Advertisment

ବିବାଦୀୟ ଭାଷଣ ଦେଇ ଫଶିଲେ ମେଗାଷ୍ଟାର ମିଥୁ୍‌ନ୍ ଚକ୍ରବର୍ତ୍ତୀ

କୋଲକାତା : ବିବାଦୀୟ ଭାଷଣ ଦେଇ ଫଶିଲେ ମେଗାଷ୍ଟାର ମିଥୁ୍‌ନ୍ ଚକ୍ରବର୍ତ୍ତୀ । ଭାରତୀୟ ଜନତା ପାର୍ଟିର ନେତା ତଥା ଚଳଚ୍ଚିତ୍ର ଅଭିନେତା ମିଥୁନ ଚକ୍ରବର୍ତ୍ତୀଙ୍କୁ ବିବାଦୀୟ ଭାଷଣ ଦେବା ମାମଲାରେ କୋଲକାତା ପୋଲିସ ଭର୍ଚୁଆଲ ପଚରାଉଚରା କରିଛି  ମିଥୁନଙ୍କୁ କୋଲକାତାର…

ଅଦ୍ୟତନ ହୋଇଛି
ବିବାଦୀୟ ଭାଷଣ ଦେଇ ଫଶିଲେ ମେଗାଷ୍ଟାର ମିଥୁ୍‌ନ୍ ଚକ୍ରବର୍ତ୍ତୀ

mithun

Advertisment

କୋଲକାତା : ବିବାଦୀୟ ଭାଷଣ ଦେଇ ଫଶିଲେ ମେଗାଷ୍ଟାର ମିଥୁ୍‌ନ୍ ଚକ୍ରବର୍ତ୍ତୀ । ଭାରତୀୟ ଜନତା ପାର୍ଟିର ନେତା ତଥା ଚଳଚ୍ଚିତ୍ର ଅଭିନେତା ମିଥୁନ ଚକ୍ରବର୍ତ୍ତୀଙ୍କୁ ବିବାଦୀୟ ଭାଷଣ ଦେବା ମାମଲାରେ କୋଲକାତା ପୋଲିସ ଭର୍ଚୁଆଲ ପଚରାଉଚରା କରିଛି  ମିଥୁନଙ୍କୁ କୋଲକାତାର ପୋଲିସ ଅଧିକାରୀମାନେ ପ୍ରାୟ ୪୫ ମିନିଟ ଧରି ପଚରାଉଚରା କରିଛନ୍ତି ।

Advertisment

ମିଥୁର ଚକ୍ରବର୍ତ୍ତୀ ଏହା ପୂର୍ବରୁ କୋଲକତା ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ଆଇପିସି ଧାରା ୫୦୪, ୫୦୫, ୧୫୩ଏ, ୧୨୦ ବି ଅନୁସାରେ ତାଙ୍କ ବିରୋଧରେ ରୁଜୁ ହୋଇଥିବା ମାମଲା ରଦ୍ଦ କରିବାକୁ ଦାବି କରିଥିଲେ । ତେବେ ଏନେଇ କୋର୍ଟ ତାଙ୍କୁ ଭର୍ଚୁଆଲ ଭାବେ ସାମିଲ ହେବାକୁ ନିର୍ଦ୍ଦେଶ ଦେଇଥିଲେ ।

Advertisment

ସୂଚନାଯୋଗ୍ୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଉପସ୍ଥିତିରେ ମିଥୁନ ଚକ୍ରବର୍ତ୍ତୀ  ମାର୍ଚ୍ଚ ୭ରେ ବିଜେପିରେ ଯୋଗ ଦେଇଥିଲେ। ବିଜେପିରେ ଯୋଗଦେବା ପରେ ମିଥୁନ ଚକ୍ରବର୍ତ୍ତୀ ମମତାଙ୍କ ବିରୋଧରେ ଗୋଟିଏ ପରେ ଗୋଟିଏ ବିବୃତ୍ତି ଦେଇ ରାଜ୍ୟ ରାଜନୀତି ସରଗରମ କରିଥିଲେ । ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ସମୟରେ ଆୟୋଜିତ ଏକ ରାଲିରେ ମିଥୁନ ଚକ୍ରବର୍ତ୍ତୀ ଉତ୍ତେଜନାମୂଳକ ଭାଷଣ ଦେଇଥିଲେ । ଏହା ପରେ କୋଲକାତାର ମାଣିକତଲା ପୋଲିସ ଷ୍ଟେସନରେ ତାଙ୍କ ବିରୋଧରେ ଏଫଆଇଆର ଦାଖଲ କରାଯାଇଥିଲା ।

ମାଣିକତାଲା ପୋଲିସ ଷ୍ଟେସନରେ ଦାଖଲ ହୋଇଥିବା ଏଫଆଇଆର କୁହାଯାଇଛି, ମାର୍ଚ୍ଚ ୭ ରେ ଅନୁଷ୍ଠିତ ଏକ ରାଲିରେ ମିଥୁନ ଚକ୍ରବର୍ତ୍ତୀ ‘ମାରବୋ ଏଖନୋ ଲାଶ୍ ପୋରବେ ଶ୍ମଶାନେ’ ( ଏଇଠି ମାରିଲେ, ଶ୍ମଶାସନରେ ଶବ ପଡ଼ିବ,)’ ଏବଂ ‘ଏକ ଛୋବୋଲ ଛୋବି’ (ସାପର ଗୋଟିଏ ଚୋଟରେ ତୁମେ ଫଟୋ ହୋଇଯିବ)’ ପରି ଭାଷଣ ଦେଇଥିଲେ ।

Advertisment
West Bengal Election 2021
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ