Advertisment

ଜୀବନକୁ ବଞ୍ଚାଇବା ପାଇଁ ଏପରି ବାଟ ବାଛିଲେ ପ୍ରବାସୀ ଶ୍ରମିକ

ସହାରନପୁର: କରୋନାକୁ ନେଇ ସବୁଠି ଲକ୍‌ଡାଉନ୍‌ ଜାରି କରାଯାଇଛି। ଏନେଇ ହରିୟାଣା ସୀମାକୁ ମଧ୍ୟ ସିଲ୍ କରାଯାଇଛି। ଉତ୍ତରପ୍ରଦେଶକୁ ଆସୁଥିବା ପ୍ରବାସୀ ଶ୍ରମିକମାନଙ୍କୁ ସୀମା ପାର କରିବାକୁ ଅନୁମତି ମିଳୁନାହିଁ।  ଏଭଳି ପରିସ୍ଥିତିରେ ୧୨ଜଣ ଶ୍ରମିକ ନିଜ ପରିବାର ଲୋକଙ୍କ ଜୀବନକୁ ବିପଦରେ ପକାଇ ରବର ଟ୍ୟୁବ୍‌ ସାହାଯ୍ୟରେ ନଦୀ ପାର ହୋଇ ୟୁପିରେ ପହଞ୍ଚିଛନ୍ତି। ସେମାନଙ୍କ ସହ ଛୋଟ ପିଲା ଓ ମହିଳା ମଧ୍ୟ ଅଛନ୍ତି। ଏଭଳି ହୃଦୟ ବିଦାରକ ଦୃଶ୍ୟ ଯମୁନା ନଦୀରେ ଦେଖିବାକୁ […]

ଜୀବନକୁ ବଞ୍ଚାଇବା ପାଇଁ ଏପରି ବାଟ ବାଛିଲେ ପ୍ରବାସୀ ଶ୍ରମିକ

migrant

Advertisment

ସହାରନପୁର: କରୋନାକୁ ନେଇ ସବୁଠି ଲକ୍‌ଡାଉନ୍‌ ଜାରି କରାଯାଇଛି। ଏନେଇ ହରିୟାଣା ସୀମାକୁ ମଧ୍ୟ ସିଲ୍ କରାଯାଇଛି। ଉତ୍ତରପ୍ରଦେଶକୁ ଆସୁଥିବା ପ୍ରବାସୀ ଶ୍ରମିକମାନଙ୍କୁ ସୀମା ପାର କରିବାକୁ ଅନୁମତି ମିଳୁନାହିଁ।  ଏଭଳି ପରିସ୍ଥିତିରେ ୧୨ଜଣ ଶ୍ରମିକ ନିଜ ପରିବାର ଲୋକଙ୍କ ଜୀବନକୁ ବିପଦରେ ପକାଇ ରବର ଟ୍ୟୁବ୍‌ ସାହାଯ୍ୟରେ ନଦୀ ପାର ହୋଇ ୟୁପିରେ ପହଞ୍ଚିଛନ୍ତି। ସେମାନଙ୍କ ସହ ଛୋଟ ପିଲା ଓ ମହିଳା ମଧ୍ୟ ଅଛନ୍ତି। ଏଭଳି ହୃଦୟ ବିଦାରକ ଦୃଶ୍ୟ ଯମୁନା ନଦୀରେ ଦେଖିବାକୁ ମିଳିଛି। ଏପର୍ଯ୍ୟନ୍ତ ୨୦୦୦ରୁ ଅଧିକ ପ୍ରବାସୀ ଶ୍ରମିକମାନେ ଯମୁନା ନଦୀରେ ପହଁରିବା ସହ ଟାୟାର ଟ୍ୟୁବରେ ବସି ୟୁପିକୁ ଆସିଛନ୍ତି। ପ୍ରବାସୀ ଶ୍ରମିକମାନେ ଯେଉଁଠାରେ ଯମୁନା ନଦୀ ପାର ହେଉଛନ୍ତ, ସେଠାରେ ନଦୀର ଗଭୀରତା ଯଥେଷ୍ଟ ଅଧିକ ବୋଲି କୁହାଯାଉଛି।

Advertisment

ଖବର ଅନୁଯାୟୀ, ଏହି ନଦୀ ହରିୟାଣା ସୀମାଠାରୁ ସହାରନପୁର ପର୍ଯ୍ୟନ୍ତ ୭୦ କି.ମି ଦୂରରେ ଅବସ୍ଥିତ। ସାହାରନପୁର ବ୍ୟତୀତ ହରିୟାଣାର ସୀମା ଯମୁନାକୁ ଶାମଲି ଓ ବାଗପତ ଜିଲ୍ଲା ସହିତ ସଂଯୋଗ କରିଥାଏ। ଏହି ପ୍ରବାସୀମାନେ ହରିୟାଣା ଠାରୁ ୟୁପି ପର୍ଯ୍ୟନ୍ତ ନଦୀ ପାର ହୋଇ ଏହି ଜିଲ୍ଲାଗୁଡିକରେ ପହଞ୍ଚିଥାନ୍ତି।

ଏନେଇ ବିଭାଗୀୟ କମିଶନର କହିଛନ୍ତି, ପ୍ରବାସୀ ଶ୍ରମିକମାନେ ପ୍ରତିଦିନ ରାତିରେ ପ୍ରାୟ ୩୦୦୦ ଲୋକ ଏପରି ନଦୀ ପାରହୋଇ ଯାଉଛନ୍ତି। ସେମାନେ ନିଜେ ଓ ପରିବାର ଲୋକଙ୍କ ଜୀବନକୁ ବିପଦରେ ପକାଇ ରବର ଟ୍ୟୁବ୍‌ ସାହାଯ୍ୟରେ ନଦୀ ପାର କରିଥାନ୍ତି। କେହି କେହି ନଦୀରେ ପହଁରିକି ମଧ୍ୟ ପାର ହୋଇଥାନ୍ତି। ଏନେଇ ହରିୟାଣା ନଦୀ କୂଳରେ କିଛି ଲୋକ ବ୍ୟବସାୟ ମଧ୍ୟ ଆରମ୍ଭ କରିଥିବା ଜଣାପଡିଛି। ୨୦୦ରୁ ୩୦୦ଟଙ୍କା ପର୍ଯ୍ୟନ୍ତ ଭଡା ସେମାନେ ରବର ଟ୍ୟୁବ ଉପରେ ରଖୁଥିବା ଜଣାପଡିଛି।

Advertisment

ପ୍ରବାସୀ ଶ୍ରମିକମାନେ ଯେଉଁଭଳି ଭାବରେ ରବର ଟ୍ୟୁବ୍‌କୁ ନେଇ ନଦୀ ପାର ହେଉଛନ୍ତି, ତାକୁ ଯେ କେହିବି ଦେଖିବ ଆଶ୍ଚର୍ଯ୍ୟ ହୋଇଯିବ। ଏହି ଟ୍ୟୁବ୍‌ଗୁଡିକ ହେଉଛ ପମ୍ପଚର ହେଇଥିବା ଟ୍ୟୁବ୍‌। ଯାହାର ବିଭିନ୍ନ ସ୍ଥାନରେ ପ୍ୟାଚ୍‌ ପଡିଥିବା ଦେଖାଯାଇଛି। ଏହି ଟ୍ୟୁବ୍‌ରେ ନଦୀ ମଧ୍ୟରେ ଯେକୌଣସି ସମୟରେ ପାଣି ପସି ଫାଟି ଯିବାର ସମ୍ଭାବନା ମଧ୍ୟ ରହିଛି। ତଥାପି ଶ୍ରମିକମାନଙ୍କୁ ଭୟ ନାହିଁ।

ସହାରନପୁର ପୋଲିସ କହିଛି ଯେ ନଦୀ କୂଳରେ ରବର ଟ୍ୟୁବ୍ ଭଡା ନେଇଥିବା ତିନି ଜଣଙ୍କୁ ସେମାନେ ଗିରଫ କରିଛନ୍ତି। ସହାରନପୁରଏସଏସପି କହିଛନ୍ତି ଯେ ସେଠାରେ ହଜାର ହଜାର ପ୍ରବାସୀ ଶ୍ରମିକ ଅଛନ୍ତି ଯେଉଁମାନେ ଡାକ୍ତରୀ ପରୀକ୍ଷାରୁ ବଞ୍ଚିବା ପାଇଁ ନଦୀ ଦ୍ୱାରା ବର୍ଡର ପାର କରୁଛନ୍ତି। ପ୍ରତିଦିନ ୧୨ରୁ ୧୫ ହଜାର ପ୍ରବାସୀ ଶ୍ରମିକ ସରକାରୀ ଭାବେ ଅନୁମତି ନେଇ ସୀମା ପାର ହେଉଛନ୍ତି। ଏଥିସହିତ ପ୍ରାୟ ସାଢ଼େ ଚାରି ହଜାର ଶ୍ରମିକ ଜଙ୍ଗଲ ଓ ନଦୀ ଦେଇ ୟୁପିକୁ ଆସୁଥିବା ଜଣାପଡିଛି।

Advertisment

ଏସଏସପି କହିଛି ଯେ ସର୍ବାଧିକ ସଂଖ୍ୟକ ପ୍ରବାସୀ ଶ୍ରମିକ ସହାରନପୁର ମାର୍ଗ ଦେଇ ୟୁପି ଆସୁଛନ୍ତି, କାରଣ ଏହା ହରିୟାଣା ଏବଂ ଉତ୍ତରପ୍ରଦେଶର ସୀମା ସହିତ ଜଡିତ ରହିଛି। ପଞ୍ଜାବ ଏବଂ କାଶ୍ମୀରରୁ ଆସୁଥିବା ଲୋକଙ୍କ ପାଇଁ ମଧ୍ୟ ଏହା ସମାନ ମାର୍ଗ। ଏନେଇ ଜଣେ ଶ୍ରମିକ କହିଛନ୍ତି ଯେ ଯେକୌଣସି ଉପାୟରେ ମୋତେ ଘରେ ପହଞ୍ଚିବାର ଅଛି। ଆହୁରି ମଧ୍ୟ କହିଛନ୍ତି ଯେ ମୋତେ ୟୁପିରେ ପହଞ୍ଚିବା ପାଇଁ ବଣ, ଜଙ୍ଗଲ, ପାହାଡ ଓ ନଦୀ ପାର ହେବାକୁ ପଡିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ