Advertisment

ମର୍ଯ୍ୟାଦା ଭୁଲି ଗଲେ କି ଦିଦି? ସାଧାରଣ ସଭାରେ ପ୍ରଧାନମନ୍ତ୍ରୀଙ୍କୁ ଦାନବ, ରାବଣ ଏବଂ ଗୁଣ୍ଡା ସହ ତୁଳନା

କୋଲକାତା: ପଶ୍ଚିମବଙ୍ଗ ରାଜନୀତି ସରଗରମ। ବିଧାନସଭା ନିର୍ବାଚନ ପୂର୍ବରୁ ପଶ୍ଚିମବଙ୍ଗରେ ରାଜନୈତିକ ବୟାନବାଜି ଆରମ୍ଭ ହୋଇସାରିଛି। ନିର୍ବାଚନୀ ତାରିଖ ଘୋଷଣା ହୋଇନଥିଲେ ସୁଦ୍ଧା, ରାଜ୍ୟରେ ରାଜନୈତିକ ଗତିବିଧି ତୀବ୍ର ହୋଇଛି। ଏବେ ଠାରୁ ଶାସକ ଓ ବିରୋଧୀ ଦଳ ନିର୍ବାଚନୀ ସଭା, ରାଲି କରି ରାଜନୀତି ଜୋର୍‌ଦାର କଲେଣି । ‌ଆଉ ଏପରି ସମୟରେ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏକ ସଭାରେ ନିଜର ମର୍ଯ୍ୟାଦା ଭୁଲି ପ୍ରଧାନମନ୍ତ୍ରୀଙ୍କୁ ନେଇ ଆପତ୍ତିଜନକ ଟିପ୍ପଣୀ ଦେଇଛନ୍ତି। ନରେନ୍ଦ୍ର ମୋଦିଙ୍କୁ […]

ମର୍ଯ୍ୟାଦା ଭୁଲି ଗଲେ କି ଦିଦି? ସାଧାରଣ ସଭାରେ ପ୍ରଧାନମନ୍ତ୍ରୀଙ୍କୁ ଦାନବ, ରାବଣ ଏବଂ ଗୁଣ୍ଡା ସହ ତୁଳନା

mamata

Advertisment

କୋଲକାତା: ପଶ୍ଚିମବଙ୍ଗ ରାଜନୀତି ସରଗରମ। ବିଧାନସଭା ନିର୍ବାଚନ ପୂର୍ବରୁ ପଶ୍ଚିମବଙ୍ଗରେ ରାଜନୈତିକ ବୟାନବାଜି ଆରମ୍ଭ ହୋଇସାରିଛି। ନିର୍ବାଚନୀ ତାରିଖ ଘୋଷଣା ହୋଇନଥିଲେ ସୁଦ୍ଧା, ରାଜ୍ୟରେ ରାଜନୈତିକ ଗତିବିଧି ତୀବ୍ର ହୋଇଛି। ଏବେ ଠାରୁ ଶାସକ ଓ ବିରୋଧୀ ଦଳ ନିର୍ବାଚନୀ ସଭା, ରାଲି କରି ରାଜନୀତି ଜୋର୍‌ଦାର କଲେଣି । ‌ଆଉ ଏପରି ସମୟରେ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏକ ସଭାରେ ନିଜର ମର୍ଯ୍ୟାଦା ଭୁଲି ପ୍ରଧାନମନ୍ତ୍ରୀଙ୍କୁ ନେଇ ଆପତ୍ତିଜନକ ଟିପ୍ପଣୀ ଦେଇଛନ୍ତି। ନରେନ୍ଦ୍ର ମୋଦିଙ୍କୁ ଦାନବ, ରାବଣ ଏବଂ ଗୁଣ୍ଡା ବୋଲି ସେ କହିଛନ୍ତି। 

Advertisment

ଟିଏମସି ପୁଣି ଥରେ ଶାସନକୁ ଫେରିବା ପାଇଁ କସରତ କରୁଥିବା ବେଳେ ବିଜେପି କିନ୍ତୁ ବଙ୍ଗ ଦଖଲ କରିବାକୁ ଜୋରସର ପ୍ରୟାସ ଚଳାଇଛି। ଶାସକ ଟିଏମସି ଦଳକୁ ଟକ୍କର ଦେବାକୁ ପୂରା ଦମରେ ଲାଗି ପଡିଛି ବିଜେପି। ପଶ୍ଚିମବଙ୍ଗରେ ଘନ ଘନ ପ୍ରଚାର ସାଙ୍ଗକୁ ମମତଙ୍କ ବିରୋଧରେ ଆରମ୍ଭ ହୋଇଛି ରଣନୀତି। ଆଉ ଏଥିରେ ଚିହିଙ୍କି ଯାଉଛନ୍ତି ଦିଦି। ରାଗରେ ରକ୍ତଚାଉଳ ଚୋବାଉଥିବା ମମତା ଆଜି ହୁଗୁଲିର ଡନଲୋପରେ ସାଧାରଣ ସଭାକୁ ସମ୍ବୋଧିତ କରି ମୋଦି ଏବଂ ଅମିତ ଶାହାଙ୍କୁ ରାବଣ ଏବଂ ଦାନବ ସହ ତୁଳନା କରିଛନ୍ତି।

ଆଉ ବିଜେପିକୁ ଖୋଲାଖୋଲି ଚ୍ୟାଲେଞ୍ଜ ଦେବା ଢ଼ଙ୍ଗରେ କହିଛନ୍ତି, ମାତ୍ର ଦୁଇ ମାସ ବାକି ଅଛି, ତା’ପରେ ପ୍ରକୃତ ଖେଳ ଜଣାପଡ଼ିଯି। ବଙ୍ଗଳା ଦଖଲ କରିବା ଏତେ ସହଜ ନୁହେଁ।  ବଙ୍ଗଳାରେ ବଙ୍ଗଳା ଶାସନ କରିବ, ଗୁଜରାଟ ନୁହେଁ। ମୋଦି ବଙ୍ଗଳା ଉପରେ ରାଜ କରିପାରିବେ ନାହିଁ। ଗୁଣ୍ଡା ଏବଂ ବଦମାସଙ୍କ ହାତକୁ ଦିଆଯିବନି ବଙ୍ଗଳାର ଶାସନ ଭାର। ସବୁ ବେଳେ ଆପଣ କହୁଛନ୍ତି ତୃଣମୂଳ କଂଗ୍ରେସ ଟୋଲାବାଜ, କିନ୍ତୁ ଆଜି ମୁଁ କହୁଛି ଆପଣ ଦଙ୍ଗାବାଜ ଏବଂ ଦଗାବାଜ। ଆଗକୁ ଖେଳ ହେବ। ବିଜେପି ଦେଖିବ ଖେଳ . . .

Advertisment

ଅନ୍ୟପଟେ ପୁତୁରା ଅଭିଷେକ ବାନାର୍ଜୀଙ୍କ ସ୍ତ୍ରୀକୁ କୋଇଲା ଘୋଟାଲା ମାମଲାରେ ସିବିଆଇ ପଚରାଉଚରା କରିଥିବାରୁ ବିଜେପିକୁ ଟାର୍ଗେଟ ମଧ୍ୟ କରିଛନ୍ତି। ଭାରତୀୟ ଜନତା ପାର୍ଟି ମହିଳାଙ୍କୁ ସମ୍ମାନ କରେ ନାହିଁ। ରୁଜିରାଙ୍କୁ କୋଇଲା ମାମଲାରେ ଫସାଇବା ସହ ତାଙ୍କୁ ଟାର୍ଗେଟ କରାଯାଉଛି ବୋଲି କହିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ।  ସିବିଆଇ ଭୟ ଦେଖାଉଛି ବିଜେପି। ସାହସ ଥିଲେ ଗିରଫ କରି ଦେଖନ୍ତୁ। କେତେ​‌ ଲୋକଙ୍କୁ ଗିରଫ କରିବେ। ୨୦ ଲକ୍ଷ ଲୋକଙ୍କୁ ଗିରଫ କରିବାକୁ ପଡ଼ିବ। ମୋତେ ଏଠାରେ ଚାପିବାକୁ ଚେଷ୍ଟା କଲେ ଦିଲ୍ଲୀରେ ଗଛ ହୋଇ ଉଠିବି। ଘାଇଲା ବାଘୁଣୀ କେତେ ଭୟଙ୍କର ସେମାନେ ଜାଣିପାରିବ ବୋଲି କହିଛନ୍ତି ।

ସୂଚନାଯୋଗ୍ୟ ତାରିଖ ଘୋଷଣା ହୋଇ ନଥିଲେ ହେଁ ନିର୍ବାଚନକୁ ନେଇ ବିଭିନ୍ନ ସ୍ଥାନରେ ଉପୁଜୁଥିବା ହିଂସାତ୍ମକ ପରିସ୍ଥିତିକୁ ଦୃଷ୍ଟିରେ ରଖି କେନ୍ଦ୍ରୀୟ ସୁରକ୍ଷା ବଳ ମୁତୟନ ଆରମ୍ଭ ହେଲାଣି। ୧୨ କମ୍ପାନୀର କେନ୍ଦ୍ରୀୟ ବଳ ପହଞ୍ଚି ସମ୍ବେଦନଶୀଳ ଅଞ୍ଚଳରେ ରୁଟ୍‌ ମାର୍ଚ୍ଚ ଆରମ୍ଭ କରିଛନ୍ତି। ଆସନ୍ତାକାଲି ସୁଦ୍ଧା ୧୨୫ ପ୍ଲାଟୁନ୍‌ ଫୋର୍ସ ମୁତୟନ କରାଯିବାକୁ ନିଷ୍ପତ୍ତି ନିଆଯାଇଛି। ସାଧାରଣତଃ ନିର୍ବାଚନ ତାରିଖ ଘୋଷଣା ହେବା ପରେ ରାଜ୍ୟଗୁଡ଼ିକରେ କେନ୍ଦ୍ରୀୟ ଫୋର୍ସ ମୁତୟନ ହୋଇଥାନ୍ତି। କିନ୍ତୁ ନିର୍ବାଚନ ତାରିଖ ଘୋଷଣା ପୂର୍ବରୁ ପଶ୍ଚିମବଙ୍ଗରେ ଏମାନଙ୍କୁ ବହୁସଂଖ୍ୟାରେ ମୁତୟନ କରାଯାଉଛି।

Advertisment

West Bengal Election 2021
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ