shivraj chauhan
ଭୋପାଳ: ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ କରୋନାରେ ଆକ୍ରାନ୍ତ ହୋଇଛନ୍ତି। କରୋନା ପଜିଟିଭ ନେଇ ଟ୍ୱିଟ୍ କରି ନିଜେ ଶିବରାଜ ଏହା ଜଣାଇଛନ୍ତି। ନିଜର ସହଯୋଗୀମାନଙ୍କୁ ମଧ୍ୟ କରୋନା ଟେଷ୍ଟ କରିବାକୁ ସେ କହିଛନ୍ତି।
/odishatv-khabar/media/post_attachments/wp-content/uploads/2020/07/EdwKa-JVAAAO-N7.jpg)
“ମୋର କରୋନା ଲକ୍ଷଣ ଥିଲା, ଟେଷ୍ଟ ପରେ ରିପୋର୍ଟ ପଜିଟିଭ ଆସିଛି। ମୋ ସଂସ୍ପର୍ଶରେ ଯେଉଁମାନେ ଆସିଛନ୍ତି, ସେମାନେ କରୋନା ଟେଷ୍ଟ କରାନ୍ତୁ। ନିକଟ ସଂପର୍କୀୟ କ୍ୱାରେଣ୍ଟିନ୍ରେ ଯାଆନ୍ତୁ” ଶିବରାଜ ଟ୍ୱିଟ୍ କରି କହିଛନ୍ତି।
ଶିବରାଜ ସିଂ ଆହୁରି କହିଛନ୍ତି, ମୁଁ ମାର୍ଚ୍ଚ ୨୫ରୁ ପ୍ରତ୍ୟେକ ଦିନ ସନ୍ଧ୍ୟାରେ କରୋନା ସ୍ଥିତିକୁ ନେଇ ସମୀକ୍ଷା ବୈଠକ କରି ଆସୁଛି। ଏବେ ଯଥାସମ୍ଭବ ମୁଁ ଭିଡିଓ କନ୍ଫରେନ୍ସିଂ ମାଧ୍ୟମରେ କରୋନା ସମୀକ୍ଷା ବୈଠକ କରିବା ପାଇଁ ପ୍ରାୟାସ କରିବି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/shivraj-chauhan_1625520453.jpg)