Advertisment

ମାଙ୍କଡକୁ ଶିକାର କରିବା ପାଇଁ ଗଛ ଉପରକୁ ଚଢ଼ିଗଲା ଚିତାବାଘ, ଆଉ ତା’ପରେ...

ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ଏକ ପୁରୁଣା ଭିଡିଓ ଭାଇରାଲ ହେବାରେ ଲାଗିଛି।  ଭିଡିଓରେ ଦେଖିବାକୁ ମିଳୁଛି ଯେ ଚିତାବାଘଟି ମାଙ୍କଡଙ୍କୁ ଶିକାର କରିବା ପାଇଁ ଏକ ଗଛ ଉପରେ ଚଢ଼ିଯାଇ, ମାଙ୍କଡକୁ ତଳକୁ ଖସେଇବାକୁ ଚେଷ୍ଟା କରୁଛି। ଭିଡିଓକୁ ବନ ଅଧିକାରୀ ସୁଶାନ୍ତ ନନ୍ଦ ସେୟାର କରି କହିଛନ୍ତି ଯେ ‘ଆଗରୁ ଏହି ଭିଡିଓକୁ ଦେଖିଥିବେ’। Size, strength & reputations takes a back seat many times in Nature.. Rarely seen, leopard […]

ମାଙ୍କଡକୁ ଶିକାର କରିବା ପାଇଁ ଗଛ ଉପରକୁ ଚଢ଼ିଗଲା ଚିତାବାଘ, ଆଉ ତା’ପରେ...

tier

Advertisment

ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ଏକ ପୁରୁଣା ଭିଡିଓ ଭାଇରାଲ ହେବାରେ ଲାଗିଛି।  ଭିଡିଓରେ ଦେଖିବାକୁ ମିଳୁଛି ଯେ ଚିତାବାଘଟି ମାଙ୍କଡଙ୍କୁ ଶିକାର କରିବା ପାଇଁ ଏକ ଗଛ ଉପରେ ଚଢ଼ିଯାଇ, ମାଙ୍କଡକୁ ତଳକୁ ଖସେଇବାକୁ ଚେଷ୍ଟା କରୁଛି। ଭିଡିଓକୁ ବନ ଅଧିକାରୀ ସୁଶାନ୍ତ ନନ୍ଦ ସେୟାର କରି କହିଛନ୍ତି ଯେ ‘ଆଗରୁ ଏହି ଭିଡିଓକୁ ଦେଖିଥିବେ’।

Advertisment

ଭିଡିଓରେ ଦେଖିବାକୁ ମିଳୁଛି ଯେ ଚିତାବାଘଟି ଗଛ ଉପରକୁ ଚଢ଼ିଯାଇ, ମାଙ୍କଡକୁ ଶିକାର କରିବା ପାଇଁ ତଳକୁ ଖସାଇବାକୁ ଚେଷ୍ଟା କରୁଛି। ଚିତାବଘଟି ବାରମ୍ୱାର ଗଛର ଡାଳକୁ ହଲ୍ଲାଇବା ପାଇଁ ଚେଷ୍ଟା କରୁଛି, ମାଙ୍କଡଟି ମଧ୍ୟ ଜୀବନ ବଞ୍ଚାଇବା ପାଇଁ ଗଛ ଡାଳକୁ ଯୋରେ ଜାବୁଡିକି ଧରୁଛି। ବାରମ୍ୱାର ଏପରି ଭାବେ ହଲ୍ଲେଇବା ପରେ ନିରାଶ ହୋଇ ଚିତାବାଘଟି ଗଛରୁ ତଳକୁ ଫେରିଆସୁଥିବା ଦେଖିବାକୁ ମିଳୁଛି।

Advertisment

ଏହି ଭିଡିଓ ଦକ୍ଷିଣ ଆଫ୍ରିକାରେ ସୁଟିଂ କରାଯାଇଥିଲା। ୨୦୧୩ ମସିହାରେ ୟୁଟ୍ୟୁବରେ ସେୟାର କରାଯାଇଥିଲା। ଦେଶର ସାବି ସ୍ୟାଣ୍ଡସ୍‌ ଗେମ୍‌ ରିଜର୍ଭରେ ଗୌରୀ ପାର୍କରଙ୍କ ଦ୍ୱାରା ରେକର୍ଡ କରାଯାଇଥିଲା। ଏହାକୁ ରେଞ୍ଜର ଡାଏରୀ ନାମକ ଏକ ପରିବେଶ ବ୍ଲଗ୍‌ ଦ୍ୱାରା ଅନ୍‌ଲାଇନ୍‌ରେ ପୋଷ୍ଟ କରାଯାଇଥିଲା। ତାଙ୍କର କହିବା ଅନୁଯାୟୀ, ୧୮ ସେକେଣ୍ଡର ଏହି ଭିଡିଓରେ ‘ଚିତାବାଘ ମାଙ୍କଡ ପାଖକୁ ଯିବା ପାଇଁ ଗଛ ଉପରକୁ ଚଢ଼ିଯାଉଛି। ତା’ପରେ ଚିତାବାଘ ମାଙ୍କଡକୁ ଶିକାର କରିବାକୁ ଚେଷ୍ଟା କରୁଛି।

ଭିଡିଓ ସେୟାର କରି ସୁଶାନ୍ତ ନନ୍ଦ ଲେଖିଛନ୍ତି, 'କ୍ୱଚିତ୍ ଦେଖାଯାଏ, ଚିତାବାଘ ମାଙ୍କଡକୁ ଖାଇବା ପାଇଁ ଗଛରୁ ମାଙ୍କଡକୁ ତଳକୁ ଖସାଇବା ପାଇଁ ଚେଷ୍ଟା କରୁଥିଲା। କିନ୍ତୁ ମାଙ୍କଡ଼ ମଧ୍ୟ ହାର ମାନିଲା ନାହିଁ ଏବଂ ଗଛ ଡାଳକୁ ଜାବୁଡି ଧରି ନିଜକୁ ରକ୍ଷା କଲା’। ମୁଁ ଏହା ପୂର୍ବରୁ ଏକ ମାଙ୍କଡ ଓ କୋବ୍ରା ମଧ୍ୟରେ ଯୁଦ୍ଧ କରୁଥିବାର ଏକ ଭିଡିଓ ସେୟାର କରିଥିଲି, ସେ ଭିଡିଓ ଅପେକ୍ଷା ଏହି ଭିଡିଓଟି ଭଲ’।

Advertisment

ଏହି ଭିଡିଓକୁ ଏପର୍ଯ୍ୟନ୍ତ ୫ହଜାରରୁ ଅଧିକ ଭ୍ୟୁଜ୍‌ ମିଳିଥିବାବେଳେ ୫୦୦ରୁ ଅଧିକ ଲାଇକ୍‌ ଓ ୧୦୦ରୁ ଅଧିକ ରି-ଟ୍ୱିଟ୍‌ କରାଯାଇଛି। ଟ୍ୱିଟ୍‌ରେ ଲୋକମାନେ ମାଙ୍କଡଟିକୁ ଖୁବ୍‌ ପ୍ରଶଂସା କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ