Advertisment

ଏନଡିଏ ଓ ବିଜେପି ସଂସଦୀୟ ଦଳ ନେତା ନିର୍ବାଚିତ ହେଲେ ନରେନ୍ଦ୍ର ମୋଦି

ନୂଆଦିଲ୍ଲୀ:  ୧୯ରେ ଧମାକାଦାର ବିଜୟ ପରେ କେନ୍ଦ୍ରରେ ଏବେ ଦ୍ୱିତୀୟ ଇନିଂସ ଆରମ୍ଭ କରିବାକୁ ଯାଉଛି ବିଜେପି ନେତୃତ୍ୱାଧୀନ ଏନ୍‌ଡିଏ । ନୂଆଦିଲ୍ଲୀରେ ଆଜି NDA ସଂସଦୀୟ ଦଳ ବୈଠକ ପରେ ଆରମ୍ଭ ହୋଇଛି ସରକାର ଗଠନ ପ୍ରକ୍ରିୟା । ଏପଟେ ଦ୍ୱିତୀୟ ପାଳିରେ ଅଧିକ ସିଟ୍ ଜିତିବା ଦୃଷ୍ଟିରୁ ମନ୍ତ୍ରୀ ପଦ ଲାଗି ଦାବିଦାର୍ଙ୍କ ସଂଖ୍ୟା ବି ବଢ଼ିଛି । ଅନ୍ୟପକ୍ଷରେ ମେଣ୍ଟ ସହଯୋଗୀଙ୍କୁ ବି ସମାନ ଗୁରୁତ୍ୱ ଦେବ ବୋଲି କହିଛି ଦଳ।  ଏପଟେ […]

ଏନଡିଏ ଓ ବିଜେପି ସଂସଦୀୟ ଦଳ ନେତା ନିର୍ବାଚିତ ହେଲେ ନରେନ୍ଦ୍ର ମୋଦି 

mol

Advertisment

ନୂଆଦିଲ୍ଲୀ:  ୧୯ରେ ଧମାକାଦାର ବିଜୟ ପରେ କେନ୍ଦ୍ରରେ ଏବେ ଦ୍ୱିତୀୟ ଇନିଂସ ଆରମ୍ଭ କରିବାକୁ ଯାଉଛି ବିଜେପି ନେତୃତ୍ୱାଧୀନ ଏନ୍‌ଡିଏ । ନୂଆଦିଲ୍ଲୀରେ ଆଜି NDA ସଂସଦୀୟ ଦଳ ବୈଠକ ପରେ ଆରମ୍ଭ ହୋଇଛି ସରକାର ଗଠନ ପ୍ରକ୍ରିୟା । ଏପଟେ ଦ୍ୱିତୀୟ ପାଳିରେ ଅଧିକ ସିଟ୍ ଜିତିବା ଦୃଷ୍ଟିରୁ ମନ୍ତ୍ରୀ ପଦ ଲାଗି ଦାବିଦାର୍ଙ୍କ ସଂଖ୍ୟା ବି ବଢ଼ିଛି । ଅନ୍ୟପକ୍ଷରେ ମେଣ୍ଟ ସହଯୋଗୀଙ୍କୁ ବି ସମାନ ଗୁରୁତ୍ୱ ଦେବ ବୋଲି କହିଛି ଦଳ।  ଏପଟେ ଏଥର ଓଡ଼ିଶାରୁ ୮ ସାଂସଦ ନିର୍ବାଚିତ ହୋଇଥିବାରୁ କାହାକୁ ମନ୍ତ୍ରୀମଣ୍ଡଳରେ ସ୍ଥାନ ମିଳିବ ତାକୁ ନେଇ ଆରମ୍ଭ ହୋଇଛି କଳ୍ପନାଜଳ୍ପନା।

Advertisment

ଜାତୀୟ ଗଣତାନ୍ତ୍ରିକ ମେଣ୍ଟ NDAର ସରକାର ଗଠନ ପ୍ରକ୍ରିୟା ଆରମ୍ଭ ହୋଇଛି। ପାର୍ଲାମେଣ୍ଟ ସେଣ୍ଟ୍ରାଲ ହଲରେ ଏକାଠି ହୋଇଛନ୍ତି ବିଜେପି ଓ ସହଯୋଗୀ ଦଳର ନବ ନିର୍ବାଚିତ ସାଂସଦ। ଆଜିର ଏ ଗୁରୁତ୍ୱପୂର୍ଣ୍ଣ ବୈଠକରେ ନରେନ୍ଦ୍ର ମୋଦିଙ୍କୁ ପୁଣି ସର୍ବ ସମ୍ମତ ଭାବେ ସଂସଦୀୟ ଦଳ ନେତା ନିର୍ବାଚିତ କରାଯାଇଛି।  ଏନଡିଏର ଦ୍ୱିତୀୟ ଇନିଂସ ଶାସନ କଳର ରୂପରେଖ କ’ଣ ହେବ ଏବଂ ମୋଦି ବାହିନୀରେ କାହାକୁ ସାମିଲ କରାଯିବ ସେ ନେଇ ଅଙ୍କକଷା ଚାଲିଛି।

ତେବେ ପୂର୍ବାନୁମାନ ଅନୁସାରେ ଏଥର ବିଜେପିକୁ ଦ୍ୱିତୀୟ ଥର ଦିଲ୍ଲୀ ଦରବାରରେ ପହଞ୍ଚାଇବାରେ ଅଗ୍ରଦୂତ ସାଜିଥିବା ଅମିତ ଶାହଙ୍କୁ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ପୋର୍ଟ ଫୋଲିଓ ମିଳିବ। ଆମେଥିରେ ରାହୁଲ ଗାନ୍ଧୀଙ୍କୁ ମାତ୍ ଦେଇ ସବୁଠୁ ବଡ ଓଲଟଫେର କରିଥିବା ସ୍ମୃତି ଇରାନୀଙ୍କୁ ଖାସ ବିଭାଗ ମିଳିପାରେ ବୋଲି ଚର୍ଚ୍ଚା। ଏନଡିଏ ଓ୍ୱାନର ଅର୍ଥମନ୍ତ୍ରୀ ଥିବା ଅର୍ଥମନ୍ତ୍ରୀ ଅରୁଣ ଜେଟଲୀଙ୍କ ଖରାପ ସ୍ୱାସ୍ଥ୍ୟ କାରଣରୁ ସେ ମନ୍ତ୍ରୀମଣ୍ଡଳରୁ ଦୂରେଇ ରହିବା ଅନୁମାନ କାରଯାଉଛି। ତାଙ୍କ ସ୍ଥାନରେ କାମଚଳା ବଜେଟ ଉପସ୍ଥାପନ କରିଥିବା ପିୟୁଷ ଗୋୟଲଙ୍କୁ ଏହି ଗୁରୁ ଦାୟିତ୍ୱ ମିଳିବା ସମ୍ଭାବନା ରହିଛି ।

Advertisment

ଏକାକି ବିଜେପି ୩ ଶହରୁ ଅଧିକ ଆସନ ଜିତିଥିଲେ ବି ମେଣ୍ଟ ସହଯୋଗୀଙ୍କୁ  ଗୁରୁତ୍ୱପୂର୍ଣ୍ଣ ବିଭାଗ ଦେବାକୁ ପଡିବ। ଖାସ୍ କରି ଜେଡିୟୁ, ଶିବସେନା ଏବଂ ଏଲଜେପି ନିଜ ନିଜ ସଂଖ୍ୟା ଅନୁସାରେ ମନ୍ତ୍ରୀପଦ ଦାବି କରିବା ନିଶ୍ଚିତ। ଅନ୍ୟପକ୍ଷରେ ଦଳ ପ୍ରଥମ ଥର ଲାଗି ପଶ୍ଚିମବଙ୍ଗରେ ମମତାଙ୍କ ଗଡ଼ ଭାଙ୍ଗିବାରେ ସଫଳ ହୋଇଥିବାରୁ ରାଜ୍ୟକୁ ଉପଯୁକ୍ତ ପ୍ରତିନିଧିତ୍ୱ ମିଳିବା ଆଶା କରାଯାଉଛି। ତାସାଙ୍ଗକୁ ଆଗକୁ ବିଧାନସଭା ନିର୍ବାଚନ ବି ରହିଛି। ସେଦୃଷ୍ଟିରୁ ରାଜ୍ୟରୁ ଅଧିକ ସଂଖ୍ୟକ ସାଂସଦଙ୍କୁ ମନ୍ତ୍ରିକରାଯିବା ସମ୍ଭାବନା ରହିଛି। ଓଡ଼ିଶାରୁ ଏଥର ୮ ଜଣ ସାଂସଦ ଯାଇଛନ୍ତି । ଜୁଏଲ ଓ ଧର୍ମେନ୍ଦ୍ର ଗତ ଥର ମନ୍ତ୍ରୀ ହୋଇଥିଲେ। ଉଭୟ  ମନ୍ତ୍ରିପଦ ବଜାୟ ରଖିଲେ ବି ରାଜ୍ୟରୁ ନୂଆ ମୁହଁକୁ ସାମିଲ କରାଯାଇପାରେ। ଖାସ୍ କରି ପଶ୍ଚିମ ଓଡ଼ିଶାରେ ଦଳ ଭଲ କରିଥିବାରୁ ବରଗଡ଼ରୁ ନିର୍ବାଚିତ ଦଳର ରାଷ୍ଟ୍ରୀୟ ସଂପାଦକ ସୁରେଶ ପୁଜାରୀଙ୍କ ନାଁକୁ ନେଇ ଚର୍ଚ୍ଚା ହେଉଛି । ଏପଟେ ପ୍ରଶାସିକାରୁ ସାଂସଦ ବନିଥିବା ଅପରାଜିତା ଷଡଙ୍ଗୀ ବି ଅନ୍ୟତମ ଦାବିଦାର୍ ବୋଲି କୁହାଯାଉଛି ।

Left Top
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ