Advertisment

ଆଣ୍ଡାମାନ ନିକୋବରକୁ ପ୍ରଧାନମନ୍ତ୍ରୀ ଦେଲେ ବଡ଼ ଉପହାର

ନୂଆଦିଲ୍ଲୀ: ଆଣ୍ଡାମାନ ନିକୋବରକୁ ହାଇ ସ୍ପିଡ୍ ସବମରିନ ଅପ୍ଟିକ ଫାଇବର କେବୁଲ ସଂଯୋଗ କରାଯାଇଛି। ଚେନ୍ନାଇ ସହିତ ଅପଟିକ ଫାଇବରରେ ଯୋଡ଼ି ହେଲା ଆଣ୍ଡାମାନ ନିକୋବର ଦ୍ୱୀପପୁଞ୍ଜ। ଏହା ସହିତ ସେଠାରେ ଟେଲି ଯୋଗାଯୋଗ କ୍ଷେତ୍ରରେ ବୈପ୍ଳବିକ ପରିବର୍ତ୍ତନ ଆସିବ। ବର୍ତ୍ତମାନ ବ୍ରଡବ୍ୟାଣ୍ଡ ସ୍ପିଡ୍ ଯେତେ ଅଛି, ତାହା ୧୦ ଗୁଣ ହୋଇଯିବ। ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ପ୍ରକଳ୍ପର ଉଦଘାଟନ କରିଛନ୍ତି। ଏହି କେବୁଲର ଦୈର୍ଘ୍ୟ ହେଉଛି ୨ ହଜାର ୩୧୨ କିଲୋମିଟର। ୨୦୧୮ […]

ଅଦ୍ୟତନ ହୋଇଛି
ଆଣ୍ଡାମାନ ନିକୋବରକୁ ପ୍ରଧାନମନ୍ତ୍ରୀ ଦେଲେ ବଡ଼ ଉପହାର

modi

Advertisment

ନୂଆଦିଲ୍ଲୀ: ଆଣ୍ଡାମାନ ନିକୋବରକୁ ହାଇ ସ୍ପିଡ୍ ସବମରିନ ଅପ୍ଟିକ ଫାଇବର କେବୁଲ ସଂଯୋଗ କରାଯାଇଛି। ଚେନ୍ନାଇ ସହିତ ଅପଟିକ ଫାଇବରରେ ଯୋଡ଼ି ହେଲା ଆଣ୍ଡାମାନ ନିକୋବର ଦ୍ୱୀପପୁଞ୍ଜ। ଏହା ସହିତ ସେଠାରେ ଟେଲି ଯୋଗାଯୋଗ କ୍ଷେତ୍ରରେ ବୈପ୍ଳବିକ ପରିବର୍ତ୍ତନ ଆସିବ। ବର୍ତ୍ତମାନ ବ୍ରଡବ୍ୟାଣ୍ଡ ସ୍ପିଡ୍ ଯେତେ ଅଛି, ତାହା ୧୦ ଗୁଣ ହୋଇଯିବ।

Advertisment

ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ପ୍ରକଳ୍ପର ଉଦଘାଟନ କରିଛନ୍ତି। ଏହି କେବୁଲର ଦୈର୍ଘ୍ୟ ହେଉଛି ୨ ହଜାର ୩୧୨ କିଲୋମିଟର। ୨୦୧୮ ଡିସେମ୍ବରରେ ଏହାର କାମ ଆରମ୍ଭ ହୋଇଥିଲା, ଯେଉଁଥିରେ ୧ ହଜାର ୨୨୪ କୋଟି ଟଙ୍କା ଖର୍ଚ୍ଚ ହୋଇଛି।

ନୂଆ ବ୍ରଡବ୍ୟାଣ୍ଡ ସେବା ଦ୍ୱାରା ଆଣ୍ଡାମାନ ନିକୋବରରେ ବ୍ୟବସାୟ, ପର୍ଯ୍ୟଟନ, ଇ-କମର୍ସ ଓ ଡିଜିଟାଲ ଶିକ୍ଷା କ୍ଷୈତ୍ରରେ ବୈପ୍ଳବିକ ପରିବର୍ତ୍ତନ ହେବାର ଆଶା କରାଯାଇଛି। ତା ସହିତ ଦେଶକୁ ସାମରିକ କ୍ଷେତ୍ରରେ ମଧ୍ୟ ବହୁ ଫାଇଦା ଦେବ। ଲୁକ୍ ଇଷ୍ଟ ପଲିସିରେ ମଧ୍ୟ ଏହାର ଭୂମିକା ଗୁରୁତ୍ୱପୂର୍ଣ୍ଣ ରହିବ। ମୋଦି କହିଛନ୍ତି, ଆଣ୍ଡାମାନକୁ ମିଳିଛି ଅଗଷ୍ଟ ୧୫ର ଆଗୁଆ ଉପହାର।

Advertisment

ମୋଦି କହିଛନ୍ତି, ପ୍ରାୟ ଦେଢ଼ ବର୍ଷ ପୂର୍ବେ ମୋତେ ସବମରିନ ଅପ୍ଟିକ ଫାଇବର କେବୁଲ ସଂଯୋଗ ଯୋଜନାର ଶୁଭାରମ୍ଭ କରିବାର ସୁଯୋଗ ମିଳିଥିଲା। ଏବେ ସେହି କାମ ଶେଷ ହୋଇଥିବାରୁ ମୁଁ ବହୁତ ଖୁସି। ଏହି ପ୍ରୋଜେକ୍ଟ ଯେତେ ବଡ଼ ଥିଲା, ତା'ଠାରୁ ଏହା ଅଧିକ ଚ୍ୟାଲେଞ୍ଜିଂ ଥିଲା।

ପ୍ରଧାନମନ୍ତ୍ରୀ ଆହୁରି କହିଛନ୍ତି, ଏହି ହାଇସ୍ପୀଡ୍ ଇଣ୍ଟରନେଟ୍ ପ୍ରୋଜେକ୍ଟ ଦ୍ୱାରା ଅନେକ ଫାଇଦା ମିଳିବ। ଯେପରି ଅନଲାଇନ୍ ପାଠପଢ଼ା, ଟୁରିଜିମରୁ ଆୟ, ବ୍ୟାଙ୍କିଙ୍ଗ୍, ଶପିଙ୍ଗ୍ ହେଉ କି ଟେଲି-ମେଡିସିନ୍ ଔଷଧ। ଏବେ ଆଣ୍ଡାମାନ ନିକୋବରର ହଜାର ହଜାର ପରିବାରକୁ ଏସବୁ ଅନଲାଇନ୍ ମାଧ୍ୟମରେ ମିଳିପାରିବ। ଆଜି ଆଣ୍ଡାମାନକୁ ଯେଉଁ ସୁବିଧା ମିଳିଛି, ତା'ର ବହୁତ ବଡ଼ ଲାଭ ସେଠାକୁ ଯାଉଥିବା ଟୁରିଷ୍ଟ ମାନଙ୍କୁ ମିଳିବ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ