raghuvir
ସୁରତ : ଗୁଜରାଟ ସୁରତର କପଡ଼ା ମାର୍କେଟରେ ଭୟାବହ ଅଗ୍ନିକାଣ୍ଡ । ସାରୋଲୀ ଅଞ୍ଚଳରେ ଥିବା ରଘୁବୀର ଟେକ୍ସଟାଇଲ ମାର୍କେଟ୍ରେ ଲାଗିଛି ନିଆଁ। ତେବେ ନିଆଁ ଲିଭା କାର୍ଯ୍ୟରେ ୫୦ଟି ଦମକଳ ବାହିନୀ ନିୟୋଜିତ ହୋଇଛନ୍ତି ।
ଅଗ୍ନିକାଣ୍ଡ ଏତେ ଭୟଙ୍କର ଯେ ପୁରା ଅଞ୍ଚଳ ଧୂଆଁମୟ ହୋଇଯାଇଛି । ଏବେବି ନିଆଁ ଲିଭା କାର୍ଯ୍ୟ ଜାରି ରହିଛି । ଆଜି ଭୋର ୪ଟାରୁ ମାର୍କେଟରେ ନିଆଁ ଲାଗିଥିବା ଅନୁମାନ କରାଯାଉଛି ।
ତେବେ ଅଗ୍ନିକାଣ୍ଡର ପ୍ରକୃତ କାରଣ ଜଣାପଡିନି । ସୂଚନା ଅନୁସାରେ , କିଛି ଦିନ ତଳେ ଏହି ମାର୍କେଟର ନତାଲାରେ ନିଆଁ ଲାଗିଥିଲା । ତେବେ ଅଗ୍ନିକାଣ୍ଡରେ କେହି ମୃତାହତ ହୋଇଛନ୍ତି ନା ନାହିଁ ତାହା ବର୍ତ୍ତମାନ ସୁଦ୍ଧା ଜଣାପଡିନି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/raghuvir_1626690462.jpg)