monkey
ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ଏକ ପୁରୁଣା ଭିଡିଓ ଭାଇରାଲ ହେବାରେ ଲାଗିଛି। ଯାହାକୁ ଦେଖି ଆପଣ ହସି ହସି ଗଡିଯିବେ। ଜଙ୍ଗଲରେ ମାଙ୍କଡଟି ବାଘକୁ ହଇରାଣ କରି ଖୁବ୍ ମଜ୍ଜା ନେଉଥିବାର ଏହି ଭିଡିଓଟିରେ ଦେଖିବାକୁ ମିଳିଛି। ଏଭଳି ମଜାଦାର ଭିଡିଓକୁ ବନ ଅଧିକାରୀ ସୁଶାନ୍ତ ନନ୍ଦ ଟ୍ୱିଟ୍ରେ ସେୟାର କରିଛନ୍ତି।
ଭିଡିଓରେ ଦେଖିବାକୁ ମିଳିଛି ଯେ ଦୁଇଟି ବାଘ ଗଛ ମୂଳରେ ବସିଥିଲେ। ମାଙ୍କଡଟି ମଧ୍ୟ ସେହି ଗଛର ଉପରେ ବସିଥିଲା। ପରେ ମାଙ୍କଡଟି ତଳକୁ ଆସି ବାଘର ଗାଲକୁ ଚାପୁଡା ମାରିଥିଲା। ଚାପୁଡା ମାରିବା ପରେ ବାଘଟି ମଧ୍ୟ ମାଙ୍କଡ ଉପରେ ଆକ୍ରମଣ କରିବାକୁ ଚେଷ୍ଟା କରିଥିଲା। କିନ୍ତୁ ମାଙ୍କଡଟି ଏ ଡାଳରୁ ସେ ଡାଳକୁ ଡେଇଁ ଡେଇଁ ଆନନ୍ଦରେ ଖେଳୁଥିଲା।
ଦୁଷ୍ଟ ମାଙ୍କଡଟି କ’ଣ ଚୁପ୍ ରହିବ। ପୁଣିଥିରେ ମାଙ୍କଡଟି ଗଛର ଡାଳରେ ଓହଳି ବାଘର ଲାଞ୍ଜ ଓ କାନକୁ ଟାଣିବାରେ ଲାଗିଥିଲା। ବାଘଟି ମଧ୍ୟ ପୂର୍ବପରି ମାଙ୍କଡଟିକୁ ଆକ୍ରମଣ କରିବାକୁ ଚେଷ୍ଟା କଲାବେଳକୁ ମାଙ୍କଡଟି ଗଛ ଉପରୁ ଚଢ଼ିଯାଉଥିଲା। ମାଙ୍କଡଟି ବାଘ ସହ ଖୁବ୍ ମଜ୍ଜା କରୁଥିବାର ଦେଖିବାକୁ ମିଳୁଥିଲା। ଯେ ପର୍ଯ୍ୟନ୍ତ ବାଘଟି ଥକି ନପଡିଚି, ସେ ପର୍ଯ୍ୟନ୍ତ ହଇରାଣ କରୁଥିବା ଏହି ଭିଡିଓରେ ଦେଖିବାକୁ ମିଳିଥିଲା।
ଭିଡିଓ ସେୟାର କରି ସୁଶାନ୍ତ ନନ୍ଦ କହିଛନ୍ତି ଯେ, 'ଯଦି ତୁମେ ଦେଖିନାହଁ ... ତେବେ ନିଶ୍ଚିତ ଭାବେ ଦେଖ, ମାଙ୍କଡ଼ଟି ବାଘର କିପରି ମଜ୍ଜା ନେଉଛି’।
ଏହି ଭିଡିଓକୁ ସୁଶାନ୍ତ ନନ୍ଦ ମେ’୨୮ରେ ସେୟାର କରିଛନ୍ତି। ଏପର୍ଯ୍ୟନ୍ତ ଏହି ଭିଡିଓଟିକୁ ୩ହଜାରରୁ ଅଧିକ ଭ୍ୟୁଜ୍ ମିଳିଥିବାବେଳେ ୪୦୦ରୁ ଅଧିକ ଲାଇକ୍ ମିଳିଛି। ୧୦୦ରୁ ଅଧିକ ରିଟ୍ୱିଟ୍ ମଧ୍ୟ କରାଯାଇଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/monkey-1_1626695826.jpg)