Advertisment

ବିଜେଡି ଓ ଏନ୍‌ସିପିକୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ: ବିଜେପିର ଦୁଇ ଚିରପ୍ରତିଦ୍ୱନ୍ଦ୍ୱୀ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିଜେଡି ଓ ଶରଦ ପାୱାରଙ୍କ ଏନ୍‌ସିପିକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାଜ୍ୟସଭାରେ ପ୍ରଶଂସା କରିଛନ୍ତି। ଅନ୍ୟ ସବୁ ଦଳଙ୍କ ତୁଳନାରେ ଏହି ଦୁଇ ରାଜନୀତିରୁ ଉପରେ ରହି ବିକାଶକୁ ଅଧିକ ଗୁରୁତ୍ୱ ଦିଅନ୍ତି ବୋଲି ମୋଦି ମଧ୍ୟ କହିବାକୁ ପଛାଇ ନାହାନ୍ତି। ତେବେ ମୋଦିଙ୍କ ଏଭଳି ପ୍ରଶଂସାକୁ ନେଇ ଜାତୀୟ ରାଜନୀତିରେ ଚର୍ଚ୍ଚା ଜୋର ଧରିଛି। ମହାରାଷ୍ଟ୍ରରେ ୫୦: ୫୦ ଫର୍ମୁଲାକୁ ଆଳ କରି ଶିବସେନା […]

ବିଜେଡି ଓ ଏନ୍‌ସିପିକୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ମୋଦି

modi

Advertisment

ନୂଆଦିଲ୍ଲୀ: ବିଜେପିର ଦୁଇ ଚିରପ୍ରତିଦ୍ୱନ୍ଦ୍ୱୀ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିଜେଡି ଓ ଶରଦ ପାୱାରଙ୍କ ଏନ୍‌ସିପିକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାଜ୍ୟସଭାରେ ପ୍ରଶଂସା କରିଛନ୍ତି। ଅନ୍ୟ ସବୁ ଦଳଙ୍କ ତୁଳନାରେ ଏହି ଦୁଇ ରାଜନୀତିରୁ ଉପରେ ରହି ବିକାଶକୁ ଅଧିକ ଗୁରୁତ୍ୱ ଦିଅନ୍ତି ବୋଲି ମୋଦି ମଧ୍ୟ କହିବାକୁ ପଛାଇ ନାହାନ୍ତି। ତେବେ ମୋଦିଙ୍କ ଏଭଳି ପ୍ରଶଂସାକୁ ନେଇ ଜାତୀୟ ରାଜନୀତିରେ ଚର୍ଚ୍ଚା ଜୋର ଧରିଛି।

Advertisment

ମହାରାଷ୍ଟ୍ରରେ ୫୦: ୫୦ ଫର୍ମୁଲାକୁ ଆଳ କରି ଶିବସେନା ଏନ୍‌ଡିଏରୁ ବାହାରି ଯାଇଛି। ଆଜି ମୋଦି ବିଜେଡି ଓ ଏନସିପିକୁ ପ୍ରଶଂସା କରି ସେମାନଙ୍କ ପାଇଁ
ଏନ୍‌ଡିଏ ଦ୍ୱାର ସର୍ବଦା ଖୋଲା ରହିଛି ବୋଲି ପରୋକ୍ଷରେ ସଙ୍କେତ ଦେଇଥିବା ରାଜନୀତିକ ପଣ୍ଡିତମାନେ ମତ ଦେଇଛନ୍ତି।

ମହାରାଷ୍ଟ୍ରରେ ଏନ୍‌ସିପି ଏବେ ଶିବସେନା ସହ ମିଶି ସରକାର ଗଠନ କରିବାକୁ ଚେଷ୍ଟା କରୁଛି। ଆଜି ଏଥିପାଇଁ ଶରଦ ପାୱାର କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷ ସୋନିଆ ଗାନ୍ଧିଙ୍କୁ ଭେଟିବେ। ଏହାପୂର୍ବରୁ ହିଁ ମୋଦି ଏନ୍‌ସିପିକୁ ବିକାଶ ପାଇଁ ରାଜନୀତି କରୁଥିବା ଦଳ ବୋଲି କହିଛନ୍ତି। ତେଣୁ ମୋଦିଙ୍କ ଏଭଳି ପ୍ରଶଂସା ପରବର୍ତ୍ତୀ ସମୟରେ ନୂଆ ରାଜନୀତିକ ସମୀରକଣ ସୃଷ୍ଟି କରିବ ବୋଲି କୁହାଯାଉଛି।

Advertisment

ଅନ୍ୟପକ୍ଷରେ ପୂର୍ବରୁ ଅନେକ ପ୍ରସଙ୍ଗରେ ବିଜେଡି କେନ୍ଦ୍ରରେ କ୍ଷମତାସୀନ ବିଜେପିକୁ ସମର୍ଥନ କରିଛି। ଏପରି କି ରାଜ୍ୟସଭାରେ ସଂଖ୍ୟା ନଥାଇ ବି ବିଜେଡି ସହାୟତାରେ କେନ୍ଦ୍ର ସରକାର ଅନେକ ଗୁରୁତ୍ୱପୂର୍ଣ୍ଣ ବିଲ୍‌ ପାସ୍‌ କରାଇଛନ୍ତି। ଏଥିପାଇଁ କଂଗ୍ରେସ ରାଜ୍ୟରେ ସର୍ବଦା ବିଜେଡି-ବିଜେପି ଭାଇଭାଇ ବୋଲି କହି ଆସୁଛି। ଏଭଳି ସ୍ଥିତିରେ ବିଜେଡିକୁ ପ୍ରଧାନମନ୍ତ୍ରୀଙ୍କ ପ୍ରଶଂସା ନୂଆ ଚର୍ଚ୍ଚାକୁ ଜନ୍ମ ଦେଇଛି।

ଆଜି ରାଜ୍ୟସଭାର ୨୫୦ତମ ସେସନ୍ସ। ଏଥିରେ ଉଦ୍‌ବୋଧନ ଦେଇ ମୋଦି କହିଛନ୍ତି, “ଆଜି ମୁଁ ଦୁଇଟି ଦଳକୁ ରାଜ୍ୟସଭାରେ ସାଧୁବାଦ ଦେବାକୁ ଚାହୁଁଛି। ଗୋଟିଏ ହେଲା ଏନ୍‌ସିପି ଓ ଅନ୍ୟଟି ହେଲା ବିଜେଡି। ଏହି ଦୁଳ ସର୍ବଦା ସଂସଦର ଗାରିମା ଓ ନିୟମକୁ ଭଲ ଭାବେ ପାଳନ କରି ଆସିଛନ୍ତି। ଏମାନେ କେବେ ହେଲେ ଗୃହର ମଧ୍ୟ ଭାଗକୁ ଆସି ହୋହଲ୍ଲା କରିନାହାନ୍ତି। ଉଭୟ ଏନ୍‌ସିପି ଓ ବିଜେଡି ସର୍ବଦା ନିଜର ଦାବିକୁ ଗଣତାନ୍ତ୍ରିକ ଉପାୟରେ ଉପସ୍ଥାପନ କରିଛନ୍ତି। ସେମାନେ କେବେ ହେଲେ ବି ଗୃହ କାର୍ଯ୍ୟରେ ବାଧା ସୃଷ୍ଟି କରିନାହାନ୍ତି। ଏହି ଦୁଇ ଦଳଙ୍କ ଠାରୁ ଆମେ ସମସ୍ତେ ଅନେକ କିଛି ଶିଖିବାର ଅଛି।”

Advertisment

ମୋଦି ରାଜ୍ୟସଭାରେ ଉଦବୋଧନ ଦେଇ କହିଛନ୍ତି, “ ଅନେକ ଐତିହାସିକ ବିଲ୍‌କୁ ଏଠାରେ ଥିବା ବିଦ୍ୱାନ ସାଂସଦମାନେ ବିତର୍କ ଜରିଆରେ ପାରିତ କରିଛନ୍ତି। ଟ୍ରିପଲ ତଲକା ଠାରୁ ଆରମ୍ଭ କରି ଜିଏସ୍‌ଟି ବିଲ୍‌ ରାଜ୍ୟସଭାରେ ସମସ୍ତେ ମିଳିତ ଭାବେ ପାସ୍‌ କରାଇଛନ୍ତି। ଧାରା ୩୭୦କୁ ସର୍ବସମ୍ମତି କ୍ରମେ ଅନୁମୋଦନ ମିଳିଛି। ଯେତେବେଳେ ରାଷ୍ଟ୍ର କଥା ଆସେ, ସେତେବେଳେ ଏଠାରେ ଥିବା ସାଂସଦମାନେ ଦଳମତ ନିର୍ବିଶେଷରେ ଏହାକୁ ସମର୍ଥନ କରନ୍ତି।

ଆମେ କେବେ ହେଲେ ଧାରା ୩୭୦ ଓ ୩୫(ଏ) ଉଚ୍ଛେଦ ସଂକ୍ରାନ୍ତ ବିଲ ରାଜ୍ୟସଭାରେ କେମିତି ପାସ ହେଲା, ସେକଥା ମନେ ରଖିବା ଦରକାର। ଦେଶକୁ ଗୋଟିଏ ସୂତାରେ ବାନ୍ଧି ରଖିବା ପାଇଁ ରାଜ୍ୟସଭା ସର୍ବଦା ଠିକ୍‌ ନିଷ୍ପତ୍ତି ନେଇଛି। ସମ୍ବିଧାନ ଅନୁସାରେ ରାଜ୍ୟସଭାର ସଦସ୍ୟମାନେ ସର୍ବଦା କାର୍ଯ୍ୟ କରିବା ଉଚିତ।”

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ