Advertisment

କମିଲା ସୁନା ଦର, ୩ ମାସରେ ୫ ହଜାର ଟଙ୍କା ଶସ୍ତା

ନୂଆଦିଲ୍ଲୀ: ସୁନା, ରୂପା ଦରରେ ଆଜି ହ୍ରାସ ଦେଖିବାକୁ ମିଳିଛି। ଆଜି ସୁନା ଦର ପ୍ରତି ୧୦ ଗ୍ରାମକୁ ୧୦୦ରୁ ଅଧିକ ଟଙ୍କା ହ୍ରାସ ପାଇଥିବା ବେଳେ ରୂପା ଦରରେ ମଧ୍ୟ ହ୍ରାସ ଘଟିଛି। Multi Commodity Exchange(MCX)ରେ ସୁନା ପ୍ରତି ୧୦ ଗ୍ରାମକୁ ୧୫୯ ଟଙ୍କା ହ୍ରାସ ସହ ୪୪,୭୦୧ ଟଙ୍କାରେ କାରବାର ଚାଲିଥିବା ବେଳେ ରୂପା ଦରରେ ମଧ୍ୟ ହ୍ରାସ ଦେଖିବାକୁ ମିଳିଛି। ପ୍ରତି କିଲୋକୁ ରୂପା ୬୪,୮୨୮ ଟଙ୍କାରେ କାରବାର ଚାଲିଥିବା ଦେଖିବାକୁ […]

କମିଲା ସୁନା ଦର, ୩ ମାସରେ ୫ ହଜାର ଟଙ୍କା ଶସ୍ତା

gold price

Advertisment

ନୂଆଦିଲ୍ଲୀ: ସୁନା, ରୂପା ଦରରେ ଆଜି ହ୍ରାସ ଦେଖିବାକୁ ମିଳିଛି। ଆଜି ସୁନା ଦର ପ୍ରତି ୧୦ ଗ୍ରାମକୁ ୧୦୦ରୁ ଅଧିକ ଟଙ୍କା ହ୍ରାସ ପାଇଥିବା ବେଳେ ରୂପା ଦରରେ ମଧ୍ୟ ହ୍ରାସ ଘଟିଛି। Multi Commodity Exchange(MCX)ରେ ସୁନା ପ୍ରତି ୧୦ ଗ୍ରାମକୁ ୧୫୯ ଟଙ୍କା ହ୍ରାସ ସହ ୪୪,୭୦୧ ଟଙ୍କାରେ କାରବାର ଚାଲିଥିବା ବେଳେ ରୂପା ଦରରେ ମଧ୍ୟ ହ୍ରାସ ଦେଖିବାକୁ ମିଳିଛି। ପ୍ରତି କିଲୋକୁ ରୂପା ୬୪,୮୨୮ ଟଙ୍କାରେ କାରବାର ଚାଲିଥିବା ଦେଖିବାକୁ ମିଳିଛି।

Advertisment

୨୦୨୧ ଆରମ୍ଭରୁ ସୁନା ଦର ପ୍ରତି ୧୦ ଗ୍ରାମକୁ ୫୦ ହଜାର ଟଙ୍କାରୁ ଅଧିକ ଥିଲା। ପାଖାପାଖି ୩ ମାସ ମଧ୍ୟରେ ସୁନା ଦର ପ୍ରତି ୧୦ ଗ୍ରାମକୁ ୫ ହଜାର ଟଙ୍କା ଶସ୍ତା ହୋଇସାରିଲାଣି। ଦୁଇ ସପ୍ତାହ ପୂର୍ବେ ସୁନା ୪୪,୭୫୦ ହଜାରରୁ ଅଧିକ ଟଙ୍କାରେ କାରବାର ଚାଲିଥିଲା।

ଏକ୍ସପର୍ଟଙ୍କ କହିବା ଅନୁସାରେ, ଆଗାମୀ ଦିନରେ MCXରେ ପ୍ରତି ୧୦ ଗ୍ରାମକୁ ସୁନା ୪୮,୦୦୦ ଟଙ୍କା ଉପରେ ରହିବ ବୋଲି ଅନୁମାନ କରାଯାଉଛି। ସେହିପରି ରୂପା ୭୨,୦୦୦ ଟଙ୍କା ପର୍ଯ୍ୟନ୍ତ ପହଞ୍ଚିବାର ସମ୍ଭାବନା ରହିଛି।

Advertisment

Good Returnsର ଏକ ରିପୋର୍ଟ ଅନୁସାରେ, ଆଜି ୨୪ କ୍ୟାରେଟ୍‌ ସୁନା ପ୍ରତି ୧୦ ଗ୍ରାମକୁ ୪୪,୯୧୦ଟଙ୍କା ଥିବାବେଳେ ରୂପା ଦର ପ୍ରତି କିଲୋକୁ ୬୫,୦୦୦ ଟଙ୍କା ରହିଛି। ଗତକାଲି ରୂପା ପ୍ରତି କିଲୋକୁ ୬୫,୭୦୦ ଟଙ୍କା ଥିଲା।

Gold Price In India
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ