Advertisment

ଫଟୋଗ୍ରାଫରଙ୍କ ୭୧ଲକ୍ଷ ଟଙ୍କାର କ୍ୟାମେରା ଆକୃତିର ଘର

ନୂଆଦିଲ୍ଲୀ: ଦୁନିଆରେ କିଛି ଲୋକ ନିଜର ପ୍ରଫେସନାଲ କ୍ୟାରିଅରକୁ ନେଇ ଚିନ୍ତାରେ ଥାନ୍ତି। କେଉଁଭଳି ବର୍ତ୍ତମାନର ପ୍ରଫେସନକୁ ଛାଡ଼ି ଅନ୍ୟ ଏକ ପ୍ରଫେସନ ଆପଣାଇବେ ସେଥିପାଇଁ ଅସ୍ତବ୍ୟସ୍ତ ହୋଇଥାନ୍ତି। ଆଉ କିଛି ଲୋକ ନିଜ କାମକୁ ନେଇ ଖୁସିରେ ଥାନ୍ତି। ସେମାନେ ନିଜ କାମକୁ ଏତେ ଭଲ ପାଆନ୍ତି ଯେ କିଛି ନା କିଛି ଅଜବ କରିବସନ୍ତି। ଏମିତି ଏକ ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। Ravi Hongal a #photographer from Belgaum […]

ଫଟୋଗ୍ରାଫରଙ୍କ ୭୧ଲକ୍ଷ ଟଙ୍କାର କ୍ୟାମେରା ଆକୃତିର ଘର

camera

Advertisment

ନୂଆଦିଲ୍ଲୀ: ଦୁନିଆରେ କିଛି ଲୋକ ନିଜର ପ୍ରଫେସନାଲ କ୍ୟାରିଅରକୁ ନେଇ ଚିନ୍ତାରେ ଥାନ୍ତି। କେଉଁଭଳି ବର୍ତ୍ତମାନର ପ୍ରଫେସନକୁ ଛାଡ଼ି ଅନ୍ୟ ଏକ ପ୍ରଫେସନ ଆପଣାଇବେ ସେଥିପାଇଁ ଅସ୍ତବ୍ୟସ୍ତ ହୋଇଥାନ୍ତି। ଆଉ କିଛି ଲୋକ ନିଜ କାମକୁ ନେଇ ଖୁସିରେ ଥାନ୍ତି। ସେମାନେ ନିଜ କାମକୁ ଏତେ ଭଲ ପାଆନ୍ତି ଯେ କିଛି ନା କିଛି ଅଜବ କରିବସନ୍ତି। ଏମିତି ଏକ ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି।

Advertisment

https://twitter.com/VaibhavSinghIFS/status/1282627224663764992?s=20

ଏହି ଫଟୋଟି କର୍ଣ୍ଣାଟକର ବେଲଗମ ଅଞ୍ଚଳର। ଫଟୋଟିରେ ଏକ କ୍ୟାମେରା ଆକୃତିର ଘର ଦେଖିବାକୁ ମିଳିଛି। ଏହି ଘରଟି ଜଣେ ଫଟୋଗ୍ରାଫରଙ୍କର ବୋଲି ଜାଣାପଡ଼ିଛି। ବେଲଗମର ରବି ହୋଙ୍ଗଲ ପେସାରେ ଜଣେ ଫଟୋଗ୍ରାଫର। ସେ ପିଲାବେଳୁ ଫଟୋ ଉଠାଇବାକୁ ଭଲ ପାଆନ୍ତି ଏବଂ ଆଖପାଖ ଗ୍ରାମାଞ୍ଚଳକୁ ଯାଇ ଫଟୋ ଉଠାନ୍ତି।

https://twitter.com/NirmalGanguly/status/1282519637955973120?s=20

ସେ କେବଳ କ୍ୟାମେରା ଆକୃତିର ଘର ତିଆରି କରିନାହାନ୍ତି, ବରଂ ସେ ନିଜ ପୁଅମାନଙ୍କର ନାମ ମଧ୍ୟ ବିଶ୍ୱର ବଡ଼ ବଡ଼ ନାମୀ କ୍ୟାମେରା କମ୍ପାନୀ ଯଥା କ୍ୟାନନ୍, ନିକନ ଏବଂ ଇପସନ୍ ବୋଲି ରଖିଛନ୍ତି।

Advertisment

ଟ୍ୱିଟରରେ ଦିଆଯାଇଥିବା ସୂଚନା ମୁତାବକ, ରବି ଉକ୍ତ ଘରଟି ତିଆରି କରିବା ପାଇଁ ପାଖାପାଖି ୯୫ ହଜାର ୟୁଏସ ଡଲାର ବା ୭୧ଲକ୍ଷ ୬୩ ହଜାର ଟଙ୍କା ଖର୍ଚ୍ଚ କରିଛନ୍ତି। ଏହି ଘରଟିରେ ତିନୋଟି ଫ୍ଲୋର ରହିଛି। ଏହାର ନାମ ସେ କ୍ୟାନନ, ନିକନ ଏବଂ ଇପସନ୍ ରଖିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ