Advertisment

ଚାହା ଖଟିରୁ ରାଜନୀତିର ଚାଣକ୍ୟ ପାଲଟିଗଲେ ଷ୍ଟାଲିନ୍

ଚେନ୍ନାଇ: ତାମିଲନାଡୁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ DMK ମୁଖ୍ୟ ଏମ୍. କେ ଷ୍ଟାଲିନ୍। କରୋନା କଟକଣା ଭିତରେ ଶପଥ ନେଲେ ଏମ୍. କେ ଷ୍ଟାଲିନ୍। ପଦ ଓ ଗୋପନୀୟତାର ଶପଥ ପାଠ ରାଜ୍ୟପାଳ କରାଇଛନ୍ତି। ଚେନ୍ନାଇ ରାଜଭବନରେ ନିରାଡମ୍ବର ଉତ୍ସବରେ…

ଚାହା ଖଟିରୁ ରାଜନୀତିର ଚାଣକ୍ୟ ପାଲଟିଗଲେ ଷ୍ଟାଲିନ୍

stalin

Advertisment

ଚେନ୍ନାଇ: ତାମିଲନାଡୁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ DMK ମୁଖ୍ୟ ଏମ୍. କେ ଷ୍ଟାଲିନ୍। କରୋନା କଟକଣା ଭିତରେ ଶପଥ ନେଲେ ଏମ୍. କେ ଷ୍ଟାଲିନ୍। ପଦ ଓ ଗୋପନୀୟତାର ଶପଥ ପାଠ ରାଜ୍ୟପାଳ କରାଇଛନ୍ତି। ଚେନ୍ନାଇ ରାଜଭବନରେ ନିରାଡମ୍ବର ଉତ୍ସବରେ ଶପଥ ନେଇଛନ୍ତି। ଚାହା ଖଟିରୁ ଆରମ୍ଭ ହୋଇଥିଲା ଷ୍ଟାଲିନଙ୍କ ରାଜନୈତିକ କ୍ୟାରିୟର। ୧୪ ବର୍ଷ ବୟସରେ ନିଜ ମଉସାଙ୍କ ପାଇଁ ପ୍ରଥମ ଥର ପାଇଁ ୧୯୬୭ରେ ପ୍ରଚାର ଆରମ୍ଭ କରିଥିଲେ। ୧୯୭୩ରେ ଡିଏମକେ ସହ ସାମିଲ ହୋଇଥିଲେ ଷ୍ଟାଲିନ୍। ୧୯୭୬ ମିସା ବିରୋଧରେ ବିକ୍ଷୋଭ କରି ଷ୍ଟାଲିନ୍ ଯାଇଥିଲେ ଜେଲ୍। ଯେଉଁଠି ଆରମ୍ଭ ହୋଇଥିଲା ସିଷ୍ଟମ୍ ବିରୋଧରେ ବିରୋଧର ରାଜନୀତି।

Advertisment

୧୯୮୯ରେ ପ୍ରଥମ ଥର ପାଇଁ ଚେନ୍ନାଇ ଥାଉଜେଣ୍ଟ ଲାଇଟ୍ ନିର୍ବାଚନ ମଣ୍ଡଳିରୁ ନିର୍ବାଚନ ଲଢ଼ି ଜିତିଥିଲେ। ପରେ ଜୟଲଳିତାଙ୍କ ସହ ଥାଉଜେଣ୍ଟ ଲାଇଟ୍ ନିର୍ବାଚନ ମଣ୍ଡଳିରୁ ନିର୍ବାଚନ ଲଢ଼ି ହାରିଥିଲେ ଷ୍ଟାଲିନ୍। ପରେ ନିର୍ବାଚନ ମଣ୍ଡଳି ବଦଳାଇ ୨୦୧୧ରେ ବିଧାୟକ ହୋଇଥିଲେ। ୧୯୯୬ରେ ଚେନ୍ନାଇ ମେୟର୍ ବନିଥିଲେ ଷ୍ଟାଲିନ୍। ତାଙ୍କ ସମୟୟରେ ଚେନ୍ନାଇରେ ହୋଇଥିଲା ଫ୍ଲାଏ ଓଭରର ଜାଲ। ଯେଉଁ ସମୟରେ ଉତ୍ତର ଭାରତ ହିଁ ଗୋଟିଏ ପରେ ଗୋଟିଏ ବଡ଼ ପ୍ରକଳ୍ପ ନିର୍ମାଣ ହେଉଥିଲା, ସେତେବେଳେ ଚେନ୍ନାଇ ବନିଥିଲା ଆଧୁନିକ ଭାରତର କ୍ୟାପିଟାଲ୍।

୨୦୦୬ରେ ତାମିଲନାଡ଼ୁରେ ମନ୍ତ୍ରୀ, ୨୦୦୯ରେ ରାଜ୍ୟର ପ୍ରଥମ ଉପମୁଖ୍ୟମନ୍ତ୍ରୀ ଏବଂ ୨୦୧୬ରେ ବିରୋଧୀ ଦଳ ନେତା ଭାବେ ଦାୟିତ୍ୱ ତୁଲାଇଛନ୍ତି ଷ୍ଟାଲିନ୍। ଡିଏମକେ ପ୍ରଚାର, ନିର୍ବାଚନ ଓ ନିଷ୍ପତ୍ତି ସବୁ କିଛି ଷ୍ଟାଲିନଙ୍କ ପାଖରେ ଥିଲେ ବି ସେ ମୁଖ୍ୟମନ୍ତ୍ରୀ ହୋଇପାରିନଥିଲେ। ଲମ୍ବା ସମୟ ଧରି ଡିଏମକେ ଷ୍ଟାଲିନଙ୍କ ବାପା କରୁଣାନିଧିଙ୍କ ପାଖରେ ଥିଲା। ପାର୍ଟି ମଙ୍ଗ ସହ ପଲିଟିକାଲ୍ ପାଓ୍ବାର୍ ବି କରୁଣାନିଧିଙ୍କ ହାତରେ ଥିଲା। ପରେ ୩ ଜାନୁଆରୀ ୨୦୧୩ରେ କରୁଣା ପୁଅ ଷ୍ଟାଲିନକୁ ନିଜ ଉତ୍ତରାଧିକାରୀ ଭାବେ ଘୋଷଣା କରିଥିଲେ। ୮୦ ଦଶକର କିଛି ଫିଲ୍ମ ଓ ଟିଭି ସିରିଏଲରେ ବି ଷ୍ଟାଲିନ କାମ କରିଛନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ