9
ନୂଆଦିଲ୍ଲୀ: ଷଷ୍ଠ ପର୍ଯ୍ୟାୟରେ ଦିଲ୍ଲୀର ସମସ୍ତ ୭ଟି ଯାକ ଆସନରେ ଆଜି ମତଦାନ ଚାଲିଛି। ଗଣତନ୍ତ୍ରର ଏହି ମହାପର୍ବରେ ସାଧାରଣ ଓ ଭିଆଇପି ଭୋଟର ସାମିଲ ହୋଇ ମତାଧିକାର ସାବ୍ୟସ୍ତ କରୁଛନ୍ତି।
ଆଜି ଭୋରରୁ ଭୋଟ୍ ଦେଇଛନ୍ତି ପୂର୍ବ ଦିଲ୍ଲୀରୁ ପ୍ରତିଦ୍ୱନ୍ଦିତା କରୁଥିବା ଗୌତମ ଗମ୍ଭୀର। ପୁରୁଣା ରାଜେନ୍ଦ୍ର ନଗରର ଏକ ବୁଥ୍କୁ ଯାଇ ସେ ନିଜ ମତାଧିକାର ସାବ୍ୟସ୍ତ କରିଛନ୍ତି।
/odishatv-khabar/media/post_attachments/wp-content/uploads/2019/05/7-4.jpg)
ସେହିଭଳି ଟିମ୍ ଇଣ୍ଡିଆ କ୍ୟାପ୍ଟେନ୍ ବିରାଟ କୋହଲି ହରିୟାଣାର ଗୁରଗ୍ରାମର ଏକ ମତଦାନ କେନ୍ଦ୍ରରେ ମତାଧିକାର ସାବ୍ୟସ୍ତ କରିଛନ୍ତି। ସେହିପରି ମଧ୍ୟପ୍ରଦେଶରେ ବିଜେପିର ସାଧ୍ୱୀ ପ୍ରଜ୍ଞା ସିଂ ଠାକୁର ଏବଂ କଂଗ୍ରେସର ଜ୍ୟୋତିରାଦିତ୍ୟ ସିନ୍ଧିଆ ନିଜନିଜ ମତଦାନ ସାବ୍ୟସ୍ତ କରିଛନ୍ତି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/9-5_1626429747.jpg)