hanging
ନୂଆଦିଲ୍ଲୀ: ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ୪ ଯୁବକଙ୍କୁ ଫାଶୀ ଖୁଣ୍ଟରେ ଝୁଲାଇବା ପାଇଁ ଚାଲିଥିବା ଘାତକ ଖୋଜିବା ପ୍ରକ୍ରିୟା ଶେଷ ହୋଇଛି।
ଉତ୍ତର ପ୍ରଦେଶର ମୀରଟ ଜେଲରେ ଥିବା ଘାତକ ଜଣଙ୍କ ହିଁ ତିହାର ଜେଲ ଯାଇ ନିର୍ଭୟା ଦୋଷୀଙ୍କୁ ଫାଶୀ ଖୁଣ୍ଟରେ ଝୁଲାଇବେ। ବୁଧବାର ତିହାର ଜେଲ ପକ୍ଷରୁ ଉତ୍ତର ପ୍ରଦେଶ ଜେଲର ଡିଜିଙ୍କୁ ଚିଠି ଲେଖାଯାଇଥିଲା। ଏଥିରେ ଘାତକ ଚିହ୍ନଟ କରିବା ପାଇଁ କୁହାଯାଇଥିଲା।
ତେବେ ଜେଲରେ କାହାକୁ ଫାଶୀରେ ଝୁଲାଯିବ, ସେକଥା ଚିଠିରେ ଉଲ୍ଲେଖ କରାଯାଇ ନଥିଲା। ଏଥିରେ କୁହାଯାଇଥିଲା ଯେ କିଛି ଦୋଷୀଙ୍କ ପାଖରେ ଆଉ କୌଣସି ଆଇନଗତ ବିକଳ୍ପ ନଥିବାରୁ ସେମାନଙ୍କୁ ଫାଶୀ ଖୁଣ୍ଟରେ ଝୁଲାଯିବ। ତେଣୁ ଆପଣ ଘାତକ ଯୋଗାଇ ଦିଆଯିବ।
ବର୍ତ୍ତମାନ ଉତ୍ତର ପ୍ରଦେଶରେ ଦୁଇ ଜଣ ଘାତକ ଅଛନ୍ତି। ତେଣୁ ମୀରଟ ଜେଲର ଘାତକ ପୱନ କୁମାରଙ୍କୁ ତିହାର ଜେଲ ପଠାଯିବ। ସେ ହିଁ ନିର୍ଭୟା ଦୋଷୀଙ୍କୁ ଫାଶୀ ଖୁଣ୍ଟରେ ଝୁଲାଇବେ ବୋଲି କୁହାଯାଉଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/hanging-1_1626687208.jpg)