Advertisment

ପାଲଘର ପରେ ନାନ୍ଦେଡ଼ରେ ପୁଣି ଜଣେ ସାଧୁଙ୍କୁ ହତ୍ୟା

ନାନ୍ଦେଡ: ମହାରାଷ୍ଟ୍ରର ପାଲ୍‌ଘରରେ ସାଧୁଙ୍କ ହତ୍ୟା ପରେ ଏବେ ନାନ୍ଦେଡରେ ଲିଙ୍ଗାୟତ ସମ୍ପ୍ରଦାୟର ଜଣେ ସାଧୁଙ୍କୁ ହତ୍ୟା କରାଯାଇଛି।  ହତ୍ୟା କରାଯାଇଥିବା ସାଧୁଙ୍କ ନାଁ ରୁଦ୍ର ପଶୁପତି ମହାରାଜ। ପୋଲିସର କହିବା ଅନୁଯାୟୀ, ଲିଙ୍ଗାୟତ ସମ୍ପ୍ରଦାୟର ସାଇନାଥ ରାମ ନାମକ ଜଣେ ବ୍ୟକ୍ତି ସାଧୁଙ୍କୁ ହତ୍ୟା କରିଛନ୍ତି। ସାଧୁଙ୍କ ବ୍ୟତୀତ କିଛି ଦୂରରେ ଅନ୍ୟ ଏକ ବ୍ୟକ୍ତିଙ୍କୁ ମଧ୍ୟ ହତ୍ୟା କରାଯାଇଛି। ସେ ଅଭିଯୁକ୍ତ ସାଇନାଥଙ୍କ ସାଙ୍ଗ ବୋଲି ପୋଲିସ ଅନୁମାନ କରୁଛି। ଖବର ଅନୁଯାୟୀ, ଗତକାଲି […]

ପାଲଘର ପରେ ନାନ୍ଦେଡ଼ରେ ପୁଣି ଜଣେ ସାଧୁଙ୍କୁ ହତ୍ୟା

sadhu

Advertisment

ନାନ୍ଦେଡ: ମହାରାଷ୍ଟ୍ରର ପାଲ୍‌ଘରରେ ସାଧୁଙ୍କ ହତ୍ୟା ପରେ ଏବେ ନାନ୍ଦେଡରେ ଲିଙ୍ଗାୟତ ସମ୍ପ୍ରଦାୟର ଜଣେ ସାଧୁଙ୍କୁ ହତ୍ୟା କରାଯାଇଛି।  ହତ୍ୟା କରାଯାଇଥିବା ସାଧୁଙ୍କ ନାଁ ରୁଦ୍ର ପଶୁପତି ମହାରାଜ।

Advertisment

ପୋଲିସର କହିବା ଅନୁଯାୟୀ, ଲିଙ୍ଗାୟତ ସମ୍ପ୍ରଦାୟର ସାଇନାଥ ରାମ ନାମକ ଜଣେ ବ୍ୟକ୍ତି ସାଧୁଙ୍କୁ ହତ୍ୟା କରିଛନ୍ତି। ସାଧୁଙ୍କ ବ୍ୟତୀତ କିଛି ଦୂରରେ ଅନ୍ୟ ଏକ ବ୍ୟକ୍ତିଙ୍କୁ ମଧ୍ୟ ହତ୍ୟା କରାଯାଇଛି। ସେ ଅଭିଯୁକ୍ତ ସାଇନାଥଙ୍କ ସାଙ୍ଗ ବୋଲି ପୋଲିସ ଅନୁମାନ କରୁଛି।

publive-image

ଖବର ଅନୁଯାୟୀ, ଗତକାଲି ରାତି ୧୨ଟାରୁ ୧୨.୩୦ ମଧ୍ୟରେ ସାଧୁଙ୍କୁ ହତ୍ୟା  କରାଯାଇଛି। ପାରିପାର୍ଶ୍ୱିକ ଚିତ୍ରରୁ ଯାହା ଜଣାପଡ଼ୁଛି ଅଭିଯୁକ୍ତ ଜଣକ ଗେଟ୍‌ ଭାଙ୍ଗି ଭିତରକୁ ପ୍ରବେଶ କରିନଥିଲା। ବରଂ ଭିତରପଟୁ ଗେଟ୍‌ଟି ଖୋଲା ଯାଇଥିଲା। ସାଧୁଙ୍କୁ ହତ୍ୟା କରିବା ପରେ ସାଇନାଥ ମୃତଦେହକୁ କେଉଁଠି ଲୁଚାଇବାକୁ ଚେଷ୍ଟା ମଧ୍ୟ କରିଥିଲା। ଶେଷରେ ନିଜ କାର୍‌ରେ ମୃତଦେହକୁ  ନେବାକୁ ଚେଷ୍ଟା କରୁଥିବାବେଳେ କାର୍‌ଟି ଗେଟ୍‌ରେ ଫସି ଯାଇଥିଲା। ପରେ କାର୍‌ଟିର ଶବ୍ଦ ହୋଇଥିଲା।ଆଶ୍ରମରେ ସେବା କରୁଥିବା ଦୁଇଜଣ ବ୍ୟକ୍ତି ଛାତ ଉପରେ ଶୋଇଥିଲେ। ଶବ୍ଦ ଶୁଣି ସେମାନେ ଉଠି ପଡିଥିଲେ। ଦୁହେଁ ଅଭିଯୁକ୍ତକୁ ଧରିବାକୁ ଚେଷ୍ଟା କରିଥିଲେ ମଧ୍ୟ ଅଭିଯୁକ୍ତ ଜଣଙ୍କ ସେଠାରୁ ଖସି ପଳାଇବାରେ ସଫଳ ହୋଇଥିଲା।

Advertisment

ଅନ୍ୟପକ୍ଷେ ସେହିଦିନ  ଜିଲ୍ଲା ସ୍କୁଲ ନିକଟରେ ଆଉ ଜଣେ ବ୍ୟକ୍ତିଙ୍କର ମୃତ ଦେହ ପଡିଥିଲା। ମୃତକଙ୍କ ନାଁ ଭଗବାନ ରାମ ସିନ୍ଦେ। ରାମ ସିନ୍ଦେ ହେଉଛନ୍ତି ଅଭିଯୁକ୍ତ ସାଇନାଥ ସାଙ୍ଗ। ଅଭିଯୁକ୍ତ ଜଣଙ୍କ ମଧ୍ୟ ଲିଙ୍ଗାୟତ ସମ୍ପ୍ରଦାୟର। ଅଭିଯୁକ୍ତ ଜଣଙ୍କ କ’ଣ ପାଇଁ ସାଧୁ ଓ ନିଜ ସାଙ୍ଗକୁ ହତ୍ୟା କରିଛନ୍ତି, ସେନେଇ ପୋଲିସ ଘଟଣାର ତଦନ୍ତ କରୁଥିବା ଜଣାପଡିଛି। କୁହାଯାଉଛି ଯେ ସାଧୁ ମହାରାଜ ୨୦୦୮ ମସିହାରୁ ନିର୍ବାଣୀ ମଠ ପ୍ରତିଷ୍ଠାନକୁ ଆସିଥିଲେ। ଏହି ମଠଟି ଶହେ ବର୍ଷର ପୂରୁଣା ମଠ ବୋଲି କୁହାଯାଉଛି।

ଅନ୍ୟପଟେ ମନ୍ତ୍ରୀ ଅଶୋକ ଚହ୍ୱାନ ଏହି ଘଟାଣକୁ ନିନ୍ଦା କରିଛନ୍ତି। ଏହି ଘଟଣାରେ ଅଭିଯୁକ୍ତଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସେ ପୋଲିସକୁ ନିର୍ଦ୍ଦେଶ ଦେଇଛନ୍ତି। ଏହା ବ୍ୟତୀତ ସିଏମ୍‌ ଉଦ୍ଧବ ଠାକରେ ମଧ୍ୟ ଘଟଣାକୁ ଗୁରୁତର ଭାବେ ନେଇଛନ୍ତି। ଏନେଇ ଅପରାହ୍ନରେ ସେ ଏକ ସାମ୍ୱାଦିକ ସମ୍ମିଳନୀ କରିବେ।

Advertisment

ଏହା ପୂର୍ବରୁ ପାଲଘରର ଜୁନା ଠାରେ ଦୁଇଜଣ ସାଧୁଙ୍କୁ ହତ୍ୟା କରାଯାଥିଲା। ଏନେଇ ମହାରାଷ୍ଟ୍ରର ଆଇନ ଶୃଙ୍ଖଳା ପାଇଁ ଉଦ୍ଧବ ସରକାରଙ୍କୁ କଡ଼ା ସମାଲୋଚନା କରାଯାଇଥିଲା। ଏହି ପ୍ରସଙ୍ଗ ସାରା ଦେଶରେ ଚର୍ଚ୍ଚାର ବିଷୟ ପାଲଟିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ