Advertisment

ନଭେମ୍ୱର ୧୬ରୁ ଏଇ ରାଜ୍ୟରେ ଖୋଲିବ ମନ୍ଦିର

ମୁମ୍ବାଇ: ନଭେମ୍ବର ୧୬ ତାରିଖ ଠାରୁ ମହାରାଷ୍ଟ୍ରରେ ଖୋଲିବ ପୂଜା ଆରାଧନା ସ୍ଥଳ। ରାଜ୍ୟରେ ଧାର୍ମିକ ସ୍ଥଳ ଖୋଲିବା ନେଇ ଅନୁମତି ଦେଇଛନ୍ତି ମହାରାଷ୍ଟ୍ରର ସରକାର। ଏ ନେଇ ବିରୋଧୀଙ୍କ ବାରମ୍ବାର ବିକ୍ଷୋଭ, ସମାଲୋଚନା ଓ ରାଜ୍ୟପାଳ ଭଗତ ସିଂହ କୋଶିୟାରୀଙ୍କ ଚିଠି ପରେ ଶେଷରେ ଧାର୍ମିକ ସ୍ଥଳ ଖୋଲିବା ପାଇଁ ଅନୁମତି ଦେଇଛନ୍ତି ଉଦ୍ଧବ ସରକରା। ତେବେ ଧାର୍ମିକ ସ୍ଥଳ ଖୋଲିବା ପରେ ଏହା ଭିତରେ କିମ୍ବା ବାହାରେ ମାସ୍କ ପିନ୍ଧିବା ସହିତ ଭିଡ଼ ନକରିବାକୁ […]

ଅଦ୍ୟତନ ହୋଇଛି
ନଭେମ୍ୱର ୧୬ରୁ ଏଇ ରାଜ୍ୟରେ ଖୋଲିବ ମନ୍ଦିର

maharatsra

Advertisment

ମୁମ୍ବାଇ: ନଭେମ୍ବର ୧୬ ତାରିଖ ଠାରୁ ମହାରାଷ୍ଟ୍ରରେ ଖୋଲିବ ପୂଜା ଆରାଧନା ସ୍ଥଳ। ରାଜ୍ୟରେ ଧାର୍ମିକ ସ୍ଥଳ ଖୋଲିବା ନେଇ ଅନୁମତି ଦେଇଛନ୍ତି ମହାରାଷ୍ଟ୍ରର ସରକାର। ଏ ନେଇ ବିରୋଧୀଙ୍କ ବାରମ୍ବାର ବିକ୍ଷୋଭ, ସମାଲୋଚନା ଓ ରାଜ୍ୟପାଳ ଭଗତ ସିଂହ କୋଶିୟାରୀଙ୍କ ଚିଠି ପରେ ଶେଷରେ ଧାର୍ମିକ ସ୍ଥଳ ଖୋଲିବା ପାଇଁ ଅନୁମତି ଦେଇଛନ୍ତି ଉଦ୍ଧବ ସରକରା।

Advertisment

ତେବେ ଧାର୍ମିକ ସ୍ଥଳ ଖୋଲିବା ପରେ ଏହା ଭିତରେ କିମ୍ବା ବାହାରେ ମାସ୍କ ପିନ୍ଧିବା ସହିତ ଭିଡ଼ ନକରିବାକୁ କହିଛନ୍ତି ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେ। ସୋମବାର ଠାରୁ ରାଜ୍ୟରେ ମନ୍ଦିରରୁ ଆରମ୍ଭ କରି ସମସ୍ତ ଧାର୍ମିକ ସ୍ଥଳ ଖୋଲିବ।

ତେବେ ରବିବାର ସିଦ୍ଧିବିନାୟକ ମନ୍ଦିର ଖୋଲିବା ନେଇ ଅନୁମତି ମିଳିଥିବା ମନ୍ଦିର ଟ୍ରଷ୍ଟି ଆଦେଶ ବନ୍ଦେକର ସୂଚନା ଦେଇଛନ୍ତି। ତେବେ ଏ ନେଇ ଏକ ବୈଠକ ବସିବା ପରେ ସୋମବାର ମନ୍ଦିର ଖୋଲିବା ନେଇ ନିଷ୍ପତ୍ତି ନିଆଯାଇଛି ବୋଲି ବିନ୍ଦେକର ସୂଚନା ଦେଇଛନ୍ତି।

Advertisment

ମାର୍ଚ୍ଚ ୧୭ ତାରିଖ ଠାରୁ ରାଜ୍ୟରେ ସମସ୍ତ ଧାର୍ମିକ ସ୍ଥଳୀ ବନ୍ଦ ରହିଥିଲା। କରୋନା ପାଇଁ ଲକ୍‌ଡାଉନ୍‌ କରାଯାଇଥିବାରୁ ଏସବୁକୁ ବନ୍ଦ କରିଦେଇଥିଲେ ରାଜ୍ୟ ସରକାର।

ଧାର୍ମିକ ସ୍ଥଳ ଖୋଲିବା ନେଇ ରାଜ୍ୟ ସରକାରଙ୍କୁ ଘେରିଥିଲା ବିରୋଧୀ ବିଜେପି। ଏନେଇ ଦଳ ପକ୍ଷରୁ ରାଜ୍ୟରେ ଥିବା ସିଦ୍ଧି ବିନାୟକଙ୍କ ସମେତ କେତେକ ପ୍ରମୁଖ ମନ୍ଦିର ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲା। ଏନେଇ ମହାରାଷ୍ଟ୍ର ରାଜ୍ୟପାଳ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଥିଲେ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles: