Advertisment

କ୍ୱାରେଣ୍ଟିନ୍ ସେଣ୍ଟରରେ ମହିଳାଙ୍କୁ ଦୁଷ୍କର୍ମ! ଅଭିଯୁକ୍ତ କରୋନାରେ ଆକ୍ରାନ୍ତ

ନଭି ମୁମ୍ବାଇ: ମହାରାଷ୍ଟ୍ରର ପନଭେଲରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଏଠାକାର କୋନ୍ ଗ୍ରାମରେ ଥିବା ଏକ କ୍ୱାରେଣ୍ଟିନ ସେଣ୍ଟରରେ ଜଣେ ୪୦ ବର୍ଷୀୟ ମହିଳାଙ୍କ ସହ ଦୁଷ୍କର୍ମ ହୋଇଥିବା ଅଭିଯୋଗ ଆସିଛି। ଖୋଦ୍ ପୀଡ଼ିତା ହିଁ ଏହି ଅଭିଯୋଗ ଆଣିଛନ୍ତି। ତେବେ ଆଶ୍ଚର୍ଯ୍ୟକର କଥା ହେଉଛି, ଦୁଷ୍କର୍ମ କରିଥିବା ଅଭିଯୁକ୍ତ ଏବଂ ପୀଡ଼ିତା ଉଭୟେ କରୋନାରେ ଆକ୍ରାନ୍ତ ଥିବା ପୁଲିସ୍ ପକ୍ଷରୁ କୁହାଯାଇଛି। ପନଭେଲ୍ ପୁଲିସର କହିବା ମୁତାବକ, ପନଭେଲ୍ ଓ ନଭି ମୁମ୍ବାଇ […]

ଅଦ୍ୟତନ ହୋଇଛି
କ୍ୱାରେଣ୍ଟିନ୍ ସେଣ୍ଟରରେ ମହିଳାଙ୍କୁ ଦୁଷ୍କର୍ମ! ଅଭିଯୁକ୍ତ କରୋନାରେ ଆକ୍ରାନ୍ତ

rape

Advertisment

ନଭି ମୁମ୍ବାଇ: ମହାରାଷ୍ଟ୍ରର ପନଭେଲରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଏଠାକାର କୋନ୍ ଗ୍ରାମରେ ଥିବା ଏକ କ୍ୱାରେଣ୍ଟିନ ସେଣ୍ଟରରେ ଜଣେ ୪୦ ବର୍ଷୀୟ ମହିଳାଙ୍କ ସହ ଦୁଷ୍କର୍ମ ହୋଇଥିବା ଅଭିଯୋଗ ଆସିଛି। ଖୋଦ୍ ପୀଡ଼ିତା ହିଁ ଏହି ଅଭିଯୋଗ ଆଣିଛନ୍ତି। ତେବେ ଆଶ୍ଚର୍ଯ୍ୟକର କଥା ହେଉଛି, ଦୁଷ୍କର୍ମ କରିଥିବା ଅଭିଯୁକ୍ତ ଏବଂ ପୀଡ଼ିତା ଉଭୟେ କରୋନାରେ ଆକ୍ରାନ୍ତ ଥିବା ପୁଲିସ୍ ପକ୍ଷରୁ କୁହାଯାଇଛି।

Advertisment

ପନଭେଲ୍ ପୁଲିସର କହିବା ମୁତାବକ, ପନଭେଲ୍ ଓ ନଭି ମୁମ୍ବାଇ ମହାନଗର ନିଗମ ପନଭେଲର କୋନ୍ ଗ୍ରାମରେ ଇଣ୍ଡିଆ ବୁଲ୍ସର ଖାଲିଥିବା ବିଲ୍ଡିଂରେ ଏକ କୋଭିଡ୍ କ୍ୱାରେଣ୍ଟିନ୍ ସେଣ୍ଟର କରିଛନ୍ତି, ଯେଉଁଠାରେ ଗୁରୁବାର ସନ୍ଧ୍ୟା ୬.୩୦ ସମୟରେ ଏହି ଘଟଣା ଘଟିଛି।

ପ୍ରାରମ୍ଭିକ ତଦନ୍ତରୁ ଜଣାପଡ଼ିଛି ଯେ ଉଭୟ ଅଭିଯୁକ୍ତ ଓ ପୀଡ଼ିତାଙ୍କୁ କିଛି ଦିନ ତଳେ କ୍ୱାରେଣ୍ଟିନ୍ ସେଣ୍ଟରରେ ରଖାଯାଇଥିଲା। ତେବେ ଉଭୟ ପୀଡ଼ିତା ଓ ଅଭିଯୁକ୍ତ ପରସ୍ପରକୁ ଜାଣିନାହାନ୍ତି। କରୋନା ସଂକ୍ରମଣ ହୋଇଥିବାରୁ ଉଭୟଙ୍କୁ ଗୋଟିଏ ୱାର୍ଡରେ ରଖାଯାଇଥିଲା। ପୁଲିସ୍ ବର୍ତ୍ତମାନ ମହିଳାଙ୍କ ପକ୍ଷରୁ କରାଯାଇଥିବା ଦୁଷ୍କର୍ମ ଅଭିଯୋଗର ତଦନ୍ତ ଜାରି ରହିଛି।

Advertisment

ଏ ନେଇ ପନଭେଲ୍ ତାଲୁକା ପୁଲିସ୍ ଷ୍ଟେସନର ଏସ୍‌ଆଇ ଅଶୋକ ରାଜପୁତ କହିଛନ୍ତି, ଜଣେ ମହିଳା କରୋନାରେ ସଂକ୍ରମିତ ହେବା ପରେ ତାଙ୍କୁ ଇଣ୍ଡିଆ ବୁଲ୍ କ୍ୱାରେଣ୍ଟିନ୍ ସେଣ୍ଟରରେ ରଖାଯାଇଥିଲା। ଏହି ସେଣ୍ଟରରେ ଅଭିଯୁକ୍ତର ମଧ୍ୟ ଚିକିତ୍ସା ଚାଲିଥିଲା। ଘଟଣା ସାମ୍ନାକୁ ଆସିବା ପରେ ଦୁଷ୍କର୍ମ ମାମଲା ରେଜିଷ୍ଟର୍ କରାଯାଇଛି। ତେବେ ଅଭିଯୁକ୍ତ କରୋନାରେ ସଂକ୍ରମିତ ଥିବାରୁ ତାକୁ ଗିରଫ କରାଯାଇନାହିଁ ବୋଲି ଡେପୁଟୀ କମିଶନର କହିଛନ୍ତି।

ଏହି ଘଟଣା ସାମ୍ନାକୁ ଆସିବା ଲୋକଙ୍କ ଭିତରେ ଅସନ୍ତୋଷ ଦେଖା ଦେଇଛି। ପୁଲିସ୍ କ୍ୱାରେଣ୍ଟିନ୍ ସେଣ୍ଟରରେ ଚିକିତ୍ସା କରୁଥିବା ଡାକ୍ତର ଏବଂ ରୋଗୀଙ୍କୁ ମଧ୍ୟ ପଚରାଉଚୁରା କରୁଛି, କିନ୍ତୁ କରୋନା କାରଣରୁ ଏଥିରେ ଅନେକ ସମସ୍ୟାରୁ ସମ୍ମୁଖୀନ ହେବାକୁ ପଡ଼ୁଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ