tier
କର୍ଣ୍ଣାଟକ : କର୍ଣ୍ଣାଟକର କାବିନିରେ ଏମିତି କିଛି ଘଟଣା ଘଟିଥିଲା, ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଭିଡିଓଟି ସମସ୍ତଙ୍କୁ ଆଶ୍ଚର୍ଯ୍ୟଚକିତ କରିଥିବା ଜଣାପଡିଛି ​। ଭିଡିଓଟିରେ ଏକ ଜଙ୍ଗଲି କୁକୁର ବାଘଠାରୁ କିପରି ନିଜକୁ ରକ୍ଷା କରୁଛି , ତାହା ଦେଖିବାକୁ ମିଳିଛି।
ଭିଡିଓରେ ଜଙ୍ଗଲି କୁକୁରଟି ନିଜ ଜୀବନ ବଞ୍ଚାଇବା ପାଇଁ ଦୌଡ଼ୁଥିବାବେଳେ ଅନ୍ୟପଟେ ଭୋକିଲା ବାଘଟି ଶିକାର କରିବା ପାଇଁ କୁକୁରଟିର ପଛରେ ଦୌଡୁଥିବାର ଦେଖିବାକୁ ମିଳୁଛି। ଜଙ୍ଗଲି କୁକୁର, ଯିଏ ନଜେ ଗୋଟେ ଶିକାରୀ, ସେ ନିଜକୁ ଶିକାରଠୁ ବଞ୍ଚିବାକୁ ଚେଷ୍ଟା କରୁଛି। ଲୋକମାନେ ଏହି ଭିଡିଓଟିକୁ ଦେଖିବା ପାଇଁ ଖୁବ୍ ପସନ୍ଦ କରୁଛନ୍ତି। ଏହି ଭିଡିଓଟି ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।
ଏହି ଭିଡିଓଟିକୁ ଜଣେ ବନ୍ୟଜନ୍ତୁ ଫଟୋଗ୍ରାଫର ଟ୍ୱିଟ୍ରେ ସେୟାର କରିଥିଲେ। ସେ ଟ୍ୱିଟ୍ କରି କହିଥିଲେ, ‘ମୁଁ ଜଙ୍ଗଲରେ କେବେ ବି ଜଙ୍ଗଲି କୁକୁରର ଏଭଳି ଆଲାର୍ମା ଭଳି ଶବ୍ଦ ଶୁଣିନଥିଲି’ କାରଣ ସେ ବି ଗୋଟେ ଶିକାରୀ’। ସେ ବାଘଠାରୁ ବଞ୍ଚିବା ପାଇଁ ଏଭଳି ଭାବରେ ଦୌଡୁଥିଲା , କି ଅଦ୍ଭୁତ ଶବ୍ଦ’।
ଏହି ଭିଡିଓକୁ ମେ’ ୧୪ ତାରିଖ ସକାଳେ ପୋଷ୍ଟ କରାଯାଇଥିଲା। ଏପର୍ଯ୍ୟନ୍ତ ୨୨ ହଜାରରୁ ଅଧିକ ଭ୍ୟୁ ମିଳିଥିବା ଜଣାପଡିଛି। ଆହୁରି ମଧ୍ୟ, ଏକ ହଜାରରୁ ଅଧିକ ଲାଇକ୍ କରିବା ସହ ୨୦୦ ରୁ ଅଧିକ ରି-ଟ୍ୱିଟ୍ କରାଯାଇଛି ।
ଭାରତୀୟ ବନ ସେବା ଅଧିକାରୀ ସୁଶାନ୍ତ ନନ୍ଦାଙ୍କ କହିବା ଅନୁଯାୟୀ, ସୋସିଆଲ ମିଡିଆରେ ଏହି ଭିଡିଓକୁ ସେୟାର କରିବା ପରେ ବଣୁଆ କୁକୁରର ଏଭଳି ଆଲାର୍ମା ଭଳି ଶବ୍ଦ ପାଇଁ ଅନେକ ସ୍ପଷ୍ଟୀକରଣ ଦେଇଛନ୍ତି। କାବିନି ଅଞ୍ଚଳର ତାଙ୍କର କିଛି ସହକର୍ମୀ କହିଛନ୍ତି ଯେ ବଣୁଆ କୁକୁରଟି ବାଘକୁ ଆଗକୁ ଯିବାକୁ ଅଟକାଇବାକୁ ଚେଷ୍ଟା କରୁଥିଲା କାରଣ ଏହାର ପାଖରେ ଛୁଆମାନେ ଥିଲେ।
ସାନ ଡିଏଗୋ ପ୍ରାଣୀ ଉଦ୍ୟାନଙ୍କ କହିବା ଅନୁଯାୟୀ, ବଣୁଆ କୁକୁରମାନେ ପରସ୍ପର ସହ ଯୋଗାଯୋଗ କରିବା ପାଇଁ ଆଲାର୍ମା ଭଳି ଶବ୍ଦ କରିଥାନ୍ତି। ଏହି ବଣୁଆ କୁକୁରମାନେ ବିଭିନ୍ନ ପ୍ରକାରର ଧ୍ୱନିର ଶବ୍ଦ ମଧ୍ୟ କରିଥାନ୍ତି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/tier_1626693802.jpg)