Advertisment

ପ୍ରଫେଟ ମହମ୍ମଦଙ୍କ କାର୍ଟୁନ ଦେଖାଇବାରୁ ଶିକ୍ଷକଙ୍କ ମୁଣ୍ଡ କାଟିଦେଲେ

ପ୍ୟାରିସ୍‌: ନିକଟରେ ପ୍ରଫେଟ ମହମ୍ମଦଙ୍କ କାର୍ଟୁନ ଛାତ୍ରଙ୍କୁ ଦେଖାଉଥିବା ଅଭିଯୋଗରେ ଜଣେ ଶିକ୍ଷକଙ୍କୁ  ସ୍କୁଲରୁ ବାହାର କରି ଦିଆଯିବା ସହ ମୁଣ୍ଡ କାଟ କରାଯାଇଛି। ରାଷ୍ଟ୍ରପତି ଇମାନୁଏଲ୍ ମାକ୍ରୋନ୍ ଏହି ଘଟଣାକୁ  ଇସଲାମିକ୍ ଆତଙ୍କବାଦୀ ଆକ୍ରମଣ ସହ ସମାନ ବୋଲି କହିଛନ୍ତି। ଶିକ୍ଷକଙ୍କ ମୁଣ୍ଡ କାଟିଥିବା ଆକ୍ରମଣକାରୀଙ୍କୁ ଗିରଫ କରିବାକୁ ଯାଇ ପୋଲିସ ତାଙ୍କ ଉପରକୁ ଗୁଳି ଚଳାଇଥିଲା। ପୋଲିସ ଗୁଳିରେ ଆକ୍ରମଣକାରୀଙ୍କ ମୃତ୍ୟୁ ଘଟିଛି। ଫ୍ରାନ୍ସ ରାଜଧାନୀ ପ୍ୟାରିସ୍‌ଠାରୁ ପ୍ରାୟ ୩୦ କିମି ଦୂର ଉତ୍ତର […]

ଅଦ୍ୟତନ ହୋଇଛି
ପ୍ରଫେଟ ମହମ୍ମଦଙ୍କ କାର୍ଟୁନ ଦେଖାଇବାରୁ ଶିକ୍ଷକଙ୍କ ମୁଣ୍ଡ କାଟିଦେଲେ

mohammad

Advertisment

ପ୍ୟାରିସ୍‌: ନିକଟରେ ପ୍ରଫେଟ ମହମ୍ମଦଙ୍କ କାର୍ଟୁନ ଛାତ୍ରଙ୍କୁ ଦେଖାଉଥିବା ଅଭିଯୋଗରେ ଜଣେ ଶିକ୍ଷକଙ୍କୁ  ସ୍କୁଲରୁ ବାହାର କରି ଦିଆଯିବା ସହ ମୁଣ୍ଡ କାଟ କରାଯାଇଛି। ରାଷ୍ଟ୍ରପତି ଇମାନୁଏଲ୍ ମାକ୍ରୋନ୍ ଏହି ଘଟଣାକୁ  ଇସଲାମିକ୍ ଆତଙ୍କବାଦୀ ଆକ୍ରମଣ ସହ ସମାନ ବୋଲି କହିଛନ୍ତି। ଶିକ୍ଷକଙ୍କ ମୁଣ୍ଡ କାଟିଥିବା ଆକ୍ରମଣକାରୀଙ୍କୁ ଗିରଫ କରିବାକୁ ଯାଇ ପୋଲିସ ତାଙ୍କ ଉପରକୁ ଗୁଳି ଚଳାଇଥିଲା। ପୋଲିସ ଗୁଳିରେ ଆକ୍ରମଣକାରୀଙ୍କ ମୃତ୍ୟୁ ଘଟିଛି।

Advertisment

ଫ୍ରାନ୍ସ ରାଜଧାନୀ ପ୍ୟାରିସ୍‌ଠାରୁ ପ୍ରାୟ ୩୦ କିମି ଦୂର ଉତ୍ତର ପଶ୍ଚିମ ଉପନଗରର ଏକ ସ୍କୁଲ ନିକଟରେ ଘଟିଛି ଏପରି ଘଟଣା। ପୋଲିସ ସୂତ୍ରରୁ ମିଳିଥିବା ଖବର ଅନୁଯାୟୀ,  ସ୍କୁଲ ପାଖରୁ ଜଣେ ସନ୍ଦିଗ୍ଧ ବ୍ୟକ୍ତି ଫୋନ କରି ପୋଲିସକୁ ଏ ବିଷୟରେ ସୂଚନା ଦେଇଥିଲେ। ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଶିକ୍ଷକଙ୍କ ଶବ ଉଦ୍ଧାର କରିଥିଲା।

ପୋଲିସ ଛାନଭିନ କରି ତୁରନ୍ତ ଅଭିଯୁକ୍ତଙ୍କୁ ଠାବ କରିପାରି ଥିଲା। ସେତେବେଳେ ଅଭିଯୁକ୍ତଙ୍କ ହାତରେ ଏକ ବ୍ଲେଡ ଥିଲା। ପୋଲିସ ତାକୁ ଧରିବାକୁ ଉଦ୍ୟମ କରିବାରୁ ଧମକ ଦେଇଥିଲା । ଶେଷରେ ପୋଲିସ ବାଧ୍ୟ ହୋଇ ଗୁଳିଚାଳନା କରିଥିଲା। ଅଭିଯୁକ୍ତ ଦେହରେ ଗୁଳି ବାଜିବାରୁ ମୃତ୍ୟୁ ଘଟିଥିଲା। ପୋଲିସ କହିବା ଅନୁଯାୟୀ, ଏହି ଘଟଣାରେ ଜଣେ ନାବାଳକଙ୍କ ସମେତ ୪ ଜଣଙ୍କୁ ଗିରଫ କରାଯାଇଛି।

Advertisment

ପୋଲିସ କହିବା ଅନୁଯାୟୀ, ଶିକ୍ଷକ ଜଣକ ଇତିହାସ ପଢାଉଥିଲେ। ବ୍ୟକ୍ତିଙ୍କ ବାକ୍‌ ସ୍ୱାଧୀନତା ଉପରେ ସେ ଶ୍ରେଣୀରେ ବୁଝାଉଥିଲେ। ଏହି ଅବସରରେ ସେ ମହମ୍ମଦଙ୍କ କାର୍ଟୁନ ଦେଖାଇଥିଲେ। ଜଣେ ଅଭିଭାବକଙ୍କ କହିବା ଅନୁଯାୟୀ, ଶିକ୍ଷକ ଏହି କାର୍ଟୁନ ଦେଖାଇବା ସମୟରେ ସମସ୍ତ ମୁସଲମାନ୍‌ ଛାତ୍ରଙ୍କୁ ବାହାରକୁ ଚାଲିଯିବାକୁ କହି ବିବାଦ ସୃଷ୍ଟି କରିଥିଲେ।

ଏହି ଘଟଣା ଶୁଣିବା ପରେ ରାଷ୍ଟ୍ରପତି ଇମାନୁଏଲ ସ୍ତବ୍ଧ ହୋଇ ଯାଇଥିଲେ।  ପୁରା ଦେଶ ଶିକ୍ଷକଙ୍କୁ ସୁରକ୍ଷା ଯୋଗାଇ ଦେବା ପାଇଁ ପ୍ରସ୍ତତ ରହିଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ