Advertisment

ଲକଡାଉନ୍‌ରେ ନିଆରା କାମ କରି ପ୍ରେରଣା ସାଜିଲେ ରାଜ୍ୟପାଳ

ଆଇଜଲ୍: ମିଜୋରାମର ରାଜ୍ୟପାଳ ପିଏସ୍ ଶ୍ରୀଧରନ୍ ପିଲ୍ଲାଇ କରୋନାଭାଇରସକୁ ବ୍ୟାପିବାରୁ ରୋକିବା ପାଇଁ ଲାଗୁ ହୋଇଥିବା ଲକଡାଉନରେ ସମୟ ବ୍ୟର୍ଥ ନକରି ନିଆରା କାମ କରି ଅନ୍ୟମାନଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛନ୍ତି। ସେ ଲକଡାଉନ୍ ସମୟରେ ରାଜଭବନରେ ପୁସ୍ତକ ଓ କବିତା ଲେଖି ନିଜର ଖାଲି ସମୟ ସଦୁପଯୋଗ କରିଛନ୍ତି। ସେ ମାର୍ଚ୍ଚ ମାସରୁ ଏପର୍ଯ୍ୟନ୍ତ ଅତିକମରେ ୧୩ଟି ପୁସ୍ତକ ଲେଖିଛନ୍ତି, ଯେଉଁଥିରେ ଇଂରାଜୀ ଓ ମଲୟାଲମ ଭାଷାରେ ଲିଖିତ କବିତାର ପଂକ୍ତି ସାମିଲ୍ ଅଛି। […]

ଅଦ୍ୟତନ ହୋଇଛି
ଲକଡାଉନ୍‌ରେ ନିଆରା କାମ କରି ପ୍ରେରଣା ସାଜିଲେ ରାଜ୍ୟପାଳ

PILLAI

Advertisment

ଆଇଜଲ୍: ମିଜୋରାମର ରାଜ୍ୟପାଳ ପିଏସ୍ ଶ୍ରୀଧରନ୍ ପିଲ୍ଲାଇ କରୋନାଭାଇରସକୁ ବ୍ୟାପିବାରୁ ରୋକିବା ପାଇଁ ଲାଗୁ ହୋଇଥିବା ଲକଡାଉନରେ ସମୟ ବ୍ୟର୍ଥ ନକରି ନିଆରା କାମ କରି ଅନ୍ୟମାନଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛନ୍ତି। ସେ ଲକଡାଉନ୍ ସମୟରେ ରାଜଭବନରେ ପୁସ୍ତକ ଓ କବିତା ଲେଖି ନିଜର ଖାଲି ସମୟ ସଦୁପଯୋଗ କରିଛନ୍ତି। ସେ ମାର୍ଚ୍ଚ ମାସରୁ ଏପର୍ଯ୍ୟନ୍ତ ଅତିକମରେ ୧୩ଟି ପୁସ୍ତକ ଲେଖିଛନ୍ତି, ଯେଉଁଥିରେ ଇଂରାଜୀ ଓ ମଲୟାଲମ ଭାଷାରେ ଲିଖିତ କବିତାର ପଂକ୍ତି ସାମିଲ୍ ଅଛି।

Advertisment

ଏ ନେଇ ରାଜ୍ୟପାଳ ଶ୍ରୀ ପିଲାଇ କହିଛନ୍ତି, "କରୋନାଭାଇରସକୁ ରୋକିବା ପାଇଁ ଲାଗୁ ହୋଇଥିବା ଲକଡାଉନରେ ତାଙ୍କୁ ପୁସ୍ତକ ପଢ଼ିବା ଓ ଲେଖିବା ପାଇଁ ବହୁତ ସମୟ ମିଳିଥିଲା। ରାଜଭବନ ଭିତରକୁ କାହାରିକୁ ଆସିବା ପାଇଁ ଅନୁମତି ନଥିଲା। ଏହି ସମୟରେ ଲୋକମାନଙ୍କ ସହ ମୋର ଯୋଗାଯୋଗ ବନ୍ଦ ଥିଲା ଏବଂ ସମସ୍ତ ପରବର୍ତ୍ତୀ କାର୍ଯ୍ୟକ୍ରମକୁ କିଛି ସମୟ ପାଇଁ ସ୍ଥଗିତ କରିଦିଆଯାଇଥିଲା। ଯେଉଁ କାରଣରୁ ଏହି ସମୟରେ ପଢ଼ିବା ଓ ଲେଖିବା ପାଇଁ ମୋତେ ଖୁବ୍ ସମୟ ମିଳିଥିଲା।"

publive-image

ଶ୍ରୀ ପିଲାଇ ଆହୁରି କହିଛନ୍ତି, "ମୁଁ ପ୍ରତିଦିନ ଭୋର୍ ୪ଟା ବେଳେ ଉଠି ବ୍ୟାୟାମ କରେ। ଏହା ପରେ ପଢ଼ିବା ଓ ଲେଖିବା କାମ କରେ। ମୋ ମତରେ ନେତା ଓ ଜନତାଙ୍କ ପାଇଁ କାମ କରୁଥିବା କର୍ମକର୍ତ୍ତାମାନେ ଲୋକଙ୍କୁ ଶିକ୍ଷିତ କରିବା ପାଇଁ ପୁସ୍ତକ ପଢ଼ିବା ଦରକାର। ପିଲାଦିନରୁ ହିଁ ସାଧାରଣ ଜୀବନଯାପନ ଓ ଗ୍ରାମୀଣ ରାଜନୀତିରେ ମୁଁ ଖୁବ୍ ସକ୍ରିୟ ରହିଆସିଛି ଏବଂ ଓକିଲାତି କରି ଗ୍ରାମାଞ୍ଚଳ ଲୋକଙ୍କ ସହ ମିଳାମିଶା କରେ ଏବଂ ପରେ ନେତା ହେବା ପାଇଁ ମୋତେ ପୁସ୍ତକ ଲେଖିବା ପ୍ରେରଣା ଯୋଗାଇଥିଲା।"

Advertisment

ଶ୍ରୀ ପିଲାଇଙ୍କ ମତରେ, "କରୋନାଭାଇରସ୍ ହୁଏତ ସାରା ଦୁନିଆର ତା'ର ପ୍ରଭାବ ପକାଇଛି, କିନ୍ତୁ ଏହାର କିଛି ସକାରାତ୍ମକ ପକ୍ଷ ମଧ୍ୟ ରହିଛି। ଏହି ଭାଇରସ୍ ଆମକୁ ମାନବିକତା ଶିଖାଇଛି ଯେ ଆମେ ପରସ୍ପର ଉପରେ କେତେ ନିର୍ଭରଶୀଳ ଏବଂ ଏହା ଲୋକଙ୍କ ମଧ୍ୟରେ ଭଲପାଇବା ବଢ଼ାଇଛି।"

ମିଜୋରାମର ମୁଖ୍ୟମନ୍ତ୍ରୀ ଜୋରାମଥାଙ୍ଗା ଶନିବାର ଏକ କାର୍ଯ୍ୟକ୍ରମରେ ରାଜ୍ୟପାଳଙ୍କ ପୁସ୍ତକ ଉନ୍ମୋଚନ କରିବେ। ପିଲ୍ଲାଇ ତିନି ଦଶନ୍ଧି ପୂର୍ବେ ଲେଖିବା ଆରମ୍ଭ କରିଥିଲେ। ତାଙ୍କର ପ୍ରଥମ ପୁସ୍ତକ ୧୯୮୩ରେ ପ୍ରକାଶିତ ହୋଇଥିଲା। ରାଜ୍ୟପାଳ ହେବା ପୂର୍ବରୁ ତାଙ୍କର ୧୦୫ଟି ପୁସ୍ତକ ପ୍ରକାଶିତ ହୋଇସାରିଛି। ଏପର୍ଯ୍ୟନ୍ତ ସେ ବିଭିନ୍ନ ବର୍ଗରେ ଅତିକମରେ ୧୨୧ଟି ପୁସ୍ତକ ଲେଖିସାରିଛନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ