Advertisment

କରୋନା କାଳରେ ସାମୁହିକ ଇସ୍ତଫା ଦେଲା ୩୦୦୦ ଜୁନିୟର ଡାକ୍ତର

ଭୋପାଳ : କରୋନା ଓ ବ୍ଲାକ୍ ଫଙ୍ଗସ୍ ସଙ୍କଟ କାଳରେ ୩୦୦୦ ଡାକ୍ତର ଏକକାଳୀନ ସାମୁହିକ ଇସ୍ତଫା ଦେଇଛନ୍ତି । ତିନି ଦିନର ଧର୍ମଘଟ ପରେ ଦାବି ପୂରଣ ନହେବାରୁ କାମ କରିବାକୁ ମନା କରିଦେଇଛନ୍ତି ଡାକ୍ତର । ତେବେ ମାମଲା…

ଅଦ୍ୟତନ ହୋଇଛି
କରୋନା କାଳରେ ସାମୁହିକ ଇସ୍ତଫା ଦେଲା ୩୦୦୦ ଜୁନିୟର ଡାକ୍ତର

doctor

Advertisment

ଭୋପାଳ : କରୋନାବ୍ଲାକ୍ ଫଙ୍ଗସ୍ ସଙ୍କଟ କାଳରେ ୩୦୦୦ ଡାକ୍ତର ଏକକାଳୀନ ସାମୁହିକ ଇସ୍ତଫା ଦେଇଛନ୍ତି । ତିନି ଦିନର ଧର୍ମଘଟ ପରେ ଦାବି ପୂରଣ ନହେବାରୁ କାମ କରିବାକୁ ମନା କରିଦେଇଛନ୍ତି ଡାକ୍ତର । ତେବେ ମାମଲା କୋର୍ଟରେ ପହଞ୍ଚିଥିବା ବେଳେ ହାଇକୋର୍ଟ ୨୪ ଘଣ୍ଟା ମଧ୍ୟରେ ସମସ୍ତଙ୍କୁ କାମକୁ ଫେରିବାକୁ ନିର୍ଦ୍ଦେଶ ଦେଇଥିଲେ । ହେଲେ ଡାକ୍ତରଖାନାକୁ ନଫେରି ଦାବି ପୂରଣ ନହେବା ଯାଏ କାମକୁ ଫେରିବେନି ବୋଲି ସଫା ସଫା ଶୁଣାଇବା ସହ ସାମୁହିକ ଇସ୍ତାଫା ଦେଇଛନ୍ତି ୩୦୦୦ ଡାକ୍ତର ।

Advertisment

ମଧ୍ୟପ୍ରଦେଶ ଜୁନିଅର ଡାକ୍ତର ସଂଘ (ଜୁଡା )ର ସଭାପତି ଅରବିନ୍ଦ ମୀନା କହିଛନ୍ତି, ରାଜ୍ୟର ୬ଟି ମେଡିକାଲ କଲେଜର ପ୍ରାୟ ୩୦୦୦ ଜୁନିୟର ଡାକ୍ତର ସାମୂହିକ ଇସ୍ତଫା ଦେଇଛନ୍ତି। ଜୁନିଅର ଡାକ୍ତରମାନେ ତିନି ଦିନ ଧରି ଧର୍ମଘଟ କରିଥିଲେ ଓ ଦାବି ପୂରଣ ପାଇଁ କାମ ବନ୍ଦ କରି ଦେଇଥିଲେ। ଦରମା ବୃଦ୍ଧି ତଥା କରୋନା ସଂକ୍ରମିତ ହେଲେ ତାଙ୍କୁ ଓ ତାଙ୍କ ପରିବାରକୁ ମାଗଣା ଚିକିତ୍ସା କରିବାକୁ ସରକାରଙ୍କ ନିକଟରେ ଦାବି ଜଣାଇଥିଲେ । ତେବେ ଧର୍ମଘଟ ଜାରି ରଖିଲେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ବୋଲି ଜୁନିଅର ଡାକ୍ତରମାନଙ୍କୁ ଚେତାବନୀ ଦେଇଥିଲେ ରାଜ୍ୟ ସରକାର।

ଏହାପୂର୍ବରୁ ଗୁରୁବାର ମଧ୍ୟପ୍ରଦେଶ ହାଇକୋର୍ଟ ଜୁନିଅର ଡାକ୍ତରଙ୍କ ଧର୍ମଘଟକୁ ବେଆଇନ ଘୋଷଣା କରିଥିଲେ। ୨୪ ଘଣ୍ଟା ମଧ୍ୟରେ ଶୀଘ୍ର କାର୍ଯ୍ୟକୁ ଫେରିବାକୁ ହାଇକୋର୍ଟ ନିର୍ଦ୍ଦେଶ ମଧ୍ୟ ଦେଇଥିଲେ । ୨୪ ଘଣ୍ଟା ମଧ୍ୟରେ କାମରେ ଯୋଗ ନଦେଲେ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ କୋର୍ଟ । ରାଜ୍ୟ ସରକାର ଜୁନିୟର ଡାକ୍ତରଙ୍କ ଅଧିକାଂଶ ଦାବିକୁ ଗ୍ରହଣ କରି ନେଇଛନ୍ତି । କରୋନା ସଂକ୍ରମିତ ଡାକ୍ତର ଓ ପରିବାର ବର୍ଗକୁ ନିଶୁଳ୍କ ଚିକିତ୍ସା ସୁବିଧା ଯୋଗାଇ ଦିଆଯିବ ବୋଲି କୋର୍ଟରେ କହିଛନ୍ତି ରାଜ୍ୟ ସରକାର । ସେପଟେ ଭୋପାଳରେ ମଧ୍ୟ ଜୁନିୟର ଡାକ୍ତରମାନେ ଆନ୍ଦୋଳନ ଜାରି ରଖିଥିବା ବେଳେ ଇସ୍ତଫା ଦେବେ ବୋଲି ଘୋଷଣା କରିଛନ୍ତି।

Advertisment
Corona Breaking News
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ