Advertisment

୨ ଦିନରେ ୧,୬୦୦ ଟଙ୍କା ଶସ୍ତା ହେଲା ସୁନା

ନୂଆଦିଲ୍ଲୀ: ଗତ ସପ୍ତାହରେ ଲଗାତାର ଭାବେ ସୁନା ଦର ହ୍ରାସ ପାଇଥିବା ବେଳେ ଆଜି ସୁନା ଦର ସାମାନ୍ୟ ବୃଦ୍ଧି ପାଇଛି। ଗତ ୨ ଦିନରେ ସୁନା ପାଖାପାଖି ୧,୬୦୦ ଟଙ୍କା ଶସ୍ତା ହୋଇଥିବା ଦେଖିବାକୁ ମିଳିଥିଲା। Multi Commodity Exchange(MCX)ରେ…

ଅଦ୍ୟତନ ହୋଇଛି
୨ ଦିନରେ ୧,୬୦୦ ଟଙ୍କା ଶସ୍ତା ହେଲା ସୁନା

gold

Advertisment

ନୂଆଦିଲ୍ଲୀ: ଗତ ସପ୍ତାହରେ ଲଗାତାର ଭାବେ ସୁନା ଦର ହ୍ରାସ ପାଇଥିବା ବେଳେ ଆଜି ସୁନା ଦର ସାମାନ୍ୟ ବୃଦ୍ଧି ପାଇଛି। ଗତ ୨ ଦିନରେ ସୁନା ପାଖାପାଖି ୧,୬୦୦ ଟଙ୍କା ଶସ୍ତା ହୋଇଥିବା ଦେଖିବାକୁ ମିଳିଥିଲା। Multi Commodity Exchange(MCX)ରେ ଆଜି ସୁନା ଦର ୦.୪୦% ବୃଦ୍ଧି ପାଇ ପ୍ରତି ୧୦ ଗ୍ରାମକୁ ୪୬,୮୮୨ ଟଙ୍କାରେ କାରବାର ଚାଲିଛି। ହେଲେ ରୂପା ଦର ହ୍ରାସ ପାଇଛି। ରୂପା ପ୍ରତି କିଲୋକୁ ୧୧୦ ଟଙ୍କା ହ୍ରାସ ପାଇ ୬୭,୪୮୮ ଟଙ୍କାରେ ପହଞ୍ଚିଛି।

Advertisment

ଯଦି ଆମେ ଗ୍ଲୋବାଲ୍‌ ମାର୍କେଟ୍ କଥା କହିବା, ତା’ହେଲେ ଗତ ୧୫ ମାସ ହେବ ସୁନାର ସାପ୍ତାହିକ ହ୍ରାସ ପରେ ଆଜି ଏହା ବୃଦ୍ଧି ଘଟିଥିଲା। ଗତ ସପ୍ତାହରେ ୬% ହ୍ରାସ ପରେ ହାଜିର ସୁନା ୦.୫% ବୃଦ୍ଧି ପାଇ ପ୍ରତି Ounceକୁ ୧,୭୭୨.୩୪ ଡଲାରରେ ପହଞ୍ଚିଛି। ଅନ୍ତର୍ଜାତୀୟ ବଜାରରେ ରୂପା ୦.୬% ବୃଦ୍ଧି ପାଇ ପ୍ରତି Ounceକୁ ୨୫.୯୫ ଡଲାରରେ କାରବାର ଚାଲିଛି।

ଆଜି ଦିଲ୍ଲୀରେ ୨୪ କ୍ୟାରେଟ ସୁନା ପ୍ରତି ୧୦ ଗ୍ରାମକୁ ୫୦,୩୨୦ ଟଙ୍କା ଥିବାବେଳେ ଚେନ୍ନାଇରେ ୪୮,୩୮୦ ଟଙ୍କା, ମୁମ୍ବାଇରେ ୪୭,୨୧୦ ଟଙ୍କା, କୋଲକାତାରେ ୪୮,୯୦୦ ଟଙ୍କା, ବେଙ୍ଗାଲୁରୁରେ ୪୭,୮୯୦ ଟଙ୍କାରେ କାରବାର ଚାଲିଛି।

Advertisment

ଯଦି ଆପଣ ସୁନାର ଶୁଦ୍ଧତା ଚେକ୍‌ କରିବାକୁ ଚାହୁଁଛନ୍ତି, ତା’ହେଲେ ଆପଣ ‘BIS Care app’ରେ ସୁନାର ଶୁଦ୍ଧତା ଯାଞ୍ଚ କରିପାରିବେ। ଏହି ଆପ୍‌ ମାଧ୍ୟମରେ ଆପଣ କେବଳ ସୁନାର ଶୁଦ୍ଧତା ଯାଞ୍ଚ କରାଯିବା ସହ ଏହା ସହ ଜଡ଼ିତ କୌଣସି ଜିନିଷକୁ ନେଇ ଅଭିଯୋଗ ମଧ୍ୟ କରିପାରିବେ।

Good Returnsର ଏକ ରିପୋର୍ଟ ଅନୁସାରେ, ଆଜି ୨୪ କ୍ୟାରେଟ୍‌ ସୁନା ପ୍ରତି ୧୦ ଗ୍ରାମକୁ ୪୭,୨୧୦ଟଙ୍କା ଥିବାବେଳେ ରୂପା ଦର ପ୍ରତି କିଲୋକୁ ୬୭ହଜାର ୬୦୦ଟଙ୍କା ରହିଛି।

Advertisment
Gold Price Today
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ