Advertisment

କାଲି କମିଥିଲା ସୁନା ଦର, ଆଜି ପୁଣି ବଢ଼ିଲା

ନୂଆଦିଲ୍ଲୀ: ସୁନା ଓ ରୂପା ଦରରେ ଗତକାଲି ହ୍ରାସ ଘଟିଥିବା ବେଳେ ଆଜି ଏହି ଦରରେ ବୃଦ୍ଧି ଘଟିଛି। ସର୍ରାଫା ବଜାରରେ ଆଜି ସୁନା ଓ ରୂପା ମୂଲ୍ୟରେ ବୃଦ୍ଧି ଘଟିଥିବା ଦେଖିବାକୁ ମିଳିଛି। ପ୍ରତି ୧୦ ଗ୍ରାମକୁ ସୁନା ଦର…

ଅଦ୍ୟତନ ହୋଇଛି
କାଲି କମିଥିଲା ସୁନା ଦର, ଆଜି ପୁଣି ବଢ଼ିଲା

gold

Advertisment

ନୂଆଦିଲ୍ଲୀ: ସୁନା ଓ ରୂପା ଦରରେ ଗତକାଲି ହ୍ରାସ ଘଟିଥିବା ବେଳେ ଆଜି ଏହି ଦରରେ ବୃଦ୍ଧି ଘଟିଛି। ସର୍ରାଫା ବଜାରରେ ଆଜି ସୁନା ଓ ରୂପା ମୂଲ୍ୟରେ ବୃଦ୍ଧି ଘଟିଥିବା ଦେଖିବାକୁ ମିଳିଛି। ପ୍ରତି ୧୦ ଗ୍ରାମକୁ ସୁନା ଦର ୪୯ ହଜାର ଟଙ୍କା ପାର୍‌ କରିଛି। ସେହିପରି ରୂପା ୫୪୪ ଟଙ୍କା ବୃଦ୍ଧି ପାଇ ୭୧,୨୯୪ରେ ପହଞ୍ଚିଛି।

Advertisment

ସର୍ରାଫା ବଜାରରେ ୨୪ କ୍ୟାରେଟ୍‌ ସୁନା ପ୍ରତି ୧୦ ଗ୍ରାମକୁ  ୨୪୧ ଟଙ୍କା ବୃଦ୍ଧି ପାଇ ୪୯,୦୪୭ ଟଙ୍କାରେ ପହଞ୍ଚି ଥିବାବେଳେ ରୂପା ପ୍ରତି କିଲୋକୁ ୫୪୪ ଟଙ୍କା ବୃଦ୍ଧି ପାଇ ୭୧,୨୯୪ ଟଙ୍କାରେ ପହଞ୍ଚିଛି। Multi Commodity Exchange(MCX)ରେ ସୋମବାର ସୁନା-ରୂପା ଦରରେ ହ୍ରାସ ଦେଖିବାକୁ ମିଳିଥିଲା। ସୋମବାର ସୁନା ଦର ପ୍ରତି ୧୦ ଗ୍ରାମକୁ ୪୮,୯୯୪ ଟଙ୍କା ଥିବାବେଳେ ରୁପା ଦର ପ୍ରତି କିଲୋକୁ ୭୧,୫୩୯ ଟଙ୍କା ଥିଲା।

ଲକ୍‌ଡାଉନ୍‌ କଟକଣା ଯୋଗୁ ବିବାହ ଭଳି କାର୍ଯ୍ୟକ୍ରମ ସେତେଟା ଅନୁଷ୍ଠିତ ହେଉନାହିଁ। ତେବେ ଆସନ୍ତା ଦୀପାବଳି ସୁଦ୍ଧା ସୁନା ଦର ୬୦ ହଜାର ଟଙ୍କାରେ ପହଞ୍ଚିପାରେ ବୋଲି ଏକ୍ସପର୍ଟମାନେ ଅନୁମାନ କରୁଛନ୍ତି।

Advertisment

ଯଦି ଆପଣ ସୁନାର ଶୁଦ୍ଧତା ଚେକ୍‌ କରିବାକୁ ଚାହୁଁଛନ୍ତି, ତା’ହେଲେ ଆପଣ ‘BIS Care app’ରେ ସୁନାର ଶୁଦ୍ଧତା ଯାଞ୍ଚ କରିପାରିବେ। ଏହି ଆପ୍‌ ମାଧ୍ୟମରେ ଆପଣ କେବଳ ସୁନାର ଶୁଦ୍ଧତା ଯାଞ୍ଚ କରାଯିବା ସହ ଏହା ସହ ଜଡ଼ିତ କୌଣସି ଜିନିଷକୁ ନେଇ ଅଭିଯୋଗ ମଧ୍ୟ କରିପାରିବେ।

Gold Price In India
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ