Advertisment

ଏଥର ଜନ୍ମାଷ୍ଟମୀରେ କୃଷ୍ଣ ପିନ୍ଧିଥିଲେ ପିପିଇ କିଟ୍ ଓ ମାସ୍କ

ବାରାଣାସୀ : କରୋନା ଭାଇରସ ଯୋଗୁ ଏଥର ଜନ୍ମାଷ୍ଟମୀ ଫିକା ପଡ଼ିଯାଇଛି। ମୁଣ୍ଡରେ କରୋନାରୁ ରକ୍ଷା ପାଇବା ପାଇଁ ପଗଡ଼ି, ଶରୀରରେ ପିପିଇ କିଟ୍ ଓ ମୁହଁରେ ମାସ୍କ। ଜନ୍ମାଷ୍ଟମୀରେ ଏଭଳି ଭାବେ ସଜେଇ ହୋଇଥିଲେ ଭଗବାନ କୃଷ୍ଣ। ଏମିତି ଦୃଶ୍ୟ ଦେଖିବାକୁ ମିଳିଛ ବାରାଣାସୀର ଏକ ମନ୍ଦିରରେ। କରୋନା ସମାଜ ତଥା ଆମର ଦୈନଦିନ ଜୀବନ ଶୈଳୀରେ ମଧ୍ୟ ପ୍ରଭାବ ପକାଇଛି। ସେଥିପାଇଁ ଜନ୍ମାଷ୍ଟମୀରେ ଭଗବାନ କୃଷ୍ଣଙ୍କୁ ପିନ୍ଧାଇବା ପାଇଁ ଛୋଟ ଛୋଟ ମାସ୍କ ,ପିପିଇ […]

ଅଦ୍ୟତନ ହୋଇଛି
ଏଥର ଜନ୍ମାଷ୍ଟମୀରେ କୃଷ୍ଣ ପିନ୍ଧିଥିଲେ ପିପିଇ କିଟ୍ ଓ ମାସ୍କ

krisna

Advertisment

ବାରାଣାସୀ : କରୋନା ଭାଇରସ ଯୋଗୁ ଏଥର ଜନ୍ମାଷ୍ଟମୀ ଫିକା ପଡ଼ିଯାଇଛି। ମୁଣ୍ଡରେ କରୋନାରୁ ରକ୍ଷା ପାଇବା ପାଇଁ ପଗଡ଼ି, ଶରୀରରେ ପିପିଇ କିଟ୍ ଓ ମୁହଁରେ ମାସ୍କ। ଜନ୍ମାଷ୍ଟମୀରେ ଏଭଳି ଭାବେ ସଜେଇ ହୋଇଥିଲେ ଭଗବାନ କୃଷ୍ଣ। ଏମିତି ଦୃଶ୍ୟ ଦେଖିବାକୁ ମିଳିଛ ବାରାଣାସୀର ଏକ ମନ୍ଦିରରେ। କରୋନା ସମାଜ ତଥା ଆମର ଦୈନଦିନ ଜୀବନ ଶୈଳୀରେ ମଧ୍ୟ ପ୍ରଭାବ ପକାଇଛି। ସେଥିପାଇଁ ଜନ୍ମାଷ୍ଟମୀରେ ଭଗବାନ କୃଷ୍ଣଙ୍କୁ ପିନ୍ଧାଇବା ପାଇଁ ଛୋଟ ଛୋଟ ମାସ୍କ ,ପିପିଇ କିଟ୍ ଓ କରୋନା ମୁକୁଟ ଲୋକମାନଙ୍କର ପ୍ରଥମ ପସନ୍ଦ ହୋଇଥିଲା।

Advertisment

9h6o3ig

ଏନେଇ ଜଣେ ଦୋକାନୀ କହିଛନ୍ତି ଯେ ‘ଜନ୍ମାଷ୍ଟମୀରେ ଲୋକମାନଙ୍କୁ ମାସ୍କ, ପିପିଇ କିଟ୍‌ ଓ କରୋନା ମୁକୁଟ ବହୁତ ଆକର୍ଷିତ କରିଛି। ଆମ ପାଖରେ ଅନେକ ଜିନିଷ ଅଛି, କିନ୍ତୁ ଏଥର ଆମେ କିଛି କରୋନା ସାମଗ୍ରୀକୁ ସାମିଲ କରିଛୁ। ଏହା ଦ୍ୱାରା ଆମେ  ପ୍ରଭୁ କୃଷ୍ଣଙ୍କୁ  ସମାଜର ବାର୍ତ୍ତା ପହଞ୍ଚାଇବାକୁ ଚେଷ୍ଟା କରିଛୁ, ଯେମିତି ସାଧାରଣ ଜନତା ମାସ୍କ ଓ ଗ୍ଲୋଭସ୍‌କୁ ବ୍ୟବହାର କରିବେ।

ଜଣେ ଭକ୍ତଙ୍କ କହିବା ଅନୁଯାୟୀ, ଆମେ ପ୍ରତିବର୍ଷ ଜନ୍ମାଷ୍ଟମୀ ପାଳନ କରିଥାଉ। କିନ୍ତୁ ଚଳିତ ବର୍ଷ କରୋନା ଯୋଗୁ ଫିକା ପଡ଼ିଯାଇଛି। ଏଥର ଭଗବାନ କରୋନା ମୁକୁଟ, ପିପିଇ କିଟ୍ ଓ ମାସ୍କରେ ଆଚ୍ଛାଦିତ ହୋଇଛନ୍ତି। ଏହାର ଅର୍ଥ ହେଉଛି ମହାମାରୀରୁ ରକ୍ଷା ପାଇବା ପାଇଁ ଭଗବାନଙ୍କ ମାଧ୍ୟମରେ ଜନସାଧାରଣଙ୍କୁ ସଚେତନ କରାଯାଉଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ