Advertisment

ଟ୍ରାକ୍ଟର ସାହାଯ୍ୟରେ ବାହାରିଲା ଗାଈ ଦୁଗ୍ଧ, ଭିଡିଓ ଶେୟାର କଲେ ମହିନ୍ଦ୍ରା ଗ୍ରୁପ୍‌ର ଚେୟାରମ୍ୟାନ୍‌

ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ବିଜ୍‌ନେସ୍‌ମ୍ୟାନ୍‌ ଆନନ୍ଦ ମହିନ୍ଦ୍ରା ଖୁବ୍‌ ଆକ୍ଟିଭ ରହିଥାନ୍ତି। ସେ ସବୁବେଳେ ମଜାଳିଆ ଭିଡିଓ ଓ ଫନି ପୋଷ୍ଟଗୁଡ଼ିକୁ ଶେୟାର କରି ଲୋକଙ୍କର ମନୋରଞ୍ଜନ କରିଥାନ୍ତି। ଆନନ୍ଦଙ୍କ ଟ୍ୱିଟରରେ ୮୦ ଲକ୍ଷ ଫଲୋଅର୍ସ ଅଛନ୍ତି। ସେ ପ୍ରତ୍ୟେକ ଦିନ ନୂଆ ନୂଆ ମଜାଳିଆ ଭିଡିଓକୁ ଶେୟାର କରି ଲୋକମାନଙ୍କର ମନୋରଞ୍ଜନ କରିଥାନ୍ତି। ଏଥର ଆନନ୍ଦ ଟ୍ରାକ୍ଟରରେ ନିର୍ମିତ ଏକ ଜୁଗାଡ଼ର ଭିଡିଓକୁ ଶେୟାର କରିଛନ୍ତି। ଏହି ଭିଡିଓକୁ ସମସ୍ତେ ପସନ୍ଦ କରୁଛନ୍ତି। ଏମିତିକି ଭିଡିଓକୁ […]

ଅଦ୍ୟତନ ହୋଇଛି
ଟ୍ରାକ୍ଟର ସାହାଯ୍ୟରେ ବାହାରିଲା ଗାଈ ଦୁଗ୍ଧ, ଭିଡିଓ ଶେୟାର କଲେ ମହିନ୍ଦ୍ରା ଗ୍ରୁପ୍‌ର ଚେୟାରମ୍ୟାନ୍‌

cow

Advertisment

ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ବିଜ୍‌ନେସ୍‌ମ୍ୟାନ୍‌ ଆନନ୍ଦ ମହିନ୍ଦ୍ରା ଖୁବ୍‌ ଆକ୍ଟିଭ ରହିଥାନ୍ତି। ସେ ସବୁବେଳେ ମଜାଳିଆ ଭିଡିଓ ଓ ଫନି ପୋଷ୍ଟଗୁଡ଼ିକୁ ଶେୟାର କରି ଲୋକଙ୍କର ମନୋରଞ୍ଜନ କରିଥାନ୍ତି। ଆନନ୍ଦଙ୍କ ଟ୍ୱିଟରରେ ୮୦ ଲକ୍ଷ ଫଲୋଅର୍ସ ଅଛନ୍ତି। ସେ ପ୍ରତ୍ୟେକ ଦିନ ନୂଆ ନୂଆ ମଜାଳିଆ ଭିଡିଓକୁ ଶେୟାର କରି ଲୋକମାନଙ୍କର ମନୋରଞ୍ଜନ କରିଥାନ୍ତି। ଏଥର ଆନନ୍ଦ ଟ୍ରାକ୍ଟରରେ ନିର୍ମିତ ଏକ ଜୁଗାଡ଼ର ଭିଡିଓକୁ ଶେୟାର କରିଛନ୍ତି। ଏହି ଭିଡିଓକୁ ସମସ୍ତେ ପସନ୍ଦ କରୁଛନ୍ତି। ଏମିତିକି ଭିଡିଓକୁ ଦେଖି ୟୁଜରମାନେ ମଧ୍ୟ ଆଶ୍ଚର୍ଯ୍ୟ ହେଉଛନ୍ତି।

Advertisment

ଭିଡିଓରେ ଦେଖିବାକୁ ମିଳୁଛି ଯେ ବ୍ୟକ୍ତି ଜଣକ ଟ୍ରାକ୍ଟରର ଏୟାର ସେକ୍ସନ୍‌ରେ ଏକ ପାଇପ୍ ଲଗାଇଛନ୍ତି। ସେହି ପାଇପ୍‌କୁ ନେଇ ଦୁଗ୍ଧ ବାହାର କରୁଥିବା ମେସିନ୍‌ରେ ସଂଯୋଗ କରାଯାଇଛି। ଅନ୍ୟ ଏକ ପାଇପ୍‌ ମେସିନରେ ବ୍ୟକ୍ତି ଜଣଙ୍କ ଭ୍ୟାକ୍ୟୁମ୍‌ ସାହାଯ୍ୟରେ ଦୁଗ୍ଧ ବାହାର କରୁଛନ୍ତି। ଏହି ଭିଡିଓକୁ ଦେଖି ଆନନ୍ଦ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ପରେ ଏହାକୁ ନିଜ ଟ୍ୱିଟ୍‌ରରେ ଶେୟାର କରିଥିଲେ।

Advertisment

ଆନନ୍ଦ ଭିଡିଓକୁ ଶେୟାର କରି କ୍ୟାପସନରେ ଲେଖିଛନ୍ତି,‘ ଗ୍ରାମାଞ୍ଚଳରେ ଅନେକ କାର୍ଯ୍ୟରେ ଟ୍ରାକ୍ଟରକୁ କିପରି ବ୍ୟବହାର କରାଯାଉଛି। ଲୋକମାନେ ମୋତେ ଏହାର ଭିଡିଓ କ୍ଲିପ୍‌ ପଠାଉଛନ୍ତି। କିନ୍ତୁ ଏହା ମୋ ପାଇଁ ନୂଆ ଅଟେ। ତୁମ ମଧ୍ୟରୁ କେହି ଇଞ୍ଜିନିୟର୍ ମୋତେ କହିପାରିବେ କି ସେମାନେ କ’ଣ ପାଇଁ ସେହି କ୍ଷେତ୍ରରେ ଏଭଳି ଚତୁର ପ୍ରଦର୍ଶନ କରିଛନ୍ତି?

ଅଗଷ୍ଟ ୫ରେ ଆନନ୍ଦ ଏହି ଭିଡିଓକୁ ଶେୟାର କରିଛନ୍ତି। ଭିଡ଼ିଓରେ ଏପର୍ଯ୍ୟନ୍ତ ୨ଲକ୍ଷରୁ ଅଧିକ ଭ୍ୟୁଜ୍‌ ମିଳିଥିବା ଜଣାପଡ଼ିଛି। ୟୁଜରମାନେ ନିଜ ନିଜର ପ୍ରତିକ୍ରିୟା ମଧ୍ୟ ଦେଉଛନ୍ତି।

Advertisment

ଭିଡିଓରେ ଜଣେ ୟୁଜର କହିଛନ୍ତି, ‘ଟ୍ରାକ୍ଟରର ଏୟାର ସେକ୍ସନ୍‌ରେ ପାଇପ୍‌କୁ ସଂଯୋଗ କରାଯାଇଛି। ଯାହା ଗାଈର ଦୁଗ୍ଧ ବାହାର କରୁଥିବା ମେସିନ୍‌ ସହିତ ସଂଯୁକ୍ତ ହୋଇଛି। ଏୟାର ସେକ୍ସସନ୍‌ ସାହାଯ୍ୟରେ ଭାକ୍ୟୁମ ସାହାଯ୍ୟରେ ଦୁଗ୍ଧ ବାହାର କରାଯାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ