Advertisment

ଜିନପିଙ୍ଗଙ୍କୁ ୬ ଫୁଟ ଉଚ୍ଚର ଦୀପ ଉପହାର ଦେଲେ ମୋଦି

ଚେନ୍ନାଇ: ଭାରତ ଗସ୍ତରେ ଆସିଥିବା ଚାଇନା ରାଷ୍ଟ୍ରପତି ସି ଜିନପିଙ୍ଗ ଭାରତରୁ ଅଜସ୍ର ଭଲ ପାଇବା ସହ କିଛି ସ୍ୱତନ୍ତ୍ର ଉପହାର ନେଇ ବେଜିଂ ଗସ୍ତ କରିବେ। ଆଜି ହାତବୁଣା ରେଶମ ପ୍ରତିକୃତି ଦେବା ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗତକାଲି ଜିନପିଙ୍ଗଙ୍କୁ ଆଉ କିଛି ସ୍ୱତନ୍ତ୍ର ଗିଫ୍ଟ ଦେଇଥିଲେ। ଗତକାଲି ମୋଦି ଚାଇନା ରାଷ୍ଟ୍ରପତିଙ୍କୁ ଗୋଟିଏ ଚାଚିଆରକୋଲି ଉପହାର ଦେଇଥିଲେ। ଏହି ୬ ଫୁଟ ଉଚ୍ଚର ଆନ୍ନାମ ଲ୍ୟାମ୍ପଟି ସୁନା ରଙ୍ଗରେ ଝଳେଇ ହୋଇଛି। ଏହାବାଦ୍‌ […]

ଜିନପିଙ୍ଗଙ୍କୁ ୬ ଫୁଟ ଉଚ୍ଚର ଦୀପ ଉପହାର ଦେଲେ ମୋଦି

43434345434343

Advertisment

ଚେନ୍ନାଇ: ଭାରତ ଗସ୍ତରେ ଆସିଥିବା ଚାଇନା ରାଷ୍ଟ୍ରପତି ସି ଜିନପିଙ୍ଗ ଭାରତରୁ ଅଜସ୍ର ଭଲ ପାଇବା ସହ କିଛି ସ୍ୱତନ୍ତ୍ର ଉପହାର ନେଇ ବେଜିଂ ଗସ୍ତ କରିବେ। ଆଜି ହାତବୁଣା ରେଶମ ପ୍ରତିକୃତି ଦେବା ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗତକାଲି ଜିନପିଙ୍ଗଙ୍କୁ ଆଉ କିଛି ସ୍ୱତନ୍ତ୍ର ଗିଫ୍ଟ ଦେଇଥିଲେ।

Advertisment

ଗତକାଲି ମୋଦି ଚାଇନା ରାଷ୍ଟ୍ରପତିଙ୍କୁ ଗୋଟିଏ ଚାଚିଆରକୋଲି ଉପହାର ଦେଇଥିଲେ। ଏହି ୬ ଫୁଟ ଉଚ୍ଚର ଆନ୍ନାମ ଲ୍ୟାମ୍ପଟି ସୁନା ରଙ୍ଗରେ ଝଳେଇ ହୋଇଛି। ଏହାବାଦ୍‌ ଏକ ୩ ଫୁଟ ଉଚ୍ଚର ଏକ ନୃତ୍ୟରତା ସରସ୍ୱତୀ ତାଞ୍ଜାଭୁର ଚିତ୍ରକଳା ଉପହାର ଦେଇଥିଲେ। ଏହି ଉପହାରରେ ତାମିଲନାଡୁର ସଂସ୍କୃତି ଓ ପରମ୍ପରାର ଝଲକ ରହିଛି।

୬ ଫୁଟ ଉଚ୍ଚର ଏହି ଦୀପଟି ସଂପୂର୍ଣ୍ଣ ଭାବେ ବ୍ରୋଞ୍ଜରେ ତିଆରି ହୋଇଥିବା ବେଳେ ଏହା ଉପରେ ସୁନାର ଝଳେଇ ଦିଆଯାଇଛି। ଏହାର ଓଜନ ୧୦୮ କେଜି ହୋଇଥିବା ବେଳେ ଏହାକୁ ତିଆରି କରିବାକୁ ୧୨ ଦିନ ସମୟ ଲାଗିଥିଲା।

ଦୀପଟିର ଉପରି ଭାଗରେ ଆନ୍ନାମ ନାମକ ଦେବପକ୍ଷୀ ରହିଛି। ଏହି ପକ୍ଷୀଟି କ୍ଷୀରରେ ମିଶିଥିବା ପାଣିକୁ ଅଲଗା କରିବାର କ୍ଷମତା ରଖିଥିବା କୁହାଯାଏ। ଅର୍ଥାତ ଏହା କୁପ୍ରଭାବରୁ ଲୋକଙ୍କ ମନରେ ଶାନ୍ତି ଭରିଥାଏ।

ସରସ୍ୱତୀଙ୍କ ଚିତ୍ରକଳାର ଉଚ୍ଚତା ୩ ଫୁଟ ହୋଇଥିବା ବେଳେ ଏହାର ଓସାର ୪ ଫୁଟ ରହିଛି। ଏହାକୁ ତିଆରି ହେବାକୁ ୪୫ ଦିନ ସମୟ ଲାଗିଥିଲା। ଏହାକୁ ଗୋଟିଏ କାଠପ୍ରେମ ଦ୍ୱାରା ବାଇଡିଂ କରାଯାଇଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ