Advertisment

ଭାରତରେ ବ୍ୟାନ୍ ହେଲା 'ପବ୍‌-ଜୀ'

ନୂଆଦିଲ୍ଲୀ: ଚୀନ୍ ବିରୋଧରେ ଭାରତ ସରକାର ପୁଣିଥରେ ଡିଜିଟାଲ୍ ଷ୍ଟ୍ରାଇକ୍ କରିଛନ୍ତି। ଭାରତର ସରକାର ତୃତୀୟଥର ଲାଗି ଚାଇନିଜ ଆପ୍ ଉପରେ ବ୍ୟାନ୍ ଲଗାଇଛନ୍ତି। ଲୋକପ୍ରିୟ ଗେମ୍ ‘ପବ୍‌ଜୀ’ ସମେତ ମୋଟ ୧୧୮ଟି ଚାଇନିଜ୍ ଆପକୁ ଭାରତ ସରକାର ବ୍ୟାନ୍ କରିବାକୁ ଘୋଷଣା କରିଛନ୍ତି। ଏହାକୁ ମିଶାଇ ମୋଟ ୨୨୪ଟି ଚାଇନିଜ୍ ଆପ୍ ବ୍ୟାନ୍ କରିଛି ଭାରତ। ଆପ୍ସକୁ ବ୍ୟାନ୍ କରିବାର ନିଷ୍ପତ୍ତି ଟେଲିକମ୍ ମନ୍ତ୍ରାଳୟ ପକ୍ଷରୁ ନିଆଯାଇଛି। ଯେଉଁ ଆପ୍ସ ବ୍ୟାନ୍ କରାଯାଇଛି, ତା’ର ତାଲିକା […]

ଅଦ୍ୟତନ ହୋଇଛି
ଭାରତରେ ବ୍ୟାନ୍ ହେଲା 'ପବ୍‌-ଜୀ'

pub-g

Advertisment

ନୂଆଦିଲ୍ଲୀ: ଚୀନ୍ ବିରୋଧରେ ଭାରତ ସରକାର ପୁଣିଥରେ ଡିଜିଟାଲ୍ ଷ୍ଟ୍ରାଇକ୍ କରିଛନ୍ତି। ଭାରତର ସରକାର ତୃତୀୟଥର ଲାଗି ଚାଇନିଜ ଆପ୍ ଉପରେ ବ୍ୟାନ୍ ଲଗାଇଛନ୍ତି। ଲୋକପ୍ରିୟ ଗେମ୍ 'ପବ୍‌ଜୀ' ସମେତ ମୋଟ ୧୧୮ଟି ଚାଇନିଜ୍ ଆପକୁ ଭାରତ ସରକାର ବ୍ୟାନ୍ କରିବାକୁ ଘୋଷଣା କରିଛନ୍ତି। ଏହାକୁ ମିଶାଇ ମୋଟ ୨୨୪ଟି ଚାଇନିଜ୍ ଆପ୍ ବ୍ୟାନ୍ କରିଛି ଭାରତ। ଆପ୍ସକୁ ବ୍ୟାନ୍ କରିବାର ନିଷ୍ପତ୍ତି ଟେଲିକମ୍ ମନ୍ତ୍ରାଳୟ ପକ୍ଷରୁ ନିଆଯାଇଛି। ଯେଉଁ ଆପ୍ସ ବ୍ୟାନ୍ କରାଯାଇଛି, ତା'ର ତାଲିକା ଜାରି କରାଯାଇଛି।

Advertisment

https://twitter.com/ANI/status/1301127326122438657?s=20

ଏହା ପୂର୍ବରୁ ଟିକଟକ୍ ସମେତ ଆଉ ୫୯ଟି ଚାଇନିଜ୍ ଆପ୍ସକୁ ମଧ୍ୟ କେନ୍ଦ୍ର ସରକାର ବ୍ୟାନ୍ କରିଥିଲେ। ଚାଇନିଜ୍ ଆପ୍ସ ଟିକଟକ୍‌ର ସର୍ବାଧିକ ୟୁଜର ଭାରତରେ ଥିଲେ। ଏହା ପରେ ଜୁଲାଇ ୨୭ ତାରିଖରେ ଭାରତ ସରକାର ଚୀନର ଆଉ ୪୭ଟି ଆପ୍ସକୁ ବ୍ୟାନ୍ କରିଥିଲେ। ସେତେବେଳେ କେନ୍ଦ୍ର ସରକାର ଲୋକପ୍ରିୟ ଗେମିଂ ଆପ୍ସ ପବ୍‌-ଜୀ ସମେତ ଆଉ କିଛି ଆପ୍ସକୁ ବ୍ୟାନ୍ କରିବାକୁ ଲକ୍ଷ୍ୟ ରଖିଥିଲେ।

ସୂଚନାଯୋଗ୍ୟ, ଭାରତ ଓ ଚୀନ୍ ମଧ୍ୟରେ ଦୀର୍ଘଦିନ ଧରି ସୀମା ବିବାଦ ଚାଲିଛି। ଜୁନ୍ ମାସରେ ଗଲୱାନ ଘାଟିରେ ଉଭୟ ଦେଶର ସେନା ମଧ୍ୟରେ ରକ୍ତାକ୍ତ ସଂଘର୍ଷ ମଧ୍ୟ ହୋଇଥିଲା। ଏହା ପରେ ଭାରତ ସରକାର ଚୀନକୁ ନେଇ କିଛି ବଡ଼ ଆକ୍ସନ ନେଇଥିଲା।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ