟ ସଦନ ବିନା ଅଫ ଡେ’ରେ ଚାଲିବ। ଅର୍ଥାତ କୌଣସି ଛୁଟି ରହିବ ନାହିଁ ଓ ଶନିବାର ଏବଂ ରବିବାର ବି ଗୃହ କାର୍ଯ୍ୟ ଚାଲୁ ରହିବ। ସୂତ୍ର ଅନୁସାରେ, ପ୍ରତିଦିନ ୪ ଘଣ୍ଟା ଲେଖାଏ ଗୃହ କାର୍ଯ୍ୟକ୍ଷମ ହେବ। […]

ସେପ୍ଟେମ୍ବର ୧୪ରୁ ସଂସଦର ମୌସୁମୀ ଅଧିବେଶନ!

parliament

Advertisment

ନୂଆଦିଲ୍ଲୀ: କରୋନାଭାଇରସ୍ ମହାସଙ୍କଟ ମଧ୍ୟରେ ମୌସୁମୀ ଅଧିବେଶନ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ସେପ୍ଟେମ୍ବର ୧୪ରୁ ଅକ୍ଟୋବର ୧ ତାରିଖ ପର୍ଯ୍ୟନ୍ତ ସଂସଦର ମୌସୁମୀ ଅଧିବେଶନ କରିବାକୁ ପ୍ରସ୍ତାବ ଦିଆଯାଇଛି। ତେବେ ଚଳିତ ଅଧିବେଶନରେ ସଂସଦର ଉଭୟ ସଦନ ବିନା ଅଫ ଡେ'ରେ ଚାଲିବ। ଅର୍ଥାତ କୌଣସି ଛୁଟି ରହିବ ନାହିଁ ଓ ଶନିବାର ଏବଂ ରବିବାର ବି ଗୃହ କାର୍ଯ୍ୟ ଚାଲୁ ରହିବ।

Advertisment

ସୂତ୍ର ଅନୁସାରେ, ପ୍ରତିଦିନ ୪ ଘଣ୍ଟା ଲେଖାଏ ଗୃହ କାର୍ଯ୍ୟକ୍ଷମ ହେବ। ସେହିପରି ଦୁଇଟି ପର୍ଯ୍ୟାୟରେ ଗୃହ କାର୍ଯ୍ୟକୁ ପରିଚାଳନା କରିବାକୁ ସରକାର ଲକ୍ଷ୍ୟ ରଖିଛନ୍ତି। ପ୍ରଥମ ପର୍ଯ୍ୟାୟ ସକାଳେ ଓ ଦ୍ୱିତୀୟ ପର୍ଯ୍ୟାୟ ମଧ୍ୟାହ୍ନରେ ବସିବ। ୧୮ ଦିନ ଧରି ସଂସଦର ମୌସୁମୀ ଅଧିବେଶନ ନିରବଚ୍ଛିନ୍ନ ଭାବେ କାର୍ଯ୍ୟ କରିବ ବୋଲି ସରକାର ନିଷ୍ପତ୍ତି ନେଇଛନ୍ତି।

ସଂସଦ ଛୁଟି ହେଲେ କିମ୍ବା ଶନିବାର ଓ ରବିବାର ଗୃହ କାର୍ଯ୍ୟ ବନ୍ଦ ରହିଲେ ସାଂସଦମାନେ ନିଜ ନିଜ ନିର୍ବାଚନ ମଣ୍ଡଳୀକୁ ଚାଲି ଯିବାର ସମ୍ଭାବନା ରହିଛି। ସେଠାରୁ ଫେରିବା ବେଳେ ସେମାନେ କରୋନା ଭାଇରସରେ ଆକ୍ରାନ୍ତ ହେବାର ଆଶଙ୍କା ରହିଛି। ତେଣୁ ସରକାର ଗୃହ କାର୍ଯ୍ୟକୁ କୌଣସି ଦିନ ବି ବନ୍ଦ ନ ରଖିବାକୁ ଲକ୍ଷ୍ୟ ରଖିଛନ୍ତି।

Advertisment

ଗୃହ କାର୍ଯ୍ୟ ଆରମ୍ଭ ହେଲେ ମାସ୍କ ଓ ସାମାଜିକ ଦୂରତାକୁ ଗୁରୁତ୍ୱ ଦିଆଯିବ। ଏଥିସହ ଉଭୟ ସଦନରେ ଥିବା ଚ୍ୟାମ୍ବର ଓ ଗ୍ୟାଲେରୀକୁ ମଧ୍ୟ ସାଂସଦମାନଙ୍କ ବସିବା ପାଇଁ ବ୍ୟବହାର କରାଯିବ। ଚ୍ୟାମ୍ବର ଗୁଡ଼ିକରେ ୮୫ ଇଞ୍ଚର ୪ଟି ଡିସପ୍ଲେ ସ୍କ୍ରିନ ଲାଗିବ। ସେହିପରି ୪ଟି ଗ୍ୟାଲେରୀରେ ୬ଟି ୪୦ ଇଞ୍ଚର ସ୍କ୍ରିନ ଓ ଅଡିଓ ସିଷ୍ଟମ ଲଗାଯିବ। ରାଜନୀତିକ ଦଳଗୁଡ଼ିକର ସଦସ୍ୟଙ୍କ ସଂଖ୍ୟା ଦେଖି ସେମାନଙ୍କୁ ଚ୍ୟାମ୍ବର କିମ୍ବା ଗ୍ୟାଲେରୀରେ ବସିବାକୁ କୁହାଯିବ।

ରାଜ୍ୟସଭା ଚ୍ୟାମ୍ବରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ କେନ୍ଦ୍ରମନ୍ତ୍ରୀ ଓ ବିରୋଧୀ ଦଳର ନେତାଙ୍କ ପାଇଁ ସିଟ୍‌ ସଂରକ୍ଷିତ କରି ରଖାଯିବ। ସେହିପରି ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ ଓ ଏଚଡି ଦେବଗୌଡ଼ାଙ୍କ ଭଳି ନେତାଙ୍କ ପାଇଁ ମଧ୍ୟ ଚ୍ୟାମ୍ବରରେ ସିଟ୍‌ ସଂରକ୍ଷଣ ରହିବ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ