Advertisment

କୁଲଭୂଷଣଙ୍କୁ ମିଳିଲା ଦ୍ୱିତୀୟ କୂଟନୈତିକ ସହାୟତା

ନୂଆଦିଲ୍ଲୀ: ଗୁଇନ୍ଦାଗିରି ଅଭିଯୋଗରେ ପାକିସ୍ତାନ ଜେଲରେ ବନ୍ଦୀ ଥିବା ଭାରତୀୟ ନୌସେନାର ପୂର୍ବତନ ଅଧିକାରୀ କୁଲଭୂଷଣ ଯାଦବଙ୍କୁ ଦ୍ୱିତୀୟ ଥର ଲାଗି କୂଟନୈତିକ ସହାୟତା ମିଳିଥିବା ଜଣାପଡ଼ିଛି। ଗତବର୍ଷ ସେପ୍ଟେମ୍ବରରେ ପ୍ରଥମ କନସୁଲାର ଆକ୍ସେସ୍ ମିଳିଥିଲା। ଅର୍ଥାତ ଭାରତୀୟ ଦୂତାବାସର ଅଧିକାରୀ କୂଲଭୂଷଣଙ୍କୁ ଭେଟିବାର ସୁଯୋଗ ଦିଆଯାଇଥିଲା। ଭାରତୀୟ ସମୟ ଅପରାହ୍ଣ ସାଢ଼େ ୪ଟାରେ ପାକିସ୍ତାନ ବୈଦେଶିକ ବ୍ୟାପାର କାର୍ଯ୍ୟାଳୟରେ ଭାରତୀୟ ଦୂତାବାସ ଅଧିକାରୀ କୁଲଭୂଷଣଙ୍କୁ ଭେଟିଥିବା ଖବର ମିଳିଛି। ଏହା ପୂର୍ବରୁ ଭାରତୀୟ ଦୂତାବାସ ଅଧିକାରୀ […]

କୁଲଭୂଷଣଙ୍କୁ ମିଳିଲା ଦ୍ୱିତୀୟ କୂଟନୈତିକ ସହାୟତା

kulbhusan

Advertisment

ନୂଆଦିଲ୍ଲୀ: ଗୁଇନ୍ଦାଗିରି ଅଭିଯୋଗରେ ପାକିସ୍ତାନ ଜେଲରେ ବନ୍ଦୀ ଥିବା ଭାରତୀୟ ନୌସେନାର ପୂର୍ବତନ ଅଧିକାରୀ କୁଲଭୂଷଣ ଯାଦବଙ୍କୁ ଦ୍ୱିତୀୟ ଥର ଲାଗି କୂଟନୈତିକ ସହାୟତା ମିଳିଥିବା ଜଣାପଡ଼ିଛି। ଗତବର୍ଷ ସେପ୍ଟେମ୍ବରରେ ପ୍ରଥମ କନସୁଲାର ଆକ୍ସେସ୍ ମିଳିଥିଲା। ଅର୍ଥାତ ଭାରତୀୟ ଦୂତାବାସର ଅଧିକାରୀ କୂଲଭୂଷଣଙ୍କୁ ଭେଟିବାର ସୁଯୋଗ ଦିଆଯାଇଥିଲା।

Advertisment

ଭାରତୀୟ ସମୟ ଅପରାହ୍ଣ ସାଢ଼େ ୪ଟାରେ ପାକିସ୍ତାନ ବୈଦେଶିକ ବ୍ୟାପାର କାର୍ଯ୍ୟାଳୟରେ ଭାରତୀୟ ଦୂତାବାସ ଅଧିକାରୀ କୁଲଭୂଷଣଙ୍କୁ ଭେଟିଥିବା ଖବର ମିଳିଛି। ଏହା ପୂର୍ବରୁ ଭାରତୀୟ ଦୂତାବାସ ଅଧିକାରୀ ପାକିସ୍ତାନ ବୈଦେଶିକ ବ୍ୟାପାର କାର୍ଯ୍ୟାଳୟକୁ ଯାଇ ଏ ସଂପର୍କରେ ବିଚାରବିମର୍ଷ କରିଛନ୍ତି।

ଜୁଲାଇ ୨୦ରେ ରିଭ୍ୟୁ ପିଟିସନ ଦାଖଲ ପୂର୍ବରୁ ବିନା ସର୍ତ୍ତରେ କୁଲଭୂଷଣଙ୍କୁ ସାକ୍ଷାତ କରିବାର ସୁଯୋଗ ଦେବା ଭାରତ ସରକାର ଦାବି ରଖିବା ପରେ ପାକିସ୍ତାନ ଏନେଇ ପଦକ୍ଷେପ ନେଇଛି। ଫାଶୀ ଦଣ୍ଡାଦେଶ ପାଇଥିବା କୁଲଭୂଷଣ ରିଭ୍ୟୁ ପିଟିସନ ଦାଖଲ ପରିବର୍ତ୍ତେ ରାଜକ୍ଷମା ଆବେଦନ କରିବାକୁ ଇଛା କରୁଛନ୍ତି ବୋଲି ପାକିସ୍ତାନ ପକ୍ଷରୁ କୁହାଯାଇଥିଲା।

Advertisment

ତେବେ ଭାରତ ସରକାର ଏହାକୁ ଅସ୍ୱୀକାର କରିଥିଲେ। କୁଲଭୂଷଣ ୨୦୧୬ ମାର୍ଚ୍ଚରେ ଗିରଫ ହୋଇଥିଲେ। ୨୦୧୭ ଏପ୍ରିଲରେ ତାଙ୍କୁ ପାକିସ୍ତାନ ମିଲିଟାରୀ କୋର୍ଟ ଫାଶୀ ଦଣ୍ଡାଦେଶ ଦେଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ