Advertisment

କମିଲା ସୁନା ଦର, ୮ ମାସରେ ୧୦ ହଜାର ଟଙ୍କା ଶସ୍ତା

କମିଲା ସୁନା ଓ ରୂପା ଦର ଶୁକ୍ରବାର ସୁନା ଦରରେ ହ୍ରାସ ଘଟିଥିବା ବେଳେ ଆଜି ମଧ୍ୟ ହ୍ରାସ ପାଇଛି ଅଲ୍‌ ଟାଇମ୍‌ ରେକର୍ଡଠୁ ପାଖାପାଖି ୧୦ ହଜାର ଟଙ୍କା ଶସ୍ତା ହୋଇଛି ସୁନା ନୂଆଦିଲ୍ଲୀ: ପୁଣିଥରେ ସୁନା ଓ ରୂପା ଦରରେ ହ୍ରାସ ଦେଖିବାକୁ ମିଳିଛି। ଶୁକ୍ରବାର ସୁନା ଦରରେ ହ୍ରାସ ଘଟିଥିବା ବେଳେ ଆଜି ମଧ୍ୟ ହ୍ରାସ ପାଇଛି। Multi Commodity Exchange(MCX)ରେ ଆଜି ସୁନା ୨୦୦ ଟଙ୍କା ହ୍ରାସ ସହ କାରବାର ଚାଲିଥିବା […]

କମିଲା ସୁନା ଦର, ୮ ମାସରେ ୧୦ ହଜାର ଟଙ୍କା ଶସ୍ତା

gold

Advertisment
  • କମିଲା ସୁନା ଓ ରୂପା ଦର
  • ଶୁକ୍ରବାର ସୁନା ଦରରେ ହ୍ରାସ ଘଟିଥିବା ବେଳେ ଆଜି ମଧ୍ୟ ହ୍ରାସ ପାଇଛି
  • ଅଲ୍‌ ଟାଇମ୍‌ ରେକର୍ଡଠୁ ପାଖାପାଖି ୧୦ ହଜାର ଟଙ୍କା ଶସ୍ତା ହୋଇଛି ସୁନା
Advertisment

ନୂଆଦିଲ୍ଲୀ: ପୁଣିଥରେ ସୁନା ଓ ରୂପା ଦରରେ ହ୍ରାସ ଦେଖିବାକୁ ମିଳିଛି। ଶୁକ୍ରବାର ସୁନା ଦରରେ ହ୍ରାସ ଘଟିଥିବା ବେଳେ ଆଜି ମଧ୍ୟ ହ୍ରାସ ପାଇଛି। Multi Commodity Exchange(MCX)ରେ ଆଜି ସୁନା ୨୦୦ ଟଙ୍କା ହ୍ରାସ ସହ କାରବାର ଚାଲିଥିବା ଦେଖିବାକୁ ମିଳିଥିଲା। ସେହିପରି ରୂପା ୧୦୦ ଟଙ୍କା ହ୍ରାସରେ କାରବାର ଚାଲିଥିଲା।

ଶୁକ୍ରବାର MCXରେ ସୁନା ପ୍ରତି ୧୦ ଗ୍ରାମକୁ ୨୩୦ ଟଙ୍କା ହ୍ରାସ ସହ ୪୬,୫୯୩ ଟଙ୍କା ଥିଲା। ଶୁକ୍ରବାର ସୁନା ଦର ଇଣ୍ଟ୍ରା ଡେ’ରେ ୪୬,୮୮୭ ଟଙ୍କାରେ ପହଞ୍ଚିଥିଲା। ବର୍ତ୍ତମାନ ସୁନା ପ୍ରତି ୧୦ ଗ୍ରାମକୁ ୪୬,୫୪୫ ଟଙ୍କାରେ ପହଞ୍ଚି ଥିବାବେଳେ ରୂପା ପ୍ରତି କିଲୋକୁ ୬୪,୬୫୦ ଟଙ୍କାରେ ପହଞ୍ଚିଛି। ଯଦି ଆମେ ଦେଖିବା, ସୁନା ଏହାର ଅଲ୍‌ ଟାଇମ୍‌ ରେକର୍ଡଠୁ ପାଖାପାଖି ୧୦ ହଜାର ଟଙ୍କା ଶସ୍ତା ହୋଇ ସାରିଛି। ୨୦୨୦ ଅଗଷ୍ଟରେ ୧୦ ଗ୍ରାମ ସୁନା ଦର ୫୬,୧୯୧ ଟଙ୍କାରେ ପହଞ୍ଚିଥିଲା। ଯାହାକି ଅଲ୍‌ ଟାଇମ୍‌ ରେକର୍ଡ ଛୁଇଁ ଥିଲା।

Advertisment

ଏକ୍ସପର୍ଟଙ୍କ କହିବା ଅନୁସାରେ, ଆଗାମୀ ଦିନରେ MCXରେ ପ୍ରତି ୧୦ ଗ୍ରାମକୁ ସୁନା ୪୮,୦୦୦ ଟଙ୍କା ଉପରେ ରହିବ ବୋଲି ଅନୁମାନ କରାଯାଉଛି। ସେହିପରି ରୂପା ୭୨,୦୦୦ ଟଙ୍କା ପର୍ଯ୍ୟନ୍ତ ପହଞ୍ଚିବାର ସମ୍ଭାବନା ରହିଛି।

Gold Price
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ