Advertisment

ନିଖୋଜ ପତ୍ନୀଙ୍କୁ ଖୋଜିବାକୁ ଯାଇ ବନ୍ଧୁଙ୍କ ଫ୍ଲାଟ୍‌ରେ ପହଞ୍ଚିଲେ ସ୍ୱାମୀ, ଦେଖିଲେ...

ପୁଣେ: ନିଖୋଜ ପତ୍ନୀଙ୍କୁ ଖୋଜିବାକୁ ଯାଇ ଜଣେ ବ୍ୟକ୍ତି ବନ୍ଧୁଙ୍କ ଘରେ ପହଞ୍ଚିଥିଲେ। ହେଲେ ସେଠାରେ ପହଞ୍ଚିବା ପରେ ସେ ଯାହା ଦେଖିଲେ ତାଙ୍କୁ ପାଦ ତଳୁ ମାଟି ଖସି ଯାଇଥିଲା। ଉଭୟଙ୍କ ମୃତଦେହ ତଳେ ପଡ଼ିଥିବା ଦେଖିବାକୁ ପାଇଥିଲେ ବ୍ୟକ୍ତି ଜଣକ। ମହାରାଷ୍ଟ୍ରର ଠାଣେ ଜିଲ୍ଲାରେ ଏହି ଘଟଣା ଘଟିଛି। ଗୁରୁବାର ସନ୍ଧ୍ୟାରେ ଠାଣେ ଜିଲ୍ଲା ଅମ୍ବରନାଥର ଏକ ଫ୍ଲାଟ୍‌ ଭିତରୁ ଜଣେ ବ୍ୟକ୍ତି ଓ ଜଣେ ମହିଳାଙ୍କ ମୃତଦେହ ପଡ଼ିଥିବା ଦେଖିବାକୁ ମିଳିଥିଲା। ଉଭୟ […]

ଅଦ୍ୟତନ ହୋଇଛି
ନିଖୋଜ ପତ୍ନୀଙ୍କୁ ଖୋଜିବାକୁ ଯାଇ ବନ୍ଧୁଙ୍କ ଫ୍ଲାଟ୍‌ରେ ପହଞ୍ଚିଲେ ସ୍ୱାମୀ, ଦେଖିଲେ...

capture

Advertisment

ପୁଣେ: ନିଖୋଜ ପତ୍ନୀଙ୍କୁ ଖୋଜିବାକୁ ଯାଇ ଜଣେ ବ୍ୟକ୍ତି ବନ୍ଧୁଙ୍କ ଘରେ ପହଞ୍ଚିଥିଲେ। ହେଲେ ସେଠାରେ ପହଞ୍ଚିବା ପରେ ସେ ଯାହା ଦେଖିଲେ ତାଙ୍କୁ ପାଦ ତଳୁ ମାଟି ଖସି ଯାଇଥିଲା। ଉଭୟଙ୍କ ମୃତଦେହ ତଳେ ପଡ଼ିଥିବା ଦେଖିବାକୁ ପାଇଥିଲେ ବ୍ୟକ୍ତି ଜଣକ। ମହାରାଷ୍ଟ୍ରର ଠାଣେ ଜିଲ୍ଲାରେ ଏହି ଘଟଣା ଘଟିଛି।

Advertisment

ଗୁରୁବାର ସନ୍ଧ୍ୟାରେ ଠାଣେ ଜିଲ୍ଲା ଅମ୍ବରନାଥର ଏକ ଫ୍ଲାଟ୍‌ ଭିତରୁ ଜଣେ ବ୍ୟକ୍ତି ଓ ଜଣେ ମହିଳାଙ୍କ ମୃତଦେହ ପଡ଼ିଥିବା ଦେଖିବାକୁ ମିଳିଥିଲା। ଉଭୟ ମୃତଦେହରୁ ଦୁର୍ଗନ୍ଧ ବାହାରୁଥିଲା। ମୃତ ମହିଳାଙ୍କ ବୟସ ୩୬ ବର୍ଷ ବୋଲି ଜଣାପଡ଼ିଛି। ନଭେମ୍ବର ୧୭ରୁ ସେ ନିଖୋଜ ଥିଲେ। ପତ୍ନୀ ନିଖୋଜ ହେବାନେଇ ସ୍ୱାମୀ ଅଜିତ୍‌ ଶିବାଜୀ ନଗର ଥାନାରେ ଅଭିଯୋଗ କରିଥିଲେ। ଆଉ ଜଣେ ମୃତକ ହେଲେ ଅଜିତ୍‌ଙ୍କ ବନ୍ଧୁ ୩୯ ବର୍ଷୀୟ ସନ୍ଦୀପ।

ପୋଲିସ୍‌ ସୂଚନା ଅନୁସାରେ, ଅଜିତ୍‌ ଓ ସନ୍ଦୀପ ଅମ୍ବରନାଥରେ ଏକ ପ୍ରାଇଭେଟ୍‌ ଫାର୍ମରେ କାମ କରନ୍ତି। ସନ୍ଦୀପ ସବୁବେଳେ ଅଜିତ୍‌ଙ୍କ ଘରକୁ ଆସୁଥିଲେ। ଫଳରେ ଅଜିତ୍‌ଙ୍କ ପତ୍ନୀଙ୍କ ସହ ତାଙ୍କର ବନ୍ଧୁତ୍ୱ ସ୍ଥାପନ ହୋଇଥିଲା।

Advertisment

ପୋଲିସ୍‌କୁ ଦେଇଥିବା ବୟାନରେ ଅଜିତ୍‌ କହିଛନ୍ତି, ତାଙ୍କ ପତ୍ନୀଙ୍କ ସହ ସନ୍ଦୀପଙ୍କର ସମ୍ପର୍କ ଥିଲା। ଯାହାକୁ ସେ ବିରୋଧ କରୁଥିଲେ।

ନଭେମ୍ବର ୧୭ରେ ଅଜିତ୍‌ଙ୍କ ପତ୍ନୀ ନିଖୋଜ ହୋଇଯାଇଥିଲେ। ଯେତେବେଳେ ପତ୍ନୀ ନିଖୋଜ ହେବାନେଇ ସେ ସନ୍ଦୀପଙ୍କୁ ଫୋନ୍‌ କଲ୍‌ କରିଥିଲେ। ହେଳେ ସେ କୌଣସି ଉତ୍ତର ଦେଇନଥିଲେ। ସନ୍ଦେହ ସୃଷ୍ଟି ହେବାରୁ ଅଜିତ୍,‌ ସନ୍ଦୀପଙ୍କ ଫ୍ଲାଟ୍‌ରେ ପହଞ୍ଚିବା ପରେ ଉଭୟଙ୍କ ମୃତଦେହ ତଳେ ପଡ଼ିଥିବା ଦେଖିବାକୁ ପାଇଥିଲେ।

Advertisment

ସନ୍ଦୀପ ନିଜ ବେକ କାଟିବା ଲାଗି ଷ୍ଟୋନ୍‌ ଗ୍ରାଇଣ୍ଡର କଟର୍‌ର ବ୍ୟବହାର କରିଥିଲେ ବୋଲି ସୂଚନା ମିଳିଛି। ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଯେ, ସନ୍ଦୀପ ପ୍ରଥମେ ସମ୍ପୃକ୍ତ ମହିଳାଙ୍କୁ ହତ୍ୟା କରି ପରେ ନିଜ ଗଳା କାଟି ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ