tiger
ନୂଆଦଲ୍ଲୀ: କରୋନା ଭାଇରସର ସ୍ଥିତିକୁ ଦୃଷ୍ଟିରେ ରଖି ଦେଶରେ ଚତୁର୍ଥ ପର୍ଯ୍ୟାୟ ଲକ୍ଡାଉନ୍ ଜାରି କରାଯାଇଛି। ଏହି ସମୟରେ ଲୋକମାନେ ଘରେ ଏକ ପ୍ରକାରର ବନ୍ଦୀ ଜୀବନ ବିତାଉଥିବାବେଳେ ଜଙ୍ଗଲୀ ପଶୁମାନେ ରାସ୍ତାରେ ଖୁଲମଖୁଲା ବୁଲୁଥିବାର ଦେଖିବାକୁ ମିଳିଛି।
ଏହି ସମୟରେ ଚିତାବାଘ ଓ ଝିଙ୍କଙ୍କ ମଧ୍ୟରେ ଯୁଦ୍ଧ ହେଉଥିବାର ଭିଡିଓ ସୋସିଆଲ ମିଡିଆରେ ଏବେ ଭାଇରାଲ ହେବାରେ ଲାଗିଛି। ଭିଡିଓଟିକୁ ଲୋକମାନେ ଖୁବ୍ ପସନ୍ଦ ମଧ୍ୟ କରୁଛନ୍ତି। ଭିଡିଓଟିକୁ ଭାରତୀୟ ବନ ସେବା ଅଧିକାରୀ ରମେଶ ପାଣ୍ଡେ ସେୟାର କରିଛନ୍ତି। ଘଟଣାଟି ଉତ୍ତରପ୍ରଦେଶର ଜଣାପଡିଛି। ଯେଉଁଠାରେ ଏକ ଝିଙ୍କ ନିଜକୁ ଖୁବ୍ ଚତୁରତାର ସହ ଚିତାବାଘଠୁ ନିଜକୁ ରକ୍ଷା କରୁଥିବା ଦେଖିବାକୁ ମିଳିଛି।
ଖବର ଅନୁଯାୟୀ, ଏହି ଭିଡିଓ କଟାର୍ଣ୍ଣିଆଘାଟ ୱାଇଲ୍ଡ ଲାଇଫ୍ ଦ୍ୱାରା ସୁଟିଂ କରାଯାଇଥିଲା। ଉଭୟ ଜଙ୍ଗଲୀ ପଶୁଙ୍କୁ ଏକ ଶୂନଶାନ ରାସ୍ତାରେ ଦେଖିବାକୁ ମିଳିଥିଲା। ଚିତାବାଘଟି ଝିଙ୍କଟିକୁ ଆକ୍ରମଣ କରିବାକୁ ଚେଷ୍ଟା କରୁଥିବାବେଳେ ଝିଙ୍କଟି ମଧ୍ୟ ନିଜକୁ ରକ୍ଷା କରିବା ପାଇଁ ଚାଲକର ସହିତ ନିଜ ଦେହରେ ଥିବା କଣ୍ଟାକୁ ଚାରିଆଡେ ବିସ୍ତାର କରି ଦେଇଥିଲା। ଫଳରେ ଚିତାବାଘଟି ଦେହରେ କଣ୍ଟାଗୁଡିକ ଫୋଡି ହୋଇଯାଇଥିଲା। ପରେ ବାଘଟି ଭୟରେ ସେଠାରୁ ଚାଲିଯାଇଥିବା ଜଣାପଡିଛି।
ଝିଙ୍କର ଶରୀର ହେଉଛି କଣ୍ଟାମୟ। ଯଦି କେହି ଝିଙ୍କଟିର ଶୀକାର କରିବାକୁ ଚେଷ୍ଟା କରେ, ତେବେ ଝିଙ୍କଟି ତାଙ୍କ ଶରୀରକୁ କଣ୍ଟା ଛାଡିଦେଇଥାଏ। ଫଳରେ ଶୀକାରିଟି ବହୁତ କଷ୍ଟ ପାଇଥାଏ। ଚିତାବାଘଟି ସହିତ ମଧ୍ୟ ଠିକ୍ ଏହିପରି ହୋଇଥିଲା।
ଏହି ଭିଡିଓକୁ ରମେଶ ପାଣ୍ଡେ ମେ’୧୬ ତାରିଖରେ ସେୟାର କରିଥିଲେ। ଭିଡିଓଟିକୁ ଏପର୍ଯ୍ୟନ୍ତ ୪୪ ହଜାରରୁ ଅଧିକ ଭ୍ୟୁଜ୍ ମିଳିଥିବାବେଳେ ୩ ହଜାରରୁ ଅଧିକ ଲାଇକ୍ ମଧ୍ୟ କରିଛନ୍ତି। ୫୦୦ରୁ ଅଧିକ ରି-ଟ୍ୱିଟ୍ ମଧ୍ୟ କରାଯାଇଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/tiger-3_1626694481.jpg)