Advertisment

କରୋନା ମୁକ୍ତ ଗାଁକୁ ମିଳିବ ୫୦ ଲକ୍ଷ ଟଙ୍କା

କରୋନା ସଂକ୍ରମଣକୁ ରୋକିବା ପାଇଁ ଏକ ବଡ ପଦକ୍ଷେପ ନେଲେ ଉଦ୍ଧବ ଠାକରେ ସରକାର ଗ୍ରାମାଞ୍ଚଳରେ କରୋନା ରୋକିବାକୁ ‘କରୋନା ମୁକ୍ତ ଗ୍ରାମ’ ପ୍ରତିଯୋଗିତାର ଘୋଷଣା ପ୍ରତିଯୋଗିତାରେ ପ୍ରଥମ ପୁରସ୍କାର ୫୦ ଲକ୍ଷ, ଦ୍ୱିତୀୟ ୨୫ ଲକ୍ଷ ଏବଂ ତୃତୀୟ ପୁରସ୍କାର…

ଅଦ୍ୟତନ ହୋଇଛି
କରୋନା ମୁକ୍ତ ଗାଁକୁ ମିଳିବ ୫୦ ଲକ୍ଷ ଟଙ୍କା

thakrey

Advertisment
  • କରୋନା ସଂକ୍ରମଣକୁ ରୋକିବା ପାଇଁ ଏକ ବଡ ପଦକ୍ଷେପ ନେଲେ ଉଦ୍ଧବ ଠାକରେ ସରକାର
  • ଗ୍ରାମାଞ୍ଚଳରେ କରୋନା ରୋକିବାକୁ ‘କରୋନା ମୁକ୍ତ ଗ୍ରାମ’ ପ୍ରତିଯୋଗିତାର ଘୋଷଣା
  • ପ୍ରତିଯୋଗିତାରେ ପ୍ରଥମ ପୁରସ୍କାର ୫୦ ଲକ୍ଷ, ଦ୍ୱିତୀୟ ୨୫ ଲକ୍ଷ ଏବଂ ତୃତୀୟ ପୁରସ୍କାର ୧୫ ଲକ୍ଷ ଟଙ୍କା
Advertisment

ମୁମ୍ବାଇ : ଗାଁକୁ କରୋନା ମୁକ୍ତ କରି ଜିତି ନିଅ ୫୦ ଲକ୍ଷ ପୁରସ୍କାର । ମହାରାଷ୍ଟ୍ର ସରକାରଙ୍କ ଦ୍ୱାରା ସ୍ୱାଗତଯୋଗ୍ୟ ପଦକ୍ଷପ । ମହାରାଷ୍ଟ୍ରରେ କରୋନା ସଂକ୍ରମଣରେ ବ୍ରେକ୍ ଲାଗୁନି । ସହର ତଳୁନାରେ ଗ୍ରାମାଞ୍ଚଳରେ ସଂକ୍ରମିତଙ୍କ ସଂଖ୍ୟା ବଢ଼ି ବଢ଼ି ଚାଲିଛି । ଏଭଳି ପରିସ୍ଥିତିରେ ଉଦ୍ଧବ ଠାକରେ ଏକ ବଡ ନିଷ୍ପତ୍ତି ନେଇଛନ୍ତି। ଗ୍ରାମାଞ୍ଚଳରେ କରୋନା ସଂକ୍ରମଣ ରୋକିବାକୁ ମହାରାଷ୍ଟ୍ର ସରକାର ବୁଧବାର ଦିନ ‘କରୋନା ମୁକ୍ତ ଗ୍ରାମ’ ପ୍ରତିଯୋଗିତା ଘୋଷଣା କରିଛନ୍ତି । ଏହା ପ୍ରତିଯୋଗିତା ଅଧୀନରେ ପ୍ରଥମ ପୁରସ୍କାର ୫୦ ଲକ୍ଷ ଟଙ୍କା, ଦ୍ୱିତୀୟ ବିଜେତା ୨୫ ଲକ୍ଷ ଏବଂ ତୃତୀୟ ବିଜେତା ଗାଁଙ୍କୁ ୧୫ ଲକ୍ଷ ଟଙ୍କା ଦିଆଯିବ ।

ଗତକାଲି ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ସଂକ୍ରମଣ ରୋକିବାକୁ କେତେକ ଗ୍ରାମ ଦ୍ୱାରା କରାଯାଇଥିବା ପ୍ରୟାସକୁ ମୁଖ୍ୟମନ୍ତ୍ରୀ ପ୍ରଶଂସା କରିଥିଲେ ଏବଂ ‘ ମୋ ଗାଁ କରୋନା ମୁକ୍ତ’ ପ୍ରତିଯୋଗିତା ଘୋଷଣା କରିଥିଲେ। ‘ମୋ ଗାଁ କରୋନା ମୁକ୍ତ’ ପ୍ରତିଯୋଗିତା ମୁଖ୍ୟମନ୍ତ୍ରୀ ଘୋଷଣା କରିଥିବା ଭାଇରସ ବିରୋଧୀ ଅଭିଯାନର ଏକ ଅଂଶ ବୋଲି କହିଛନ୍ତି ରାଜ୍ୟ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ହାସନ ମୁସରିଫ । ଏହି ପ୍ରତିଯୋଗିତା ଅଧୀନରେ ତିନିଟି ଗ୍ରାମ ପଞ୍ଚାୟତଙ୍କୁ ପୁରସ୍କାର ପ୍ରଦାନ କରାଯିବ, ଯେଉଁମାନେ କରୋନା ମୁକାବିଲା କରିବା ପାଇଁ ଭଲ କାମ କରିଥିବେ ।

Advertisment

ପ୍ରଥମ ପୁରସ୍କାର ୫୦ ଲକ୍ଷ ଟଙ୍କା
ପ୍ରଥମ କରୋନା ମୁକ୍ତ ଗାଁକୁ ପୁରସ୍କାର ସ୍ୱରୂପ ୫୦ ଲକ୍ଷ ଟଙ୍କା ପ୍ରଦାନ କରାଯିବ । ସେହିପରି ଦ୍ୱିତୀୟ ବିଜେତା ଗାଁକୁ ୨୫ ଲକ୍ଷ ଟଙ୍କା ଏବଂ ତୃତୀୟ ବିଜେତା ଗାଁକୁ ୧୫ ଲକ୍ଷ ଟଙ୍କା ଦିଆଯିବ। ରାଜ୍ୟରେ ୬ଟି ରାଜସ୍ୱ ମଣ୍ଡ ଥିବାରୁ ମୋଟ୍ ୧୮ଟି ଗାଁକୁ ଏହି ପୁରସ୍କାର ପ୍ରଦାନ କରାଯିବ । ରାଜ୍ୟ ସରକାରଙ୍କ ପକ୍ଷରୁ ଗାଁ ଗୁଡ଼ିକୁ ଦିଆଯାଉଥିବା ମୋଟ୍ ପୁରସ୍କାର ରାଶି ୫.୪ କୋଟି ଟଙ୍କା । ପ୍ରତିଯୋଗିତାରେ ଜିତୁଥିବା ଗାଁଙ୍କୁ ପୁରସ୍କାର ରାଶି ସହିତ ପ୍ରୋତ୍ସାହନ ରାଶି ମଧ୍ୟ ପ୍ରଦାନ କରାଯିବ । ଗ୍ରାମଗୁଡ଼ିକରେ ବିକାଶ କାର୍ଯ୍ୟରେ ଏହି ରାଶି ବ୍ୟବହାର କରାଯିବ ବୋଲି କହିଛନ୍ତି ମନ୍ତ୍ରୀ ।

ଗାଁ ଗୁଡିକୁ ୨୨ ମାନଦଣ୍ଡରେ ପରୀକ୍ଷା କରାଯିବ
ପ୍ରତିଯୋଗିତାରେ ଅଂଶଗ୍ରହଣ କରୁଥିବା ଗାଁ ଗୁଡିକୁ ୨୨ ମାନଦଣ୍ଡରେ ବିଚାର କରାଯିବ ବୋଲି କହିଛନ୍ତି ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ । କରୋନା ମୁକ୍ତ ଗାଁର ବିଜେତା ଘୋଷଣା ପାଇଁ ଏକ କମିଟି ଗଠନ କରାଯିବ। ଏହି କମିଟି ଦ୍ୱାରା ବିଜେତା ଗାଁ ଘୋଷଣା କରାଯିବ ।

Advertisment

ପଢନ୍ତୁ: ପିଲାଙ୍କ ଠାରେ ଆରମ୍ଭ ହେଲା କୋଭାକ୍ସିନର କ୍ଲିନିକାଲ୍ ଟ୍ରାଏଲ୍

Corona Breaking News
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ