Advertisment

ଗାଦି ସମ୍ଭାଳିବା ପୂର୍ବରୁ ବରିଷ୍ଠଙ୍କ ଆଶୀର୍ବାଦ ନେଲେ ମୋଦି

ନୂଆଦିଲ୍ଲୀ: ଶେଷ ପର୍ଯ୍ୟାୟରେ ୧୯ ସାଧାରଣ ନିର୍ବାଚନ ପ୍ରକ୍ରିୟା । ଭୋଟ ଗଣତି ସରି ରେଜଲ୍ଟ ବାହାରି ସାରିଥିବା ବଳେ ଏବେ କେବଳ ସରକାର ଗଠନ ବାକି। ତେବେ ସେଥିଲାଗି ମଧ୍ୟ ଆରମ୍ଭ ହୋଇଯାଇଛି ତତ୍ପରତା। ମୋଦି ଓ ଶାହ ମନ୍ତ୍ରିମଣ୍ଡଳର ରୂପରେଖ ନେଇ ନିଷ୍ପତ୍ତି ନେବେ ବୋଲି କୁହାଯାଉଛି। ଏପଟେ  ଦ୍ୱିତୀୟ ଥର ଦିଲ୍ଲୀ  ଗାଦି ସମ୍ଭାଳିବା ପୂର୍ବରୁ ପ୍ରଧାନମନ୍ତ୍ରୀ ଆଜି ବରିଷ୍ଠ ନେତା ଲାଲକୃଷ୍ଣ ଆଡଭାନୀ ଓ  ମୁରଲୀ ମନୋହର ଯୋଶୀଙ୍କୁ ଭେଟି ଆଶୀର୍ବାଦ […]

ଗାଦି ସମ୍ଭାଳିବା ପୂର୍ବରୁ ବରିଷ୍ଠଙ୍କ ଆଶୀର୍ବାଦ ନେଲେ ମୋଦି

mo

Advertisment

ନୂଆଦିଲ୍ଲୀ: ଶେଷ ପର୍ଯ୍ୟାୟରେ ୧୯ ସାଧାରଣ ନିର୍ବାଚନ ପ୍ରକ୍ରିୟା । ଭୋଟ ଗଣତି ସରି ରେଜଲ୍ଟ ବାହାରି ସାରିଥିବା ବଳେ ଏବେ କେବଳ ସରକାର ଗଠନ ବାକି। ତେବେ ସେଥିଲାଗି ମଧ୍ୟ ଆରମ୍ଭ ହୋଇଯାଇଛି ତତ୍ପରତା। ମୋଦି ଓ ଶାହ ମନ୍ତ୍ରିମଣ୍ଡଳର ରୂପରେଖ ନେଇ ନିଷ୍ପତ୍ତି ନେବେ ବୋଲି କୁହାଯାଉଛି। ଏପଟେ  ଦ୍ୱିତୀୟ ଥର ଦିଲ୍ଲୀ  ଗାଦି ସମ୍ଭାଳିବା ପୂର୍ବରୁ ପ୍ରଧାନମନ୍ତ୍ରୀ ଆଜି ବରିଷ୍ଠ ନେତା ଲାଲକୃଷ୍ଣ ଆଡଭାନୀ ଓ  ମୁରଲୀ ମନୋହର ଯୋଶୀଙ୍କୁ ଭେଟି ଆଶୀର୍ବାଦ ନେଇଛନ୍ତି ।

Advertisment

ଆସନ୍ତା ୩୦ ତାରିଖ ସୁଦ୍ଧା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶପଥ ନେବା ସମ୍ଭାବନା ରହିଛି । ବିଜେପି ଏକାକି ୩ ଶହ ଆସନ ଜିତିଥିଲେ ମଧ୍ୟ  ମନ୍ତ୍ରୀମଣ୍ଡଳରେ ଏନଡିଏ ସହଯୋଗୀଙ୍କୁ  ଗୁରୁତ୍ୱପୂର୍ଣ୍ଣ ବିଭାଗ ମିଳିବ, ଏଥିପାଇଁ କସରତ ଆରମ୍ଭ ହୋଇଯାଇଛି । ଗତ ୨୨ ତାରିଖରେ ନିଜେ ପ୍ରଧାନମନ୍ତ୍ରୀ ମୋଦି ଓ ବିଜେପି ସଭାପତି ଅମିତ ଶାହ ସହଯୋଗୀଙ୍କୁ ଭେଟି  ଆଲୋଚନା ମଧ୍ୟ କରିସାରିଛନ୍ତି ।

ଏପଟେ  ମୋଦିଙ୍କ ବିଜୟ ରଥର ସାରଥୀ କୁହାଯାଉଥିବା ଅମିତ ଶାହଙ୍କୁ ଏଥର କେନ୍ଦ୍ର କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବିଭାଗ ମିଳିବା ସମ୍ଭାବନା ରହିଛି। ଦଳ ଭେଟେରାନ ଲାଲକ୍ରିଷ୍ଣ ଆଡଭାନିଙ୍କ ଗାନ୍ଧିନଗର ଆସନରୁ ଜିତିଥିବା ଶାହ ପୂର୍ବରୁ ଗୁଜରାଟରେ ଗୃହମନ୍ତ୍ରୀ ଭାବେ କାର୍ଯ୍ୟ  କରିସାରିଥିବାରୁ  ଏଥର ସେ କେନ୍ଦ୍ର କ୍ୟାବିନେଟରେ ସମିଲ ହୋଇପାରନ୍ତି । ଦଳରେ ଏନେଇ କୌଣସି ନିଷ୍ପତ୍ତି  ହୋଇ ନ ଥିଲେ ମଧ୍ୟ ବିଭିନ୍ନ ମହଲରେ ଶାହଙ୍କ ନାଁକୁ ନେଇ ଚର୍ଚ୍ଚା ହେଉଛି । ଅନ୍ୟପକ୍ଷରେ ଆମେଥିରେ ରାହୁଲ ଗାନ୍ଧୀଙ୍କୁ ମାତ୍ ଦେଇଥିବା ସ୍ମୃତି ଇରାନୀ ମଧ୍ୟ  ବଡ଼ ପୋଷ୍ଟ ପାଇଁ ଦାବିଦାର ହେବେ। ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ  ନିଜ ବିଭାଗ ବଜାୟ ରଖିବେ ନା ନାହିଁ ତାଉପରେ ନଜର ରହିଛି । ଦିଲ୍ଲୀ, ପଶ୍ଚିମବଙ୍ଗ ଓ ୮ ଜଣ ସାଂସଦ ପଠାଇଥିବା ଓଡ଼ିଶାରୁ ବି ନୂଆ ମୁହଁ ମନ୍ତ୍ରିମଣ୍ଡଳରେ ସ୍ଥାନ ପାଇବା ସମ୍ଭାବନା ରହିଛି।

Advertisment
Left Top
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ