Advertisment

’ନନ୍ଦିଗ୍ରାମରେ ମମତାଙ୍କ ଉପରେ ହୋଇଥିବା ଆକ୍ରମଣର କୌଣସି ପ୍ରମାଣ ନାହିଁ ’

କୋଲକାତା: ଦିଦିଙ୍କ ଉପରେ ହୋଇନି ଆକ୍ରମଣ।  ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜଙ୍କ ଗୋଡ଼ରେ ଆଘାତ ଲାଗିବା ଘଟଣାର ଚିତ୍ର ସ୍ପଷ୍ଟ ହୋଇଯାଇଛି। ଅନେକ ଆରୋପ ପ୍ରତ୍ୟାରୋପ ପରେ ନିର୍ବାଚନ କମିସନ୍ ଏହି ଘଟଣାକୁ ଖାରଜ କରିଛନ୍ତି ।  ଭିନ୍ନ ଭିନ୍ନ ରିପୋର୍ଟ ଅଧାରରେ ମମତାଙ୍କ ଉପରେ କୌଣସି ଆକ୍ରମଣ ହୋଇନଥିବା ନିର୍ବାଚନ କମିସନ କହିଛନ୍ତି । କାରଣ ଏହି ଘଟଣାରେ କୌଣସି ପ୍ରମାଣ ନାହିଁ। ଅର୍ଥାତ ମମତାଙ୍କ ଗୋଡ଼ରେ ଆଘାତ ଲାଗିବା ଆକ୍ରମଣ ନୁହେଁ ଏକ ଦୁର୍ଘଟଣା […]

’ନନ୍ଦିଗ୍ରାମରେ ମମତାଙ୍କ ଉପରେ ହୋଇଥିବା ଆକ୍ରମଣର କୌଣସି ପ୍ରମାଣ ନାହିଁ ’

mamata

Advertisment

କୋଲକାତା: ଦିଦିଙ୍କ ଉପରେ ହୋଇନି ଆକ୍ରମଣ।  ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜଙ୍କ ଗୋଡ଼ରେ ଆଘାତ ଲାଗିବା ଘଟଣାର ଚିତ୍ର ସ୍ପଷ୍ଟ ହୋଇଯାଇଛି। ଅନେକ ଆରୋପ ପ୍ରତ୍ୟାରୋପ ପରେ ନିର୍ବାଚନ କମିସନ୍ ଏହି ଘଟଣାକୁ ଖାରଜ କରିଛନ୍ତି ।  ଭିନ୍ନ ଭିନ୍ନ ରିପୋର୍ଟ ଅଧାରରେ ମମତାଙ୍କ ଉପରେ କୌଣସି ଆକ୍ରମଣ ହୋଇନଥିବା ନିର୍ବାଚନ କମିସନ କହିଛନ୍ତି । କାରଣ ଏହି ଘଟଣାରେ କୌଣସି ପ୍ରମାଣ ନାହିଁ। ଅର୍ଥାତ ମମତାଙ୍କ ଗୋଡ଼ରେ ଆଘାତ ଲାଗିବା ଆକ୍ରମଣ ନୁହେଁ ଏକ ଦୁର୍ଘଟଣା ଥିଲା।

Advertisment

ନନ୍ଦିଗ୍ରାମରେ ମମତା ଆହତ ହେବା ମାମଲାରେ ରାଜ୍ୟ ମୁଖ୍ୟ ସଚିବ ଅଳାପନ ବନ୍ଦୋପାଧ୍ୟାୟ, ସ୍ୱତନ୍ତ୍ର ପୋଲିସ ଅଧିକ୍ଷକ ବିବେକ ଦୁବେ ଓ ସ୍ୱତନ୍ତ୍ର ପର୍ଯ୍ୟବେକ୍ଷକ ଅଜୟ ନାୟକଙ୍କ ରିପୋର୍ଟ ଆଧାରରେ ନିର୍ବାଚନ କମିସନ୍ ଏହି ନିଷ୍ପତ୍ତି ଶୁଣାଇଛନ୍ତି। ଗତ ଶନିବାର ଦିନ ଘଟଣାର ବିସ୍ତୃତ ରିପୋର୍ଟ  ପ୍ରଦାନ କରାଯାଇଥିଲା ।  ଅନୁଧ୍ୟାନ କରି ରବିବାର ଦିନରେ ବୈଠକ ଡାକି ଏହି ଘଟଣା ଉପରେ  ଚର୍ଚ୍ଚା କରାଯାଇଥିଲା । ବୈଠକ ପରେ ମମତାଙ୍କ ଉପରେ ଆକ୍ରମଣ ଅଭିଯୋଗକୁ ନିର୍ବାଚନ କମିସନ ଖାରଜ କରିଛନ୍ତି। ତେବେ ରିପୋର୍ଟ ମମତାଙ୍କୁ ଆକ୍ରମଣ ହେବାର କୌଣସି ପ୍ରମାଣ ମିଳିନଥିଲା ବୋଲି କହିଛନ୍ତି ନିର୍ବାଚନ କମିସନ୍ ।

ସେପଟେ ନିର୍ବାଚନ କମିସନଙ୍କ ଏହି ନିଷ୍ପତ୍ତି ପରେ ମମତା ବାନାର୍ଜୀ ଟ୍ୱିଟ‌ କରି ଲେଖିଛନ୍ତି, ଆମେ ଆମେ ସାହସର ସହିତ ଲଢ଼େଇ ଜାରି ରଖିବୁ। ମୁଁ ଏବେ ବି ବହୁତ ଯନ୍ତ୍ରଣା ଭୋଗୁଛି, କିନ୍ତୁ ମୁଁ ମୋ ଲୋକଙ୍କ ଯନ୍ତ୍ରଣାକୁ ଆହୁରି ଅଧିକ ଅନୁଭବ କରୁଛି | ରାଜ୍ୟର ସୁରକ୍ଷା ପାଇଁ ପାଇଁ ଆମକୁ ଆହୁରି ଲଢ଼ିବାକୁ ପଡ଼ିବ। ଆଗକୁ ବି ଆମେ ଯେକୌଣସି ପରିସ୍ଥିତିରେ କଷ୍ଟ ସହିବାକୁ ପ୍ରସ୍ତୁତ ଅଛୁ। ହେଲେ କାହା ସାମ୍ନାରେ ଆମେ ମୁଣ୍ଡ ନୁଆଁଇବୁ ନାହିଁ ।

Advertisment


ସୂଚନାଯୋଗ୍ୟ ମମତା ବାନାର୍ଜୀ ଅଭିଯୋଗ କରିଥିଲେ, ଇଷ୍ଟ ମେଦିନାପୁରର ବିରୁଲିଆ ବଜାରରେ ସ୍ଥାନୀୟ ଲୋକଙ୍କ ସହ ଆଲୋଚନା କରୁଥିବାବେଳେ ୪/୫ ଜଣ ଲୋକ ତାଙ୍କ ଉପରେ ଆକ୍ରମଣ କରିଥିଲେ । ଜଣେ ପୋଲିସ ଅଧିକାରୀଙ୍କ କହିବା ଅନୁଯାୟୀ ସନ୍ଧ୍ୟା ପ୍ରାୟ ୬.୨୮ରେ ଘଟଣା ଘଟିଥିଲା। ଲୋକ ଗହଳି ହୋଇଥିବାରୁ ମମତା ତଳେ ପଡି ଯାଇଥିଲେ। ଏ ସବୁ ଖୁବ୍‌ କମ୍‌ ସମୟ ମଧ୍ୟରେ ହୋଇଥିଲା। ଏହି ଆକ୍ରମଣେ ମମତାଙ୍କ ଗୋଡ଼ ଓ ବେକରେ ଆଘାତ ଲାଗିଥିଲା। ଅନ୍ୟପଟେ ଗତକାଲି ହସ୍ପିଟାଲରୁ ଡିସଚାର୍ଜ ହୋଇଥିଲେ ମମତା ବାନାର୍ଜୀ । ସେପଟେ ଆଜି ପ୍ରମାଣ ଅଭାବରେ ମମତାଙ୍କ ଉପରେ ଆକ୍ରମଣ ହୋଇନଥିବା କହିଛନ୍ତି  ନିର୍ବାଚନ କମିସନ ।

Advertisment
West Bengal Election 2021
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ