supreem court
ନୂଆଦିଲ୍ଲୀ: ଆଜି ସୁପ୍ରିମକୋର୍ଟରେ କର୍ଣ୍ଣାଟକ ମାମଲାର ଶୁଣାଣି ହେବ। ବିଧାୟକଙ୍କ ଆବେଦନ ଉପରେ ଶୁଣାଣି କରିବେ ସୁପ୍ରିମକୋର୍ଟ। ବାଚସ୍ପତି ତୁରନ୍ତ ଇସ୍ତଫା ମଂଜୁର କରନ୍ତୁ ବୋଲି ଦାବି କରି ବିଦ୍ରୋହୀ ବିଧାୟକ ମାନେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ଅନ୍ୟପଟେ ଗୁରୁବାର ହେବ କର୍ଣ୍ଣାଟକ ସରକାରଙ୍କ ଭାଗ୍ୟ ପରୀକ୍ଷା।
କ୍ଷମତାଶୀନ କଂଗ୍ରେସ-ଜେଡିଏସ୍ ମେଣ୍ଟ ସରକାର ଫ୍ଲୋର୍ ଟେଷ୍ଟଦେବ। ଏ ନେଇ ବରିଷ୍ଠ କଂଗ୍ରେସ ନେତା ସିଦ୍ଧରମୈୟା ସୂଚନା ଦେଇଛନ୍ତି। ରାଜ୍ୟ ସରକାରଙ୍କ ପାଖରେ ସଂଖ୍ୟା ନଥିବା ଅଭିଯୋଗ କରି ମଙ୍ଗଳବାର ବିଜେପି ଅନାସ୍ଥା ପ୍ରସ୍ତାବ ଆଣିଥିଲା। ତେବେ ଗୁରୁବାର ୧୮ ତାରିଖରେ କୁମାରସ୍ୱାମୀ ବହୁମତର ପ୍ରମାଣ ଦେବେ ବୋଲି ସ୍ଥିର ହୋଇଛି।
କଂଗ୍ରେସ-ଜେଡିଏସ୍ର ୧୬ ବିଧାୟକ ଇସ୍ତଫା ଦେବା ପରେ ସଂକଟରେ କର୍ଣ୍ଣାଟକର କଂଗ୍ରେସ-ଜେଡିଏସ୍ ମେଣ୍ଟ ସରକାର ସରକାର ବଞ୍ଚାଇବାକୁ ନିଜ ବିଧାୟକଙ୍କୁ ମନାଇବାକୁ କଂଗ୍ରେସ ଚେଷ୍ଟା କରୁଛି। ଅନ୍ୟପଟେ ବିଜେପି କହିଛି ଆଉ ଦୁଇ ଦିନ ପରେ କୁମାରସ୍ୱାମୀ ସରକାରରୁ ଯିବା ନିଶ୍ଚିତ ହୋଇସାରିଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/eb8c0a46c2085216dea7d19f92a60fd7_1626430040.jpg)