modi
ନୂଆଦିଲ୍ଲୀ: ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପରେ ଏବେ ଫୋକସ୍ରେ ଦ୍ୱିତୀୟ ପର୍ଯ୍ୟାୟ। ହାତରେ ମାତ୍ର ଅଳ୍ପ ସମୟ ଥିବାରୁ ଏହି ସୁଯୋଗକୁ କୌଣସି ଦଳ ହାତ ଛଡ଼ା କରିବାକୁ ଚାହୁଁ ନାହାନ୍ତି। ବିଜେପି, କଂଗ୍ରେସ ସମେତ ଅନ୍ୟ ଦଳ ବି ପ୍ରଚାରକୁ ଜୋରଦାର୍ କରିଛନ୍ତି।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ମାରାଥନ୍ ପ୍ରଚାର କରିବେ। ଜମ୍ମୁର କାଠୁଆରେ ଦଳୀୟ ପ୍ରାର୍ଥୀଙ୍କ ପାଇଁ ମୋଦି ପ୍ରଚାର କରିବେ। ତେଣୁ କଶ୍ମୀରରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ବନ୍ଦୋବସ୍ତ ହୋଇଛି। ଶ୍ରୀନଗର ଓ ଉଧମପୁରରେ ଦ୍ୱିତୀୟ ପର୍ଯ୍ୟାୟରେ ନିର୍ବାଚନ ହେବ। ସେହିପରି ଅନନ୍ତନାଗରେ ତୃତୀୟ ପର୍ଯ୍ୟାୟରେ ଭୋଟିଂ ହେବ।
ଅନ୍ୟପକ୍ଷରେ ଆଜି କଂଗ୍ରେସ ପାଇଁ ଆସାମରେ ପ୍ରଚାର କରିବେ ପ୍ରିୟଙ୍କା ଗାନ୍ଧି। ଦ୍ୱିତୀୟ ପର୍ଯ୍ୟାୟରେ ସିଲଚରରେ ହେବାକୁ ଥିବା ନିର୍ବାଚନ ପାଇଁ ସେ ପ୍ରଚାର କରିବେ। ସିଲଚରରୁ କଂଗ୍ରେସ ପ୍ରାର୍ଥୀ ହୋଇଛନ୍ତି ଜାତୀୟ ମହିଳା କଂଗ୍ରେସ ସଭାନେତ୍ରୀ ସୁସ୍ମିତା ଦେବ।
ଗତ ୪ ଦିନ ତଳେ ମୋଦି ସିଲଚରରେ ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିଛନ୍ତି। ତେଣୁ ପ୍ରିୟଙ୍କାଙ୍କ ଗସ୍ତ କଂଗ୍ରେସ ପାଇଁ ବେଶ୍ ଗୁରୁତ୍ୱବହନ କରୁଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/modi-6_1626342611.jpg)