Advertisment

କମୁଛି ସୁନା ଦର, ୧୦ ମାସରେ କମିଲା ୧୧ ହଜାର ଟଙ୍କା

ନୂଆଦିଲ୍ଲୀ: ପୁଣି ସୁନା ଦରରେ ହ୍ରାସ ଦେଖିବାକୁ ମିଳିଛି। ଗତକାଲି ସୁନା ଦରରେ ସାମାନ୍ୟ ବୃଦ୍ଧି ଘଟିଥିବା ବେଳେ ଆଜି ଏହା ହ୍ରାସ ହୋଇଛି। Multi Commodity Exchange(MCX)ରେ ଆଜି ସକାଳେ ସୁନା ଦର ପ୍ରତି ୧୦ ଗ୍ରାମକୁ ୨୫୦ ଟଙ୍କା ହ୍ରାସ ସହ ୪୫,୩୦୦ ଟଙ୍କାରେ କାରବାର ଚାଲିଥିଲା। ସେହିପରି ରୂପା ପ୍ରତି କିଲୋକୁ ୩୯୬ ଟଙ୍କା ହ୍ରାସ ସହ ୬୯,୨୧୬ ଟଙ୍କାରେ କାରବାର ଚାଲିଥିଲା। ଗତ କିଛିମାସ ହେବ ଲଗାତାର ଭାବେ ସୁନା ଦରରେ […]

କମୁଛି ସୁନା ଦର, ୧୦ ମାସରେ କମିଲା ୧୧ ହଜାର ଟଙ୍କା

gold

Advertisment

ନୂଆଦିଲ୍ଲୀ: ପୁଣି ସୁନା ଦରରେ ହ୍ରାସ ଦେଖିବାକୁ ମିଳିଛି। ଗତକାଲି ସୁନା ଦରରେ ସାମାନ୍ୟ ବୃଦ୍ଧି ଘଟିଥିବା ବେଳେ ଆଜି ଏହା ହ୍ରାସ ହୋଇଛି। Multi Commodity Exchange(MCX)ରେ ଆଜି ସକାଳେ ସୁନା ଦର ପ୍ରତି ୧୦ ଗ୍ରାମକୁ ୨୫୦ ଟଙ୍କା ହ୍ରାସ ସହ ୪୫,୩୦୦ ଟଙ୍କାରେ କାରବାର ଚାଲିଥିଲା। ସେହିପରି ରୂପା ପ୍ରତି କିଲୋକୁ ୩୯୬ ଟଙ୍କା ହ୍ରାସ ସହ ୬୯,୨୧୬ ଟଙ୍କାରେ କାରବାର ଚାଲିଥିଲା।

Advertisment

ଗତ କିଛିମାସ ହେବ ଲଗାତାର ଭାବେ ସୁନା ଦରରେ ହ୍ରାସ ଦେଖିବାକୁ ମିଳିଛି। ଚଳିତ ସପ୍ତାହ ଆରମ୍ଭରୁ ସୁନା ଦରରେ ବୃଦ୍ଧି ଘଟିଥିବା ବେଳେ ଆଜି ଏହା ହ୍ରାସ ହୋଇଛି। ମଙ୍ଗଳବାର ଦିଲ୍ଲୀରେ ସୁନା ଦର ପ୍ରତି ୧୦ ଗ୍ରାମକୁ ୬୭୯ ଟଙ୍କା ହ୍ରାସ ସହ ୪୪,୭୬୦ ଟଙ୍କାରେ ପହଞ୍ଚି ଥିଲା।

ଚଳିତ ବର୍ଷ ଜାନୁଆରୀ ୧ରୁ ବର୍ତ୍ତମାନ ପର୍ଯ୍ୟନ୍ତ ସର୍ରାଫା ବଜାରରେ ୨୪ କ୍ୟାରେଟ୍‌ ସୁନା ୪,୯୬୩ ଟଙ୍କା ଶସ୍ତା ହୋଇଛି। ଗତ ୧୦ ମାସ ମଧ୍ୟରେ ସୁନା ପାଖାପାଖି ୧୧ ହଜାର ଟଙ୍କା ଶସ୍ତା ହୋଇଛି। ୨୦୨୦ ଅଗଷ୍ଟରେ ସୁନା ୫୬,୨୦୦ ଟଙ୍କା ରେକର୍ଡ ସ୍ତରରେ ପହଞ୍ଚି ଥିଲା।

Advertisment

Good Returnsର ଏକ ରିପୋର୍ଟ ଅନୁସାରେ, ଆଜି ୨୪ କ୍ୟାରେଟ୍‌ ସୁନା ପ୍ରତି ୧୦ ଗ୍ରାମକୁ ୪୫,୩୭୦ଟଙ୍କା ଥିବାବେଳେ ରୂପା ଦର ପ୍ରତି କିଲୋକୁ ୬୭,୯୦୦ ଟଙ୍କା ରହିଛି।

Gold Price
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ