1
ଥିରୁବନନ୍ତପୁରମ୍: କେରଳର ସମୁଦ୍ର ତଟରୁ ମତ୍ସ୍ୟଜୀବୀମାନେ ଏକ ନିର୍ଦ୍ଦିଷ୍ଟ ବିଲୁପ୍ତପ୍ରାୟ ପ୍ରଜାତିର ସାର୍କ ଧରିଛନ୍ତି। ଗତ ଶୁକ୍ରବାର ଦିନ ଥିରୁବନନ୍ତପୁରମର ସଙ୍ଗୁମୁଗମ ବିଚ ନିକଟରେ ଏହି ବିରଳ ପ୍ରଜାତିର ସାର୍କ ଧରାପଡ଼ିଥିଲା।
/odishatv-khabar/media/post_attachments/wp-content/uploads/2020/12/1.4.jpg)
ପାଣିପାଗ ବିଭାଗର ପରାମର୍ଶ ଅନୁସାରେ ମତ୍ସ୍ୟଜୀବୀମାନେ ଝଡ଼ର ଭୟାବହତାକୁ ଲକ୍ଷ୍ୟକରି ସମୁଦ୍ରକୁ ନ ଯିବା ପାଇଁ ନିଷ୍ପତ୍ତି ନେଇଥିଲେ। ତେଣୁ ସେମାନେ ସମୁଦ୍ର କୂଳରେ ମାଛ ଧରୁଥିଲେ। ଯେତେବେଳେ ସେମାନେ ଜାଲ ଫିଙ୍ଗି ଜାଲକୁ ଟାଣିଲେ, ସେତେବେଳେ ଏକ ସାର୍କ ଫସି ରହିଥିବାର ଦେଖିଥିଲେ। ସେମାନେ ଜାଲ ଚାରିପାଖରେ ଏକାଠି ହୋଇ ସାର୍କକୁ ଜାଲରୁ ବାହାର କରି ଦେଖିବା ପରେ ଜାଣିଲେ ଏହା ଏକ ବିରଳ ତଥା ବିଲୁପ୍ତ ପ୍ରାୟ ପ୍ରଜାତିର ସାର୍କ।
/odishatv-khabar/media/post_attachments/wp-content/uploads/2020/12/1.3.jpg)
ମାଛଟିକୁ କୂଳକୁ ଆଣିବା ପରେ ସେମାନେ ମାଛଟି ଜୀବିତ ଥିବା ଜାଣିବାକୁ ପାଇଥିଲେ। ତେଣୁ ସଙ୍ଗେସଙ୍ଗେ ଦୟା ଦେଖାଇ ଏହାକୁ ସମୁଦ୍ରରେ ଛାଡ଼ି ଦେଇଥିଲେ। ଏହି ଘଟଣାକୁ ସଙ୍ଗୁମୁଗମ ନିବାସୀ ଅଜିତ ତାଙ୍କ ମୋବାଇଲ୍ରେ ଭିଡିଓ ଉତ୍ତୋଳନ କରି ସୋସିଆଲ ମିଡିଆରେ ସେୟାର କରିଥିଲେ।
/odishatv-khabar/media/post_attachments/wp-content/uploads/2020/12/12-2.jpg)
ଭିଡିଓଟି ଦେଖିବା ପରେ ଲୋକମାନେ ମତ୍ସ୍ୟଜୀବୀଙ୍କୁ ବହୁତ ପ୍ରଶଂସା କରିଛନ୍ତି ଏବଂ ୱାଇଲ୍ଡ ଲାଇଫ୍ ଟ୍ରଷ୍ଟ୍ ଅଫ୍ ଇଣ୍ଡିଆ ସେମାନଙ୍କୁ ୧୦ ହଜାର ଟଙ୍କା ପୁରସ୍କାର ସ୍ୱରୂପ ଦେଇଥିବା ଜଣାପଡ଼ିଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/1-12_1626761542.jpg)