Advertisment

ଯନ୍ତ୍ରଣାର ଅନ୍ତ ନାହିଁ : ଟ୍ରକ ଧକ୍କାରେ ପୁଣି ୫ ଶ୍ରମିକଙ୍କ ମୃତ୍ୟୁ

ଭୋପାଲ: ଆଜି ଗୋଟିଏ ଦିନରେ ଏହା ହେଉଛି ତୃତୀୟ ଟ୍ରକ ଦୁର୍ଘଟଣା । ଏହି ଦୁର୍ଘଟଣାରେ ଚାଲି ଯାଇଛି ପୁଣି ୫ ଶ୍ରମିକଙ୍କ ଜୀବନ।  ଘଟଣାଟି ମଧ୍ୟପ୍ରଦେଶର ସାଗର ଅଞ୍ଚଳରେ ଘଟିଛି। ମଧ୍ୟପ୍ରଦେଶର ଦଲବତପୁରରୁ ଶ୍ରମିକମାନଙ୍କୁ ନେଇ ଏକ ଟ୍ରକ୍‌  ଛତ୍ରପୁର ଅଭିମୁଖେ ଯାଉଥିବାବେଳେ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହି ଦୁର୍ଘଟଣାରେ ୫ଜଣ ଶ୍ରମିକଙ୍କର ମୃତ୍ୟୁ ଘଟିଥିବାବେଳେ ୨୦ ଜଣ ଶ୍ରମିକ ଗୁରୁତର ଭାବେ ଆହାତ ହୋଇଛନ୍ତି। ଖବର ପାଇ ଘଟଣା ସ୍ଥଳରେ ପ୍ରଶାସନିକ ଅଧିକାରୀମାନେ ପହଞ୍ଚି ଉଦ୍ଧାର […]

ଯନ୍ତ୍ରଣାର ଅନ୍ତ ନାହିଁ : ଟ୍ରକ ଧକ୍କାରେ ପୁଣି ୫ ଶ୍ରମିକଙ୍କ ମୃତ୍ୟୁ

truck

Advertisment

ଭୋପାଲ: ଆଜି ଗୋଟିଏ ଦିନରେ ଏହା ହେଉଛି ତୃତୀୟ ଟ୍ରକ ଦୁର୍ଘଟଣା । ଏହି ଦୁର୍ଘଟଣାରେ ଚାଲି ଯାଇଛି ପୁଣି ୫ ଶ୍ରମିକଙ୍କ ଜୀବନ।  ଘଟଣାଟି ମଧ୍ୟପ୍ରଦେଶର ସାଗର ଅଞ୍ଚଳରେ ଘଟିଛି। ମଧ୍ୟପ୍ରଦେଶର ଦଲବତପୁରରୁ ଶ୍ରମିକମାନଙ୍କୁ ନେଇ ଏକ ଟ୍ରକ୍‌  ଛତ୍ରପୁର ଅଭିମୁଖେ ଯାଉଥିବାବେଳେ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହି ଦୁର୍ଘଟଣାରେ ୫ଜଣ ଶ୍ରମିକଙ୍କର ମୃତ୍ୟୁ ଘଟିଥିବାବେଳେ ୨୦ ଜଣ ଶ୍ରମିକ ଗୁରୁତର ଭାବେ ଆହାତ ହୋଇଛନ୍ତି। ଖବର ପାଇ ଘଟଣା ସ୍ଥଳରେ ପ୍ରଶାସନିକ ଅଧିକାରୀମାନେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି।

Advertisment

ଆଜି ସକାଳେ ଉତ୍ତରପ୍ରଦେଶର ଔରେୟାରେ ଟ୍ରକ ଦୁର୍ଘଟଣାରେ ୨୪ ଶ୍ରମିକଙ୍କ ଜୀବନ ଯାଇଥିଲାବେଳେ ଏହାକୁ ମିଶାଇ ଦିନକରେ ୨୯ ଶ୍ରମିକଙ୍କର ଦୁର୍ଘଟଣାରେ ମୃତ୍ୟୁ ଘଟିଛି।

ଖବର ଅନୁଯାୟୀ, ମଧ୍ୟପ୍ରଦେଶର ସାଗର ଅଞ୍ଚଳରୁ ପ୍ରବାସୀ ଶ୍ରମିକଙ୍କୁ ନେଇ ଛତ୍ରପୁର ଅଭିମୁଖେ ଯାଉଥିଲା ଏହି ଟ୍ରକ।  ବାଟରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଏଥିରେ ୨୦ ଜଣ ଗୁରୁତର ହୋଇଥିବା ୫ ଜଣଙ୍କର ମୃତ୍ୟୁ ଘଟିଥିଲା। ଆହତ ଲୋକମାନଙ୍କୁ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଘଟଣାର ଖବର ପାଇ ଉଭୟ ସାଗର ଓ ଛତ୍ରପୁର ଜିଲ୍ଲାର ପୋଲିସ ଫୋର୍ସ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି।

Advertisment

ଆଜି ଗୋଟିଏ ଦିନରେ ଏହା ହେଉଛି ତୃତୀୟ ଟ୍ରକ ଦୁର୍ଘଟଣା। ସକାଳୁ ଏକ ବଡ ଦୁର୍ଘଟଣା ଉତ୍ତରପ୍ରଦେଶର ଔରେୟାରେ ଜିଲ୍ଲାରେ ଘଟିଥିଲା। ରାତି ୩.୩୦ ସମୟରେ ରାସ୍ତା କଡରେ ପାର୍କିଂ କରୁଥିବା ଶ୍ରମିକ ବୋଝେଇ ଏକ ଟ୍ରକ ଅନ୍ୟ ଏକ ଟ୍ରକକୁ ଧକ୍କା ଦେଇଥିଲା। ଏହି ଘଟଣାରେ ୨୪ ଜଣ ଶ୍ରମିକଙ୍କର ମୃତ୍ୟୁ ଘଟିଥିବାବେଳେ ୧୫ ରୁ ୨୦ ଜଣ ଶ୍ରମିକ ଗୁରୁତର ଭାବେ ଆହାତ ହୋଇଛନ୍ତି।

ଦ୍ୱିତୀୟ ଟ୍ରକ ଦୁର୍ଘଟଣା ଘଟିଛି ମହାରାଷ୍ଟ୍ର ତେଲେଙ୍ଗାନା ସୀମାରେ ଜାତୀୟ ରାଜପଥ ୪୪ ରେ ।  ଟ୍ରକ୍‌ଟି ୭୦ ଶ୍ରମିକଙ୍କୁ ନେଇଯାଉଥିବାବେଳେ ରାତି ପ୍ରାୟ ୩.୩୦ ସମୟରେ ଓଲଟି ପଡିଥିଲା। ଏହି ଘଟଣାରେ ୨୦ ଜଣ ଶ୍ରମିକ ଗୁରୁତର ହୋଇଥିଲେ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ