Advertisment

୧୦୩ ବର୍ଷୀୟା କ୍ୟାନ୍ସର ପୀଡ଼ିତା ବୃଦ୍ଧା କରୋନାକୁ ଦେଲେ ମାତ୍‌

ଭୋପାଳ: ମଧ୍ୟପ୍ରଦେଶର ଖାର୍ଗୋନ୍ ଜିଲ୍ଲାରେ ୧୦୩ ବର୍ଷର ଜଣେ ବୃଦ୍ଧା କରୋନାକୁ ମାତ୍‌ ଦେଇଛନ୍ତି। ବୃଦ୍ଧା ଜଣଙ୍କ ଆଗରୁ ଗର୍ଭାଶୟ କ୍ୟାନ୍ସର ରୋଗରେ ପୀଡ଼ିତ ମଧ୍ୟ ଥିଲେ। ଚିକିତ୍ସିତ ହେଉଥିବା ବୃଦ୍ଧାଙ୍କ ଡାକ୍ତରଙ୍କ କହିବା ଅନୁଯାୟୀ, ‘ବଦୱା ସହରରେ ରହୁଥିବା ବୃଦ୍ଧା ରୁକ୍ମିଣୀ ଚୌହାନ ଗତ ଜୁଲାଇ ୨୧ରେ କରୋନା ଭାଇରସରେ ଆକ୍ରାନ୍ତ ହୋଇଥିଲେ। କିନ୍ତୁ ବୃଦ୍ଧାଙ୍କ ଶରୀରରେ ମହାମାରୀର କୌଣସି ଲକ୍ଷଣ ଦେଖାଯାଇନଥିଲା। ଏନେଇ ବୃଦ୍ଧାଙ୍କୁ ଚିକିତ୍ସା ପାଇଁ ହୋମ୍‌ ଆଇସୋଲେସନ୍‌ରେ ରଖା ଯାଇଥିଲା।’ ରୁକ୍ମିଣୀଙ୍କ […]

ଅଦ୍ୟତନ ହୋଇଛି
୧୦୩ ବର୍ଷୀୟା କ୍ୟାନ୍ସର ପୀଡ଼ିତା ବୃଦ୍ଧା କରୋନାକୁ ଦେଲେ ମାତ୍‌

corona

Advertisment

ଭୋପାଳ: ମଧ୍ୟପ୍ରଦେଶର ଖାର୍ଗୋନ୍ ଜିଲ୍ଲାରେ ୧୦୩ ବର୍ଷର ଜଣେ ବୃଦ୍ଧା କରୋନାକୁ ମାତ୍‌ ଦେଇଛନ୍ତି। ବୃଦ୍ଧା ଜଣଙ୍କ ଆଗରୁ ଗର୍ଭାଶୟ କ୍ୟାନ୍ସର ରୋଗରେ ପୀଡ଼ିତ ମଧ୍ୟ ଥିଲେ। ଚିକିତ୍ସିତ ହେଉଥିବା ବୃଦ୍ଧାଙ୍କ ଡାକ୍ତରଙ୍କ କହିବା ଅନୁଯାୟୀ, ‘ବଦୱା ସହରରେ ରହୁଥିବା ବୃଦ୍ଧା ରୁକ୍ମିଣୀ ଚୌହାନ ଗତ ଜୁଲାଇ ୨୧ରେ କରୋନା ଭାଇରସରେ ଆକ୍ରାନ୍ତ ହୋଇଥିଲେ। କିନ୍ତୁ ବୃଦ୍ଧାଙ୍କ ଶରୀରରେ ମହାମାରୀର କୌଣସି ଲକ୍ଷଣ ଦେଖାଯାଇନଥିଲା। ଏନେଇ ବୃଦ୍ଧାଙ୍କୁ ଚିକିତ୍ସା ପାଇଁ ହୋମ୍‌ ଆଇସୋଲେସନ୍‌ରେ ରଖା ଯାଇଥିଲା।’

Advertisment

ରୁକ୍ମିଣୀଙ୍କ ପରିବାର ସଦସ୍ୟଙ୍କ କହିବା ଅନୁଯାୟୀ, ତାଙ୍କର ବୟସ ୧୦୩ ବର୍ଷ। ସେ ଗତ ପାଞ୍ଚବର୍ଷ ଧରି ଗର୍ଭାଶୟ କ୍ୟାନ୍ସରରେ ପୀଡିତ ଥିଲେ। ଏନେଇ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଉପରେ ନଜର ରଖା ଯାଉଥିଲା। ‘ବିଏମ୍‌ଓଙ୍କ କହିବା ଅନୁଯାୟୀ ବୃଦ୍ଧା ଜଣଙ୍କ ଯେତେବେଳେ କରୋନାରେ ଆକ୍ରାନ୍ତ ହୋଇଥିଲେ, ସେତେବେଳେ ତାଙ୍କ ଶରୀରରେ କୌଣସି କରୋନା ଲକ୍ଷଣ ଦେଖା ଯାଇନଥିଲା। ଏନେଇ ତାଙ୍କୁ ନିଜ ଘରେ ହୋମ୍‌ ଆଇସୋଲେସନ୍‌ରେ ୧୪ ଦିନ ରଖା ଯାଇଥିଲା।

ବୃଦ୍ଧାଙ୍କୁ କୋଭିଡ-୧୯ ମେଡିସିନ୍‌ ଦେବା ସହିତ ଆୟୁର୍ବେଦିକ କାଢ଼ା ମଧ୍ୟ ଦିଆଯାଉଥିଲା। ଏମିତିକି ତାଙ୍କ ଶରୀରରେ ଅମ୍ଳଜାନର ସ୍ତର, ତାପମାତ୍ରା ଓ ସ୍ୱାସ୍ଥ୍ୟ ସମ୍ୱନ୍ଧୀୟ ଅନେକ ଚିକିତ୍ସା ନିୟମିତ ବ୍ୟବଧାନରେ ଯାଞ୍ଚ କରାଯାଉଥିଲା। ନିୟମ ଅନୁଯାୟୀ ବୃଦ୍ଧାଙ୍କର ପୁନଃ କୋଭିଡ୍ ଟେଷ୍ଟ ଗତକାଲି କରାଯାଇଥିଲା। ତେବେ ବୃଦ୍ଧାଙ୍କ ରିପୋର୍ଟ ନେଗେଟିଭ୍‌ ଆସିଥିଲା। ଏପର୍ଯ୍ୟନ୍ତ ସୁଦ୍ଧା ତାଙ୍କ ଭିତରେ ଏହି ମହାମାରୀ ସମ୍ୱନ୍ଧୀୟ କୌଣସି ସମସ୍ୟା ଦେଖାଯାଇ ନାହିଁ।

Advertisment

ଖବର ଅନୁଯାୟୀ, ବଦୱା ନିକଟରେ ଥିବା ଏକ ମଦ କାରଖାନାରେ କାମ କରୁଥିବା ବୃଦ୍ଧାଙ୍କ ନାତି ଗତ ମାସରେ କରୋନା ଭାଇରସରେ ସଂକ୍ରମିତ ହୋଇଥିଲେ। ଏଭଳି ପରିସ୍ଥିତିରେ ନାତିଙ୍କ ସଂସ୍ପର୍ଶରେ ଆସି ବୃଦ୍ଧା ଜଣଙ୍କ ଏହି ମହାମାରୀରେ ଆକ୍ରାନ୍ତ ହୋଇଥିବା କୁହାଯାଉଛି। ପୂର୍ବରୁ ଇନ୍ଦୋରରେ ଜଣେ ୯୫ ବର୍ଷର ବୃଦ୍ଧା ଗତ ମେ’ ମାସରେ କରୋନା ମହାମାରୀକୁ ପରାସ୍ତ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ